Posted inଫୁରସତ

ମୃତ୍ୟୁର ଉତ୍ସବ

ଜନ୍ମ, ମୃତ୍ୟୁ ଇଶ୍ୱରଙ୍କ ହାତରେ ଥାଏ। ଲୋକେ ଜନ୍ମକୁ ତ ସେଲିବ୍ରେଟ୍‌ କରନ୍ତି। ହେଲେ ମୃତ୍ୟୁ ବିଷୟରେ କଥା ହେବାକୁ ବି କେହି ଚାହାନ୍ତି ନାହିଁ। ପରିବାରର କେହି ଚାଲିଗଲେ ସମସ୍ତେ ଦୁଃଖରେ ଏତେ ଭାଙ୍ଗିପଡ଼ନ୍ତି ଯେ, ସେଥିରୁ ବାହାରିବା ଲାଗି ଅନେକ ସମୟ ଲାଗିଯାଏ। କିନ୍ତୁ ଜାପାନରେ ମୃତ୍ୟୁକୁ ନେଇ ଏକ ଉତ୍ସବ ବେଶ୍‌ ଯାକଜମକରେ ପାଳନ କରାଯାଏ। ଏହି ପର୍ବର ନାମ ହେଉଛି ‘ସୁକତ୍ସୁ’। ଏହି ଉତ୍ସବରେ ଲୋକେ କେବଳ ଯେ ନିଜ ମୃତ୍ୟୁ ସମ୍ପର୍କରେ କଥା ହୁଅନ୍ତି ତାହା ନୁହେଁ, ବରଂ ତା’ ପାଇଁ ବିଭିନ୍ନ ବ୍ୟବସ୍ଥା ବି କରନ୍ତି। ଉତ୍ସବକୁ ଆସୁଥିବା ଲୋକ ନିଜ ମୃତ୍ୟୁ ପରେ ଯେଉଁ ପୋଷାକ ପିନ୍ଧିବେ ତାକୁ ବାଛନ୍ତି ଓ ଫୁଲରେ ଭରା କଫିନର ଡିଜାଇନ ଓ ଆକାର ବାଛନ୍ତି। ତା’ ଭିତରେ ଶୋଇ ଦେଖନ୍ତି। ତା’ସହ କଫିନ୍‌ କେଉଁଠି ପୋତାଯିବ ସେହି ସ୍ଥାନ ବାଛି କିଣନ୍ତି। ଉକ୍ତ ଉତ୍ସବ ଏକ ବ୍ୟବସାୟ ପରି, ଯାହା ‘ଏଣ୍ଡିଙ୍ଗ ଇଣ୍ଡଷ୍ଟ୍ରି’ ନାମରେ ପରିଚିତ। ଏହା ଜରିଆରେ ଲୋକେ ମୃତ୍ୟୁ ପରେ କ’ଣ ହେବ ସେସବୁ ଆଗୁଆ ଜାଣିଥାନ୍ତି। ଲୋକେ ସାଧାରଣତଃ ମୃତ୍ୟୁର ନାଁ ଶୁଣିରେ ଶିହରୀ ଯାଆନ୍ତି। ହେଲେ ଜାପାନର ଏହି ଉତ୍ସବରେ କିନ୍ତୁ ଲୋକେ ନିଜ ମୃତ୍ୟୁ ପାଇଁ ଆଗୁଆ ସଜବାଜ ହୁଅନ୍ତି, ଯାହା ସମସ୍ତଙ୍କୁ ବେଶ୍‌ ଚକିତ କରାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri