ଓକିଲଙ୍କୁ ଆକ୍ରମଣ ମାମଲା: ଅଭିଯୁକ୍ତ ରଶ୍ମିରଞ୍ଜନ ଦାଶ ଗିରଫ

କାମାକ୍ଷାନଗର, ୨୧।୧୦(ଡି.ଏନ୍‌.ଏ.):ଢେଙ୍କାନାଳ ଜିଲା କାମାକ୍ଷାନଗରର ଆଇନଜୀବୀ ଶଶଧର ମହାନ୍ତିଙ୍କୁ ଆକ୍ରମଣ ଘଟଣାରେ ଆଉ ୨ ଅଭିଯୁକ୍ତ ଧରାପଡ଼ିଛନ୍ତି। ପୂର୍ବରୁ ପୋଲିସ ଜଣଙ୍କୁ ଧରିଥିଲା। ଏହାପରେ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୩ରେ ପହଞ୍ଚତ୍ଥିବା ଗୁରୁବାର କାମାକ୍ଷାନଗର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।
ଗତ ସେପ୍ଟେମ୍ବର ୨୮ରେ ଏକ ରେଷ୍ଟୁରାଣ୍ଟରେ କେତେଜଣ ଯୁବକ ଶଶଧର ଏବଂ ତାଙ୍କ ସହକର୍ମୀଙ୍କୁ ବିୟର ବୋତଲରେ ମରଣାନ୍ତକ ଆକ୍ରମଣ କରିଥିଲେ। ସଙ୍କଟାପନ୍ନ ଅବସ୍ଥାରେ ଶଶଧର ଏବେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ କୋହଳ ମନୋଭାବ ପ୍ରଦର୍ଶନ କରୁଥିବା ଅଭିଯୋଗ ଆଣି ଓକିଲ ସଂଘ ଆନ୍ଦୋଳନକୁ ତୀବ୍ର କରିଥିଲା।
ଏହାପରେ ଏସ୍‌ପି ଏଲ୍‌. ବିଦ୍ୟା ଭି.ଙ୍କ ନିର୍ଦ୍ଦେଶକ୍ରମେ ଗୁଜରାଟ ସାଇବର ଟିମ୍‌ ସହଯୋଗରେ ଢେଙ୍କାନାଳ ସାଇବର ପୋଲିସ ସୁରଟରୁ ଅଭିଯୁକ୍ତ ରଶ୍ମିରଞ୍ଜନ ଦାଶ (୨୬)ଙ୍କୁ ଗିରଫ କରିଛି। ତାଙ୍କ ଘର ଜିରିଡ଼ାମାଳି ଗ୍ରାମରେ। ସେହିପରି ରଶ୍ମିଙ୍କ ସୂଚନା ଆଧାରରେ ରାଇବୋଲ ଗ୍ରାମରୁ ମାମଲାର ଅନ୍ୟତମ ଅଭିଯୁକ୍ତ ଶ୍ରୀକାନ୍ତ ସାହୁ (୪୩)ଙ୍କୁ ପୋଲିସ ଗିରଫ କରିଛି। ଏଥିପୂର୍ବରୁ ନୂଆ ଆଳତୁମା ଗ୍ରାମର ଅନିଲ କୁମାର ପି (୨୯) ଗିରଫ ହୋଇଥିଲେ। ଫେରାର ଥିବା ଅନ୍ୟ ୪ ଅଭିଯୁକ୍ତଙ୍କୁ ଧରିବା ପାଇଁ ଯୋଜନା କରାଯାଉଥିବା ଏସ୍‌ଡିପିଓ ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଥାନାଧିକାରୀ ଶରତ ଚନ୍ଦ୍ର ମହାଳିକ, ଏସ୍‌ଆଇ ପ୍ରତାପ ସାହୁ, ଏଏସଆଇ ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଆରମ୍ଭ ହେଲା ମା’ ତାରିଣୀଙ୍କ ଚଇତି ପର୍ବ

ଘଟଗାଁ,୯।୪(ସ୍ବ.ପ୍ର.): ଆଜିଠୁ ଆରମ୍ଭ ହୋଇଛି ପ୍ରସିଦ୍ଧ କେନ୍ଦୁଝର ଘଟଗାଁ ମା’ ତାରିଣୀଙ୍କ ଚଇତି ପର୍ବ । କରୋନା କଟକଣା ଭିତରେ ଚଳିତବର୍ଷ ଏହି ପର୍ବ ପାଳନ...

୫ ମାସ ପରେ ହେଲ୍ପ ଡେସ୍କ ଚଳଚଞ୍ଚଳ

ଅନୁଗୋଳ ଅଫିସ, ୧୭।୬ ଚିକିତ୍ସାରେ ସହଯୋଗ ସହ ଚିକିତ୍ସାଳୟର ମାନ ବଢ଼ାଇବାକୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ହେଲ୍ପ ଡେସ୍କ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। ତେବେ...

ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ପଟାଙ୍ଗି ଗସ୍ତ ସମୟରେ ଗଣମାଧ୍ୟମକୁ ଅଣଦେଖା

ପଟାଙ୍ଗି,୭ା୫(ଡି.ଏନ୍‌.ଏ.): ରାଜ୍ୟ ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଆନ୍ଧ୍ର ସୀମାନ୍ତ ବ୍ଲକକୁ ଗସ୍ତ କରି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମଧ୍ୟ ଏଠାରେ ଗଣମାଧ୍ୟମକୁ ବ୍ଲକ...

ଜଗବନ୍ଧୁଙ୍କ ପାଇଁ ବଢିଲା ଅଡୁଆ: ଆଗୁଆ ଜାମିନ୍‌ ଆବେଦନର ହେବନି ଶୁଣାଣି

କଟକ ଅଫିସ,୨୭।୧୦: ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ପାଇଁ ବଢିଲା ଅଡୁଆ। ଗିରଫ ପୂର୍ବରୁ ଆଗୁଆ ଜାମିନ୍‌ ଆବେଦନ କରିଥିବା ଜଗବନ୍ଧୁଙ୍କ ଶୁଣାଣି...

ପାଣିଟାଙ୍କିକୁ ଚଢିଲା ବେଳେ ଇଞ୍ଜିନିୟରଙ୍କୁ ଆକ୍ରମଣ କଲେ ମହୁମାଛି

ପାପଡ଼ାହାଣ୍ଡି,୨।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମେଗା ଜଳସେଚନ ପ୍ରକଳ୍ପର ସାଇଡ ଇଞ୍ଜିନିୟର ସୁରଞ୍ଜନ ଦାସ ଓ ସୁଧାକର ବାବୁ ରବିବାର ମହୁମାଛି ଆକ୍ରମଣରେ ଗୁରୁତର...

ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି: ସ୍କୁଲରେ ତାଲା ପକାଇ ପ୍ରତିବାଦ

ଭୁବନ, ୨୭।୭(ଡି.ଏନ.ଏ.)- ଭୁବନ ବ୍ଲକ ବାଲିଝାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ପୁଷ୍ପଲତା ହୋତାଙ୍କୁ ବଦଳି ଦାବିରେ ଶୁକ୍ରବାର ସ୍କୁଲ ଫାଟକରେ ତାଲା ପକାଇ...

ବିଶ୍ୱ ପରିବେଶ ଦିବସରେ ଚାରାରୋପଣ

ଧର୍ମଶାଳା,୬ା୬(ଡି.ଏନ୍‌.ଏ.): ବିଶ୍ୱ ପରିବେଶ ଦିବସ ଉପଲକ୍ଷେ କାନପୁରସ୍ଥିତ ପରିବେଶବିତ୍‌ କାର୍ଯ୍ୟାଳୟ ପରିସରରେ ପରିବେଶବିତ୍‌ ଶ୍ରୀନିବାସ ଜେନା ତାଙ୍କ ଜନ୍ମଦିନ ଉପଲକ୍ଷେ ସହସ୍ରାଧିକ ଚାରାଚୋପଣ କରିଥିଲେ। ଏଥି...

ଚନ୍ଦ୍ରିକାକଁର ଅଁଟାରେ ବଢ଼ୁଛେ ଆବୁ

ଅମରପାଲି, ୨।୧୨(ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଉଫୁଲା ଗାଁର ରୋହନ ରାଜହଂସ ଆର ଦ୍ରୋପଦୀ ରାଜହଂସକଁର ୫ ବଛର୍‌ର ଝି’ ଚନ୍ଦ୍ରିକା। ତାକର ଅଁଟାରେ...

Advertisement
Archives

Model This Week