ଅର୍ଦ୍ଧେନ୍ଦୁଙ୍କ ନାଁରେ ଠକେଇ ମାମଲା

ଭୁବନେଶ୍ୱର,୨୯।୬(ବ୍ୟୁରୋ): ବଡ଼ ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ନାଁରେ ୨ଟି ଠକେଇ ମାମଲା ରୁଜୁ ହୋଇଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ଗୋଟିଏ ମାମଲା(ନଂ.୧୨/୨୦୨୨) ଏବଂ ଅନ୍ୟଟି କମିଶନରେଟ ପୋଲିସର ପୁରୀଘାଟ ଥାନାରେ(ନଂ.୧୫୧/୨୦୨୨) ହୋଇଛି। ୧ କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ ଇଓଡବ୍ଲ୍ୟୁ ଅର୍ଦ୍ଧେନ୍ଦୁଙ୍କ ଜାଗମରାସ୍ଥିତ ବାସଭବନରେ ମଙ୍ଗଳବାର ଚଢ଼ାଉ କରିଥିଲା। ହେଲେ ସେ ଘରେ ନ ଥିବାରୁ ଇଓଡବ୍ଲ୍ୟୁ ଖାଲି ହାତରେ ଫେରିଛି। ଏହି ମାମଲାର ତଦନ୍ତ ଜାରି ରହିଥିବା ଇଓଡବ୍ଲ୍ୟୁ ଏସ୍‌ପି ଦିଲ୍ଲୀପ କୁମାର ତ୍ରିପାଠୀ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଇଓଡବ୍ଲ୍ୟୁରେ ଅଭିଯୋଗ ଅନୁଯାୟୀ, ନ୍ୟୁଜ୍‌ ଚ୍ୟାନେଲ ପ୍ରସାରଣ ଏବଂ ଷ୍ଟୁଡିଓ ପାଇଁ ଆବଶ୍ୟକୀୟ ଯନ୍ତ୍ରାଂଶ ଯୋଗାଇଦେବାକୁ ଅର୍ଦ୍ଧେନ୍ଦୁ ଦିଲ୍ଲୀର ସଲ୍ୟୁଶନ୍‌ ବ୍ରଡକାଷ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ମାଲିକ ଗଗନ୍‌ଦୀପ ସିଂ ଚାୱାଲାଙ୍କୁ କହିଥିଲେ। ୨୦୨୦ ଅକ୍ଟୋବର ୨୧ରେ ଅର୍ଦ୍ଧେନ୍ଦୁ ୧୦ଲକ୍ଷ ଟଙ୍କା ଅଗ୍ରୀମ ରାଶି ଦେଇଥିଲେ। ଏହାପରେ ଗଗନ୍‌ଦୀପ ଯନ୍ତ୍ରାଂଶ କୋରିଅର୍‌ରେ ପଠାଇଥିଲେ। ତେବେ ଜିଏସ୍‌ଟି ଏବଂ ପରିବହନ ଖର୍ଚ୍ଚ ଅନ୍ୟାୟ ଖର୍ଚ୍ଚକୁ ମିଶାଇ ସମୁଦାୟ ୧କୋଟି ୪୭ ହଜାର ୭୦ଟଙ୍କା ଅର୍ଦ୍ଧେନ୍ଦୁ ଦେବାର ଥିଲା। ଏହି ଅର୍ଥକୁ ୬ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ଫେରାଇଦେବାକୁ ଅର୍ଦ୍ଧେନ୍ଦୁ କହିଥିଲେ। ହେଲେ ଏଯାବତ୍‌ କୌଣସି କାରଣରୁ ସେ ଫେରାଇପାରି ନାହାନ୍ତି। ତେଣୁ ଗଗନ୍‌ଦୀପ ଜୁନ ୨୩ରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଅର୍ନ୍ଧେନ୍ଦୁ ସାମାଜିକ ଗଣମାଧ୍ୟମରେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି, ମୁଁ ଚ୍ୟାନେଲ କାମରେ ବାହାରେ ଅଛି। ଇଓଡବ୍ଲ୍ୟୁ ଠାରୁ ସମନ୍‌ ପାଇ ତୁରନ୍ତ ସେମାନଙ୍କୁ ଚିଠି ଲେଖି ଏ କଥା ଜଣାଇଥିଲି। ରଥଯାତ୍ରା ପରେ ଦେଖା କରିବି ବୋଲି କହିଥିଲି। ଏହାପରେ ଇଓଡବ୍ଲ୍ୟୁ ପୁଣି ସମନ ଜାରି କରି ହାଜର ହେବାକୁ କହିଲା। ତେଣୁ ମୋର ଓକିଲ ଇଓଡବ୍ଲ୍ୟୁକୁ ମେଲ୍‌ କରିଛନ୍ତି। ଇଓଡବ୍ଲ୍ୟୁ ଏସ୍‌ପିଙ୍କ ସହ କଥା ବି ହୋଇଛନ୍ତି। ଏହା ସତ୍ତ୍ୱେ ଇଓଡବ୍ଲ୍ୟୁ ମଙ୍ଗଳବାର ଭୋର୍‌ ୪ଟାରେ ମୋ ଘରେ ରେଡ୍‌ କରିବା ଆଶ୍ଚର୍ଯ୍ୟଜନକ। ସେମାନେ ଆସିବେ ବୋଲି ମୁଁ ଜାଣି ନ ଥିଲି। ମୁଁ ଭୁବନେଶ୍ୱର ବାହାରେ ଥିଲି। ଆମେ ଇଓଡବ୍ଲ୍ୟୁକୁ ସ୍ପଷ୍ଟ ଭାବେ ଆମ ସ୍ପଷ୍ଟୀକରଣ ଲେଖିକି ଜଣାଇଛୁ। କେବେ ବି କାହାକୁ ଠକିବା ଆମ ଉଦ୍ଦେଶ୍ୟ ନୁହେଁ। ଗଗନଦୀପ ପୁରୁଣା ଓ ଖରାପ କ୍ୱାଲିଟିର ସାମଗ୍ରୀ ଦେଇ ନୂଆ ସାମଗ୍ରୀର ବିଲ୍‌ ଦେଇଛନ୍ତି। ଏ ସମ୍ପର୍କରେ ବଡ଼ ଖବର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସେ କହିଛନ୍ତି। ସେହିପରି କଟକ ପୁରୀଘାଟ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ବିନାୟକ କମରସିଆଲ୍‌ର ପ୍ରୋପ୍ରାଇଟର ନିଷିତ୍‌ ଅଗ୍ରୱାଲଙ୍କଠୁ ୨୦୨୦ ଅକ୍ଟୋବରରେ ଅର୍ଦ୍ଧେନ୍ଦୁ ଚ୍ୟାନେଲ ପାଇଁ ପ୍ଲାଇ, ହାର୍ଡଓ୍ବେର, ସନ୍‌ମାଇକା ନେଇଥିଲେ। ଏଥିପାଇଁ ପ୍ରାୟ ୧୧ ଲକ୍ଷ ଟଙ୍କା ହୋଇଥିବା ବେଳେ ଅର୍ଦ୍ଧେନ୍ଦୁ ୪.୫୦ ଲକ୍ଷ ଟଙ୍କା ଦେଇଥିଲେ। ୬ ମାସ ମଧ୍ୟରେ ବାକି ଟଙ୍କା ପୈଠ କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ବହୁବାର କହିବା ସତ୍ତ୍ୱେ ଏଯାବତ୍‌ ଅର୍ଦ୍ଧେନ୍ଦୁ ଟଙ୍କା ଦେଉ ନ ଥିବା ମାଲିକ ନିଷିତ୍‌ ଅଗ୍ରୱାଲ କହିଛନ୍ତି। ଏନେଇ ନିଷିତ୍‌ ଅଭଯୋଗ କରିବା ପରେ ପୁରୀଘାଟ ଥାନା ପୋଲିସ ଏକ ମାମଲା (ନଂ.୧୫୧/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri