ସ୍କୁଲ ବାରଣ୍ଡାରେ ଶିଶୁଙ୍କ ଭବିଷ୍ୟତ

ଆର.ଉଦୟଗିରି, ୨୭ା୨ (ଡି.ଏନ.ଏ.):ମୋହନା ବ୍ଲକ ଡେଙ୍ଗାସଖାଲ ହାଇସ୍କୁଲ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ରହିଛି। ଏଠାରେ ପିଲାମାନେ ଭଲରେ ପଢ଼ି ପାରୁନଥିବା ବେଳେ ଆବଶ୍ୟକ ଶ୍ରେଣୀ ଗୃହ ନାହିଁ। ପ୍ରଥମରୁ ୧୦ମ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ବସି ପାଠ ପଢ଼ିବାକୁ ଏଠାରେ ମାତ୍ର ୨ଟି ଟିଣ ଛପର ଶ୍ରେଣୀ ଗୃହ ରହିଥିବାରୁ ପିଲାମାନେ ପଢ଼ିବାକୁ ହଇରାଣ ହେଉଛନ୍ତି। ବର୍ଷା ହେଲେ ପାଠପଢ଼ା ବନ୍ଦ ରହୁଛି। ପାଣି ପିଇବା ପାଇଁ ନଳକୂଳ ବି ନାହିଁ। ସ୍କୁଲରେ ଖେଳ ପଡ଼ିଆ, ବିଦ୍ୟୁତ୍‌ ବ୍ୟବସ୍ଥା ମଧ୍ୟ ନାହିଁ ବୋଲି ପ୍ରଧାନ ଶିକ୍ଷକ ରୋହିତ କୁମାର ପଲାଇ କହିଛନ୍ତି। ପ୍ରଧାନଶିକ୍ଷକ ପଲାଇ କହିଛନ୍ତି, ଏହି ଅଞ୍ଚଳରେ ଟେଲିଫୋନ୍‌ ଟାୱାର ନ ଥିବାରୁ ଫୋନ୍‌ ନେଟ୍‌ୱାର୍କ ଆସୁନି। ତେଣୁ ସ୍କୁଲର କୌଣସି କାମ ଇଣ୍ଟରନେଟ୍‌ ଦ୍ୱାରା କରିହେଉନି। ଅଫିସ୍‌ ରୁମ୍‌ ନ ଥିବାରୁ ଅଫିସ୍‌ ଡକ୍ୟୁମେଣ୍ଟ ରଖିବାରେ ହିନସ୍ତା ହେବାକୁ ପଡୁଛି। ଏ ନେଇ ଅନେକ ଥର ବିଇଓଙ୍କ ନିକଟରେ ଜଣାଇଛି। ବିଇଓ ଓ ବିଡିଓ ଆସି ସ୍ଥିତି ଯାଞ୍ଚ କରିଛନ୍ତି। ହେଲେ ସମସ୍ୟାର ସମାଧାନ କରାଯାଉନି। ପିଲାମାନଙ୍କ ପାଠପଢ଼ିବା ନିମନ୍ତେ ଆବଶ୍ୟକ ଶ୍ରେଣୀ ଗୃହ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉନି। ଏହି ସ୍କୁଲ ପିଲାମାନଙ୍କ ପାଇଁ ଯେଉଁ ନୂତନ କୋଠା କରାଯାଉଛି, ତାହାର କାମ ଅଟକାଇ ରଖାଯାଇଥିବାରୁ ତାହା ମଧ୍ୟ ହସ୍ତାନ୍ତର କରାଯାଉନି। ଫଳରେ ପିଲାମାନେ ପାଠପଢ଼ିବା ନିମନ୍ତେ ଏକ ଉନ୍ନତ ଭିତ୍ତିଭୂମି ପାଇପାରୁନାହାନ୍ତି ବୋଲି ପ୍ରଧାନ ଶିକ୍ଷକ ପଲାଇ କହିଛନ୍ତି। ୧୦ମ ଶ୍ରେଣୀ ଛାତ୍ର ଆମୋଷ ନାୟକ ଓ ୭ମ ଶ୍ରେଣୀ ଛାତ୍ରୀ ନେହା ନାୟକ କହିଛନ୍ତି, ବିଭିନ୍ନ ସ୍ଥାନରେ ସରକାର ପିଲାଙ୍କ ଭଲ ପାଠପଢା ପାଇଁ ସ୍କୁଲର ରୂପାନ୍ତରିକରଣ କରୁଛନ୍ତି। କିନ୍ତୁ ଆମେ ବାରଣ୍ଡାରେ ବସି ପାଠ ପଢୁଛୁ। ତେଣୁ ସରକାରି ଧ୍ୟାନ ଦେଇ ଭଲ ସ୍କୁଲ ଘର ଯୋଗାଇ ଦିଅନ୍ତ ବୋଲି ସେମାନେ କହିଛନ୍ତି। ୧୯୮୬ରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରେ ସରକାରଙ୍କ ରୂପାନ୍ତରିକରଣ କେତେ ପ୍ରଭାବଶାଳୀ ତାହା ଏଠାରେ ଜଳଜଳ ଦିଶୁଛି। ଯାହା ଛାତ୍ରୀଛାତ୍ର, ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ପ୍ରଶାସନିକ ଅବହେଳା ନିମନ୍ତେ ପିଲାମାନଙ୍କ ପାଠପଢ଼ା ଅଧିକାଂଶ ସମୟ ବନ୍ଦ ରହୁଛି। ଶ୍ରେଣୀ ଗୃହ ନ ଥିବାରୁ ୮ମରୁ ୧୦ମ ଯାଏ ତିନୋଟି ଶ୍ରେଣୀ ଛାତ୍ରୀଛାତ୍ର ସ୍କୁଲ ବାରଣ୍ଡରେ ବସି ପଢୁଛନ୍ତି। ଅବଶିଷ୍ଟ ୧ମରୁ ୭ମ ଯାଏ ଛାତ୍ରୀଛାତ୍ରମାନେ ଯେନତେନ ଏଠାରେ ଥିବା ଭଙ୍ଗାଦଦରା ଦୁଇଟି ଶ୍ରେଣୀ ଗୃହରେ ପଢୁଛନ୍ତି। ଏଠାରେ ମୋଟ ୧୦୭ ଜଣ ପିଲା ପାଠ ପଢୁଥିବା ବେଳେ ୭ ଜଣ ଶିକ୍ଷକ ଅଛନ୍ତି। ପିଲାଙ୍କ ଶ୍ରେଣୀ ଗୃହ ଆବଶ୍ୟକତା ଦୃଷ୍ଟିରେ ରଖି ଗତ ୨୦୧୩ରେ ଡେଙ୍ଗାସଖାାଲ ଗାଁ ନିକଟରେ ୫୦ ଲକ୍ଷରୁ ଅଧିକ ଟଙ୍କା ବିନିମୟରେ ଏକ ନୂତନ ସ୍କୁଲ କୋଠା ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ୧୦ ବର୍ଷ ବିତିଛି ନା ସ୍କୁଲ ଘର ନିର୍ମାଣ କାମ ସରୁଛି, ନା ଏହି ନୂତନ ବିଦ୍ୟାଳୟ କୋଠା ହସ୍ତାନ୍ତର ହେଉଛି। ସେପଟେ ନିମ୍ନମାନର କାମ ଯୋଗୁ ଏହି ନୂତନ ସ୍କୁଲ କୋଠାର ବିଭିନ୍ନ ସ୍ଥାନରେ ଫାଟ ଦେଖିବାକୁ ମିଳିଛି। ଅତିରିକ୍ତ ଜିଲାପାଳ ସଂଗ୍ରାମ ଶେଖର ପଣ୍ଡା କହିଛନ୍ତି, ଏନେଇ ଅଭିଯୋଗ ମିଳିଛି। ସବୁ ସମସ୍ୟାର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଜିଲା ଶିକ୍ଷାଧିକାରୀଙ୍କୁ କୁହାଯାଇଛି। ନୂତନ ସ୍କୁଲ କୋଠା କାମ ସରି ନଥିବା ନିରୀକ୍ଷକ କହୁଥିବା ଯନ୍ତ୍ରୀ ମଧ୍ୟ କହିଛନ୍ତି। ତେଣୁ ରିପୋର୍ଟ ମିଳିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁପୁତ୍ରକୁ ଯୌନ ନିର୍ଯାତନା, ଉତ୍ତର ପ୍ରଦେଶର ଜଣେ ଗିରଫ

ବଲାଙ୍ଗୀର ଅଫିସ, ୯।୧: ବଲାଙ୍ଗୀର ସହରରେ ଉତ୍ତର ପ୍ରଦେଶର ଜଣେ ଯୁବକ ଭଡ଼ା ରହୁଥିଲେ। ସେ ଭଡାରେ ରହୁଥିବା ମାଲିକଙ୍କ ୩ ବର୍ଷର ଶିଶୁପୁତ୍ରକୁ ଅପ୍ରାକୃତିକ...

ଗାଡ଼ି ଧକ୍କାରେ ଶିଶୁପୁତ୍ରଙ୍କ ମୃତ୍ୟୁ, କନଷ୍ଟେବଳଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ

କେନ୍ଦୁଝର,୧୩ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ରାଇସୁଆଁ ଗ୍ରାମରେ ଜିପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣାରେ ପୋଲିସ ଜଣେ କନଷ୍ଟେବଳଙ୍କୁ ଗିରଫ କରିଛି। ଗିରଫ...

ଜନବସତି ମୁହାଁ ଭାଲୁ, ଲୋକେ ଭୟଭୀତ

କୋକସରା,୬ା୪(ଡି.ଏନ.ଏ): ଜଙ୍ଗଲ ନଷ୍ଟ କାରଣରୁ ହେଉ ଅବା ଖାଦ୍ୟ ଅନ୍ବେଷଣରେ ଏବେ ଜନ ବସତିମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ପ୍ରଚଣ୍ଡ ଖରା ଯୋଗୁ ଏବେ ଜଙ୍ଗଲରେ...

ଧରାକୋଟ ଜଗନ୍ନାଥ ମନ୍ଦିର: ସ୍ନାନବେଦୀରେ ଠାକୁରଙ୍କୁ ଦେଖିପାରିବେନି ଭକ୍ତ

ଧରାକୋଟ,୪ା୬(ଡି.ଏନ.ଏ.)- ମହାମାରୀ କରୋନା ପାଇଁ ବିଭିନ୍ନ ମନ୍ଦିରର ଶହଶହ ବର୍ଷର ପରମ୍ପରା ଭାଙ୍ଗିଛି। ଧରାକୋଟ ଜଗନ୍ନାଥ ମନ୍ଦିରରେ ଶୁକ୍ରବାର ହେବାକୁ ଥିବା ସ୍ନାନପୂର୍ଣ୍ଣିମାରେ ଏଥର ସ୍ନାନବେଦୀରେ...

କତଡ଼ା ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‌: ୧ ମୃତ, ୧୦ରୁ ଊର୍ଦ୍ଧ୍ୱ ଆହତ

ଛେଣ୍ଡିପଦା,୧୬।୮(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥର କତଡ଼ା ନିକଟରେ ଭାରସାମ୍ୟ ହରାଇ ଶୁକ୍ରବାର ଏକ ଯାତ୍ରୀବାହୀ...

ବିପଦରେ ଜେନାପୁର ବ୍ରାହ୍ମଣୀ ପୋଲ

ଯାଜପୁର ଅଫିସ/ଜେନାପୁର(ଡ଼ି.ଏନ.ଏ),୩୦।୬: ବ୍ରାହ୍ମଣୀ ନଦୀ ଉପରେ ଜେନାପୁର ନିକଟରେ ପ୍ରାୟ ୪୫ କୋଟି ଟଙ୍କାରେ ନିର୍ମିତ ହାଇଲେବୁଲ ବ୍ରିଜ ଏବେ ବିପଦରେ ପଡିଛି। ଆର ଏଣ୍ଡ...

ରାତିସାରା ଟ୍ରଲିରେ ପଡି ରହିଲା ମୃତଦେହ

ସୋନପୁର/ବିନିକା,୨୩।୨(ନି.ପ୍ର./ଡି.ଏନ୍‌.ଏ) ମହା ଶିବରାତ୍ରି ପାଇଁ ସୁବର୍ଣ୍ଣପୁର ଜିଲା ଉତ୍ସବ ମୁଖର ଥିବା ବେଳେ ରାତିରେ ସୁବର୍ଣ୍ଣପୁର ଜିଲା ବିନିକା ସହରର ବିନିକାପଡାରେ ଏକ ଦୁଃଖଦ ଘଟଣା...

ଡାକ୍ତର ନିଯୁକ୍ତି ଦାବିରେ ଗଣଧାରଣା

ଜଳେଶ୍ୱର,୨୧।୧(ଡି.ଏନ.ଏ./ସ୍ବ.ପ୍ର.)-ଜଳେଶ୍ୱର ବ୍ଲକର ରାଇବଣିଆ ଏକ ଆଦିବାସୀ ଅଧ୍ୟୁୁଷିତ ଅଞ୍ଚଳ। ଏହି ଅଞ୍ଚଳରେ ଥିବା ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ...

Advertisement
Archives

Model This Week