ସ୍କୁଲ ବାରଣ୍ଡାରେ ଶିଶୁଙ୍କ ଭବିଷ୍ୟତ

ଆର.ଉଦୟଗିରି, ୨୭ା୨ (ଡି.ଏନ.ଏ.):ମୋହନା ବ୍ଲକ ଡେଙ୍ଗାସଖାଲ ହାଇସ୍କୁଲ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ରହିଛି। ଏଠାରେ ପିଲାମାନେ ଭଲରେ ପଢ଼ି ପାରୁନଥିବା ବେଳେ ଆବଶ୍ୟକ ଶ୍ରେଣୀ ଗୃହ ନାହିଁ। ପ୍ରଥମରୁ ୧୦ମ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ବସି ପାଠ ପଢ଼ିବାକୁ ଏଠାରେ ମାତ୍ର ୨ଟି ଟିଣ ଛପର ଶ୍ରେଣୀ ଗୃହ ରହିଥିବାରୁ ପିଲାମାନେ ପଢ଼ିବାକୁ ହଇରାଣ ହେଉଛନ୍ତି। ବର୍ଷା ହେଲେ ପାଠପଢ଼ା ବନ୍ଦ ରହୁଛି। ପାଣି ପିଇବା ପାଇଁ ନଳକୂଳ ବି ନାହିଁ। ସ୍କୁଲରେ ଖେଳ ପଡ଼ିଆ, ବିଦ୍ୟୁତ୍‌ ବ୍ୟବସ୍ଥା ମଧ୍ୟ ନାହିଁ ବୋଲି ପ୍ରଧାନ ଶିକ୍ଷକ ରୋହିତ କୁମାର ପଲାଇ କହିଛନ୍ତି। ପ୍ରଧାନଶିକ୍ଷକ ପଲାଇ କହିଛନ୍ତି, ଏହି ଅଞ୍ଚଳରେ ଟେଲିଫୋନ୍‌ ଟାୱାର ନ ଥିବାରୁ ଫୋନ୍‌ ନେଟ୍‌ୱାର୍କ ଆସୁନି। ତେଣୁ ସ୍କୁଲର କୌଣସି କାମ ଇଣ୍ଟରନେଟ୍‌ ଦ୍ୱାରା କରିହେଉନି। ଅଫିସ୍‌ ରୁମ୍‌ ନ ଥିବାରୁ ଅଫିସ୍‌ ଡକ୍ୟୁମେଣ୍ଟ ରଖିବାରେ ହିନସ୍ତା ହେବାକୁ ପଡୁଛି। ଏ ନେଇ ଅନେକ ଥର ବିଇଓଙ୍କ ନିକଟରେ ଜଣାଇଛି। ବିଇଓ ଓ ବିଡିଓ ଆସି ସ୍ଥିତି ଯାଞ୍ଚ କରିଛନ୍ତି। ହେଲେ ସମସ୍ୟାର ସମାଧାନ କରାଯାଉନି। ପିଲାମାନଙ୍କ ପାଠପଢ଼ିବା ନିମନ୍ତେ ଆବଶ୍ୟକ ଶ୍ରେଣୀ ଗୃହ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉନି। ଏହି ସ୍କୁଲ ପିଲାମାନଙ୍କ ପାଇଁ ଯେଉଁ ନୂତନ କୋଠା କରାଯାଉଛି, ତାହାର କାମ ଅଟକାଇ ରଖାଯାଇଥିବାରୁ ତାହା ମଧ୍ୟ ହସ୍ତାନ୍ତର କରାଯାଉନି। ଫଳରେ ପିଲାମାନେ ପାଠପଢ଼ିବା ନିମନ୍ତେ ଏକ ଉନ୍ନତ ଭିତ୍ତିଭୂମି ପାଇପାରୁନାହାନ୍ତି ବୋଲି ପ୍ରଧାନ ଶିକ୍ଷକ ପଲାଇ କହିଛନ୍ତି। ୧୦ମ ଶ୍ରେଣୀ ଛାତ୍ର ଆମୋଷ ନାୟକ ଓ ୭ମ ଶ୍ରେଣୀ ଛାତ୍ରୀ ନେହା ନାୟକ କହିଛନ୍ତି, ବିଭିନ୍ନ ସ୍ଥାନରେ ସରକାର ପିଲାଙ୍କ ଭଲ ପାଠପଢା ପାଇଁ ସ୍କୁଲର ରୂପାନ୍ତରିକରଣ କରୁଛନ୍ତି। କିନ୍ତୁ ଆମେ ବାରଣ୍ଡାରେ ବସି ପାଠ ପଢୁଛୁ। ତେଣୁ ସରକାରି ଧ୍ୟାନ ଦେଇ ଭଲ ସ୍କୁଲ ଘର ଯୋଗାଇ ଦିଅନ୍ତ ବୋଲି ସେମାନେ କହିଛନ୍ତି। ୧୯୮୬ରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରେ ସରକାରଙ୍କ ରୂପାନ୍ତରିକରଣ କେତେ ପ୍ରଭାବଶାଳୀ ତାହା ଏଠାରେ ଜଳଜଳ ଦିଶୁଛି। ଯାହା ଛାତ୍ରୀଛାତ୍ର, ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ପ୍ରଶାସନିକ ଅବହେଳା ନିମନ୍ତେ ପିଲାମାନଙ୍କ ପାଠପଢ଼ା ଅଧିକାଂଶ ସମୟ ବନ୍ଦ ରହୁଛି। ଶ୍ରେଣୀ ଗୃହ ନ ଥିବାରୁ ୮ମରୁ ୧୦ମ ଯାଏ ତିନୋଟି ଶ୍ରେଣୀ ଛାତ୍ରୀଛାତ୍ର ସ୍କୁଲ ବାରଣ୍ଡରେ ବସି ପଢୁଛନ୍ତି। ଅବଶିଷ୍ଟ ୧ମରୁ ୭ମ ଯାଏ ଛାତ୍ରୀଛାତ୍ରମାନେ ଯେନତେନ ଏଠାରେ ଥିବା ଭଙ୍ଗାଦଦରା ଦୁଇଟି ଶ୍ରେଣୀ ଗୃହରେ ପଢୁଛନ୍ତି। ଏଠାରେ ମୋଟ ୧୦୭ ଜଣ ପିଲା ପାଠ ପଢୁଥିବା ବେଳେ ୭ ଜଣ ଶିକ୍ଷକ ଅଛନ୍ତି। ପିଲାଙ୍କ ଶ୍ରେଣୀ ଗୃହ ଆବଶ୍ୟକତା ଦୃଷ୍ଟିରେ ରଖି ଗତ ୨୦୧୩ରେ ଡେଙ୍ଗାସଖାାଲ ଗାଁ ନିକଟରେ ୫୦ ଲକ୍ଷରୁ ଅଧିକ ଟଙ୍କା ବିନିମୟରେ ଏକ ନୂତନ ସ୍କୁଲ କୋଠା ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ୧୦ ବର୍ଷ ବିତିଛି ନା ସ୍କୁଲ ଘର ନିର୍ମାଣ କାମ ସରୁଛି, ନା ଏହି ନୂତନ ବିଦ୍ୟାଳୟ କୋଠା ହସ୍ତାନ୍ତର ହେଉଛି। ସେପଟେ ନିମ୍ନମାନର କାମ ଯୋଗୁ ଏହି ନୂତନ ସ୍କୁଲ କୋଠାର ବିଭିନ୍ନ ସ୍ଥାନରେ ଫାଟ ଦେଖିବାକୁ ମିଳିଛି। ଅତିରିକ୍ତ ଜିଲାପାଳ ସଂଗ୍ରାମ ଶେଖର ପଣ୍ଡା କହିଛନ୍ତି, ଏନେଇ ଅଭିଯୋଗ ମିଳିଛି। ସବୁ ସମସ୍ୟାର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଜିଲା ଶିକ୍ଷାଧିକାରୀଙ୍କୁ କୁହାଯାଇଛି। ନୂତନ ସ୍କୁଲ କୋଠା କାମ ସରି ନଥିବା ନିରୀକ୍ଷକ କହୁଥିବା ଯନ୍ତ୍ରୀ ମଧ୍ୟ କହିଛନ୍ତି। ତେଣୁ ରିପୋର୍ଟ ମିଳିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri