ଯାଜପୁର ଆଇଟିଆଇରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଯାଜପୁରସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଥର୍ମାଲ କଟିଂ ଏବଂ ୱେଲ୍‌ଡିଂ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ପ୍ରାୟ ୫.୨୫ କୋଟି ଟଙ୍କା ବ୍ୟୟରେ ଏହି ଉତ୍କର୍ଷ କେନ୍ଦ୍ର ୬ମାସ ମଧ୍ୟରେ କାର୍ଯ୍ୟକାରୀ ହେବ। ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଏବଂ ମେସର କଟିଂ ସିଷ୍ଟମ୍‌ସ ଇଣ୍ଡିଆ ପ୍ରା. ଲିଃ ମଧ୍ୟରେ ମଙ୍ଗଳବାର ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏଥିରେ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି. ଏବଂ ମେସର କଟିଂ ସିଷ୍ଟମସ୍‌ ଇଣ୍ଡିଆ ପ୍ରା. ଲିଃର ନିର୍ଦ୍ଦେଶକ (ସେଲ୍‌ସ ଓ ମାର୍କେଟିଂ) ଉଦୟ ମୁଖାର୍ଜୀ ସ୍ବାକ୍ଷର କରିଛନ୍ତି। ଏହି ଉତ୍କର୍ଷ କେନ୍ଦ୍ର ନିମନ୍ତେ ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ ପକ୍ଷରୁ ବେରୋଜଗାର ଯୁବପୀଢ଼ିଙ୍କ ଦକ୍ଷତା ବିକାଶ ପାଇଁ ଉଦ୍ଦିଷ୍ଟ ପାଣ୍ଠି ବିନିଯୋଗ କରାଯିବ। ଯାଜପୁର ଶିଳ୍ପ କ୍ଲଷ୍ଟରରେ ଥିବା ସମସ୍ତ ଆବଶ୍ୟକତାକୁ ଉକ୍ତ ଉତ୍କର୍ଷ କେନ୍ଦ୍ର ପୂରଣ କରିବ। ଏଥିସହ ଥର୍ମାଲ କଟିଂ ତଥା ୱେଲ୍‌ଡିଂରେ ଉତ୍ତୀର୍ଣ୍ଣ ଆଇଟିଆଇ ବିଦ୍ୟାର୍ଥୀ ତଥା ଡିପ୍ଲୋମା ଇଞ୍ଜିନିୟରମାନଙ୍କୁ ଏହି କେନ୍ଦ୍ର ଅପ୍‌ସ୍କିଲ୍‌ କରାଇବ। ବେଙ୍ଗାଲୁରୁରେ କର୍ନାଟକ ସରକାରଙ୍କ ସହଯୋଗିତାରେ ମେସର କଟିଂ ସିଷ୍ଟମ୍‌ସ ଇଣ୍ଡିଆ ଅନୁରୂପ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ଯାଜପୁରରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବା ଫଳରେ ଥର୍ମାଲ କଟିଂ ଏବଂ ୱେଲ୍‌ଡିଂ ବିଭାଗରେ କୌଶଳ ବ୍ୟବଧାନ ଦୂର ହେବ ଓ ପ୍ରଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି ପାଇବା ସହ ନିଯୁକ୍ତି ସୁଯୋଗ ମିଳିବ। ମେସର କଟିଂ ସିଷ୍ଟମର ପ୍ରଶିକ୍ଷକମାନେ ଏକବର୍ଷ ପାଇଁ ତାଲିମ ଦେବେ। ଆଇଟିଆଇ ତଥା ପଲିଟେକ୍‌ନିକ୍‌ର ପ୍ରଶିକ୍ଷାର୍ଥୀମାନେ ମଧ୍ୟ ଉତ୍କର୍ଷ କେନ୍ଦ୍ର ଦ୍ୱାରା ଉପକୃତ ହେବେ। ଏହି ପରିବେଶ ଅନୁକୂଳ ଆଧୁନିକ କର୍ମଶାଳା ବିଭିନ୍ନ ଶିଳ୍ପାନୁଷ୍ଠାନର ଅର୍ଦ୍ଧକୁଶଳୀ କର୍ମଚାରୀଙ୍କୁ ଦକ୍ଷତା ବୃଦ୍ଧି ଲାଗି ସାହାଯ୍ୟ କରିବ। ପ୍ରଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି ସହିତ ସେମାନଙ୍କୁ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବା ଲାଗି ବିଭିନ୍ନ ଅତ୍ୟାଧୁନିକ ଅଣବିନାଶକ ଓ ବିନାଶକ ପରୀକ୍ଷଣ ଉପକରଣ ଉପଲବ୍ଧ ହେବ। ସଫଳ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ଦିଆଯିବ। ଚୁକ୍ତିନାମା ସ୍ବାକ୍ଷର କାର୍ଯ୍ୟକ୍ରମରେ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଅଜୟ ପଣ୍ଡା, ଉପନିର୍ଦ୍ଦେଶକ (ପ୍ରୋକ୍ୟୁର୍‌ମେଣ୍ଟ) ସୁଯୋଗ୍ୟ ମିଶ୍ର, ମେସର କଟିଂ ସିଷ୍ଟମସ୍‌ ଇଣ୍ଡିଆ ପ୍ରା. ଲିଃର ମହାପ୍ରବନ୍ଧକ ପ୍ରଶାନ୍ତ ଚତୁର୍ବେଦୀ ଏବଂ ବିକ୍ରୟ ପ୍ରବନ୍ଧକ ଶଙ୍ଖ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri