Posted inଜାତୀୟ

ଘୋଡ଼ାବେପାର ମାମଲାରେ ଓଡ଼ିଶା ରାଜ୍ୟପାଳଙ୍କୁ କ୍ଲିନ୍‌ଚିଟ୍‌

ରାଞ୍ଚତ୍,୮ା୪:ଓଡ଼ିଶା ରାଜ୍ୟପାଳ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଏକ ଘୋଡ଼ାବେପାର ମାମଲାରେ କ୍ଲିନ୍‌ଚିଟ୍‌ ମିଳିଛି। ୨୦୧୬ରେ ଅନୁଷ୍ଠିତ ରାଜ୍ୟ ସଭା ନିର୍ବାଚନରେ ଘୋଡ଼ାବେପାର କରିବା ଅଭିଯୋଗରେ ରଘୁବର ଅଭିଯୁକ୍ତ ଥିଲେ। ରାଞ୍ଚତ୍ ସ୍ବତନ୍ତ୍ର କୋର୍ଟ (ଭିଜିଲାନ୍ସ) କ୍ଲୋଜର ରିପୋର୍ଟକୁ ଗ୍ରହଣ କରି ଏହି ମାମଲାକୁ ବନ୍ଦ କରିଦେଇଛନ୍ତି।
୨୦୧୮ ମାର୍ଚ୍ଚରେ ଗୃହ ବିଭାଗର ତତ୍କାଳୀନ ଅତିରିକ୍ତ ସଚିବଙ୍କ ଏତଲା କ୍ରମେ ଜଗନ୍ନାଥପୁର ଥାନାରେ ଏହି ମାମଲା ରୁଜୁ ହୋଇଥିଲା। ସେତେବେଳେ ରଘୁବର ଦାସଙ୍କ ରାଜନୈତିକ ପରାମର୍ଶଦାତା ଥିବା ଅଜୟ କୁମାର ଏବଂ ସିଆଇଡି ମହାନିର୍ଦ୍ଦେଶକ ଅନୁରାଗ ଗୁପ୍ତାଙ୍କୁ ଏଥିରେ ଅଭିଯୁକ୍ତ ଦର୍ଶାଯାଇଥିଲା। ପରବର୍ତ୍ତୀ ସମୟରେ ରଘୁବରଙ୍କ ନାମ ଏହି ମାମଲାରେ ଯୋଡ଼ାଯାଇଥିଲା। ବର୍କାଗାଓର କଂଗ୍ରେସ ବିଧାୟିକା ନିର୍ମଳା ଦେବୀଙ୍କୁ ରାଜ୍ୟ ସଭା ନିର୍ବାଚନ ବେଳେ ମତଦାନରୁ ବିରତ ରହିବାକୁ ରଘୁବରଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ପ୍ରବର୍ତ୍ତାଇବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ଝାଡ଼ଖଣ୍ଡ ଭାଜପା ସଭାପତି ଥିବା ବାବୁଲାଲ ମାରାଣ୍ଡି ସେତେବେଳେ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚାର ଅଧ୍ୟକ୍ଷ ଥିଲେ। ଜୁନ୍‌ ୧୦ରେ ବାବୁଲାଲ ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ଏକ ସିଡୀ ଦାଖଲ କରିଥିଲେ। ଅନୁରାଗ, ଅଜୟ ଏବଂ ନିର୍ମଳାଙ୍କ ସ୍ବାମୀ ତଥା ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ସାଓଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ରେକର୍ଡ ଏହି ଅଡିଓ ଟେପ୍‌ରେ ରହିଥିଲା। ସେମାନେ ଯୋଗେନ୍ଦ୍ରଙ୍କୁ ୫ କୋଟି ଟଙ୍କା ଯାଚିବା ସହ ତାଙ୍କ ବିରୋଧରେ ବିଚାରାଧୀନ ଥିବା ଅନେକ ଆପରାଧିକ ମାମଲା ପ୍ରତ୍ୟାହାର କରିନେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏହାର ଦିନକ ପରେ ଭାଜପା ପ୍ରାର୍ଥୀ ମୁଖ୍‌ତାର ଅବ୍ବାସ୍‌ ନକ୍‌ଭି ଓ ମହେଶ ପୋଦ୍ଦାର ଝାଡ଼ଖଣ୍ଡର ୨ ରାଜ୍ୟ ସଭା ଆସନରୁ ଉଚ୍ଚ ସଦନକୁ ନିର୍ବାଚିତ ହୋଇଥିଲେ। ଝଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ବସନ୍ତ ସୋରେନ ନିର୍ବାଚନରେ ହାରିଯାଇଥିଲେ। ଭାଜପା ନିକଟରେ ଦ୍ୱିତୀୟ ପ୍ରାର୍ଥୀଙ୍କ ସପକ୍ଷରେ ପର୍ଯ୍ୟାପ୍ତ ଭୋଟ ନ ଥିବାରୁ ପୋଦ୍ଦାରଙ୍କ ବିଜୟ ସମସ୍ତଙ୍କୁ ବିସ୍ମିତ କରିଥିଲା। ତେବେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରାଯାଇଥିବା ଅଭିଯୁକ୍ତମାନଙ୍କ ଭଏସ୍‌ ରେକର୍ଡିଂ ସମ୍ବଳିତ ସିଡୀରେ ଟାମ୍ପରିଂ କରାଯାଇଥିବା ନେଇ ଫୋରେନ୍ସିକ୍‌ ସାଇନ୍ସ ଲାବ୍‌ (ଏଫ୍‌ଏସ୍‌ଏଲ୍‌) ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାଞ୍ଚତ୍ ପୋଲିସ ଗତ ଜାନୁଆରୀରେ ଏହି ମାମଲାକୁ ବନ୍ଦ କରିବା ପାଇଁ କ୍ଲୋଜର ରିପୋର୍ଟ ଦାଖଲ କରିଥିଲା। ରଘୁବର ୨୦୨୩ ଅକ୍ଟୋବର ୧୮ରେ ଓଡ଼ିଶାର ରାଜ୍ୟପାଳ ନିଯୁକ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri