ଉତ୍କଟ କ୍ଷୁଧା

ବେଳେବେଳେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ନ୍ୟୁଜ ପ୍ରକ୍ରିୟାରୁ ବାହାରେ ରହିଯାଏ, ଯାହା ଏବେ ଘଟୁଛି। ଏହି କାରଣରୁ ସେଗୁଡ଼ିକ ଉପରେ ସବୁବେଳେ ଜୋର୍‌ ଦେବା ଆବଶ୍ୟକ। ସାମ୍ବାଦିକ ଏବଂ ସ୍ତମ୍ଭକାରମାନେ ସେମାନଙ୍କ ମୁଖ୍ୟ ଭୂମିକାରୁ ମଧ୍ୟ ଦୂରେଇଯିବା ଉଚିତ ନୁହେଁ। ସବୁ ତଥ୍ୟ ଓ ସରକାରଙ୍କ ବିଫଳତା ସାମ୍ନାକୁ ଆଣିବା ଦରକାର। ୨୦୧୪ରେ ୭୬ଟି ଦେଶକୁ ନେଇ କରାଯାଇଥିବା ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତର ସ୍ଥାନ ଥିଲା ୫୫। ୨୦୨୦ରେ ୧୦୭ ଦେଶ ମଧ୍ୟରେ ଭାରତ ତଳକୁ ଖସି ରହିଲା ୯୪ ର଼୍ୟାଙ୍କରେ। ଗତବର୍ଷ ୧୧୬ ଦେଶ ମଧ୍ୟରେ ୧୦୧ସ୍ଥାନରେ ଭାରତ ରହିଥିଲାବେଳେ ୧୫ ଅକ୍ଟୋବର ୨୦୨୨ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୧୨୧ ଦେଶ ମଧ୍ୟରେ ଭାରତର ସ୍ଥାନ ରହିଛି ୧୦୭। ଉକ୍ତ ସ୍କୋର ବା ପ୍ରାପ୍ତାଙ୍କ ୧୦୦ ପଏଣ୍ଟ ସ୍କେଲ୍‌ ଆଧାରରେ ଗଣନା କରାଯାଇଛି ଯାହା ଉକତ୍ଟ କ୍ଷୁଧାକୁ ପ୍ରକାଶ କରିଛି। ଯେଉଁଠି କ୍ଷୁଧା ନାହିଁ ତାହା ଜିରୋ(୦) ସ୍କୋର ଓ ଏହା ସବୁଠୁ ଭଲ ଏବଂ ୧୦୦ ସବୁଠୁ ଖରାପ। ଭାରତର ସ୍କୋର୍‌ ରହିଛି ୨୯.୧ ଯାହା ଏକ ଗମ୍ଭୀର ବର୍ଗରେ ରହିଛି ବୋଲି ସୂଚିତ କରିଛି। ୨୦୧୦ରୁ ୨୦୧୪ ମଧ୍ୟରେ ଶିଶୁଙ୍କ ଉଚ୍ଚତା ଅନୁଯାୟୀ କମ୍‌ ଓଜନ(ଚାଇଲ୍ଡ ଓ୍ବେଷ୍ଟିଂ) ୧୫,୧% ରହିଥିଲାବେଳେ ତା’ ତୁଳନାରେ ୨୦୧୪ରୁ ୨୦୧୯ ମଧ୍ୟରେ ଏହା ୧୭.୩କୁ ବୃଦ୍ଧି ପାଇଥିଲା। ଏହି କାରଣରୁ ୨୦୨୦ରେ ଆମ ସ୍କୋର ନିମ୍ନଗାମୀ ହୋଇଥିଲା। ଚଳିତ ବର୍ଷ ଭାରତର ଚାଇଲ୍ଡ ଓ୍ବେଷ୍ଟିଂ ହାର ୧୯.୪କୁ ବୃଦ୍ଧିପାଇଛି, ଯାହା ୨୦ ବର୍ଷ ମଧ୍ୟରେ ସର୍ବାଧିକ। ୨୦୧୮-୨୦୨୦ରେ କୁପୋଷଣ ୧୪.୬%ରୁ ୨୦୧୯-୨୦୨୧ରେ ୧୬.୩%କୁ ବୃଦ୍ଧିପାଇଥିଲା। ଅର୍ଥାତ୍‌ ଭାରତରେ ୨୨ କୋଟିରୁ ଊର୍ଦ୍ଧ୍ୱ ଭୋକିଲା ରହିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ୫ଟି ଜାତିସଂଘ ସଂସ୍ଥା ବିଶ୍ୱରେ ଖାଦ୍ୟ ସୁରକ୍ଷା ଏବଂ ପୋଷଣର ସ୍ଥିତି ଉପରେ ରିପୋର୍ଟ ପ୍ରକାଶ କରିଥିଲେ। ୨୦୧୯-୨୦୨୧ ମଧ୍ୟରେ ୪୦% ଲୋକ ଖାଦ୍ୟ ଅସୁରକ୍ଷାର ଶିକାର ହୋଇଥିଲେ ଏବଂ ବିଶ୍ୱରେ ଗମ୍ଭୀର ଖାଦ୍ୟ ଅସୁରକ୍ଷାର ବଳୟରେ ରହୁଥିବା ଲୋକସଂଖ୍ୟାର ଏକ ତୃତୀୟାଂଶରୁ ଊର୍ଦ୍ଧ୍ୱ କେବଳ ଭାରତରେ ରହିଥିଲେ ବୋଲି ରିପୋର୍ଟରେ କୁହାଯାଇଥିଲା। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କାରଣ ୮୦ କୋଟି ଅର୍ଥାତ୍‌ ୬୦% ଭାରତୀୟ ପ୍ରତି ମାସରେ ୫କେ.ଜି. ଶସ୍ୟ ଓ ୧ କେ.ଜି. ଡାଲି ଲାଗି ଧାଡ଼ି ଲଗାଇବାରେ ଆମ ସରକାର ଗର୍ବ ଅନୁଭବ କରୁଛନ୍ତି। ଦୁଇ ବର୍ଷ ହେଲା ସେମାନେ ଏମିତି ଧାଡ଼ିରେ ଠିଆ ହୋଇ ଆସୁଛନ୍ତି। ତେବେ ଭାରତରେ ସରକାର ଏହି ରିପୋର୍ଟଗୁଡ଼ିକ ଉପରେ କିଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ତାହା ଦେଖାଯାଉ। ପୂର୍ବ ବର୍ଷର ରିପୋର୍ଟ ପ୍ରକାଶ ପାଇଲାବେଳେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ପର୍ଶୋତ୍ତମ ରୂପାଲା ରାଜ୍ୟ ସଭାରେ କହିଥିଲେ ଯେ, ଏହି ସବୁ ତଥ୍ୟର ନିୟମ ଆଧାରିତ କାର୍ଯ୍ୟପ୍ରଣାଳୀ ଉପରେ ସରକାର ପ୍ରଶ୍ନ ଉଠାଇଛନ୍ତି। କେତେକ ଏନ୍‌ଜିଓ ଉକ୍ତ ସର୍ଭେ କରିଛନ୍ତି ବୋଲି କହିଥିଲେ। ସେମାନେ କେଉଁ ଆଧାରରେ ସିଦ୍ଧାନ୍ତରେ ପହଞ୍ଚତ୍ଛନ୍ତି ତାହା ଆମେ ସେମାନଙ୍କୁ ପଚାରିଛୁ। ହେଲେ ସେମାନେ ଏଯାବତ୍‌ ପ୍ରଶ୍ନର ଉତ୍ତର ଦେଇ ନାହାନ୍ତି। ଆମେ ଏଭଳି ରିପୋର୍ଟଗୁଡ଼ିକ ପ୍ରତି ସମ୍ବେଦନଶୀଳ ହେବା ଉଚିତ ନୁହେଁ। ଏହି ସର୍ଭେଗୁଡ଼ିକ ପ୍ରକାଶ ପାଇଥିବାରୁ, ଏପରିକି ସୁସ୍ଥ ଏବଂ ଶକ୍ତିବାନ୍‌ ପିଲାଙ୍କୁ ଗଣାଯାଉଥିବାବେଳେ ସମାଜରେ ସଚେତନତା ରହିବା ଦରକାର। ସେ ମଧ୍ୟ କହିଥିଲେ ଯେ, ଆମ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏକ ଜନ ଆନ୍ଦୋଳନ ଆରମ୍ଭ କରିବା ସହ ବହୁ କାର୍ଯ୍ୟକ୍ରମ କରିଛନ୍ତି।
୨୦୦୬ ତୁଳନାରେ ୨୦୧୨ରେ ଗୁଜରାଟର ୫ ବର୍ଷରୁ କମ୍‌ ପିଲାମାନଙ୍କ ମଧ୍ୟରୁ କାହିଁକି ଅଧାଙ୍କର ଉଚ୍ଚତା ସେମାନଙ୍କ ବୟସ ଅନୁଯାୟୀ କମ୍‌(ଷ୍ଟଣ୍ଟେଡ) ରହିଥିଲା ବୋଲି ୨୦୧୨ରେ ସେତେବେଳର ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓ୍ବାଲ୍‌ ଷ୍ଟ୍ରିଟ୍‌ ମାଗାଜିନ ପ୍ରଶ୍ନ କରିଥିଲା। ତାଙ୍କ ପ୍ରତିକ୍ରିୟା ଟାଇମ୍ସ ଅଫ୍‌ ଇଣ୍ଡିଆରେ ପ୍ରକାଶ ପାଇଥିଲା। ସେ କହିଥିଲେ ଯେ, ମଧ୍ୟବିତ୍ତ ବର୍ଗ ସୌନ୍ଦର୍ଯ୍ୟ ଉପରେ ଯେତିକି ସଚେତନ ସ୍ବାସ୍ଥ୍ୟ ଉପରେ ସେତିକି ନୁହନ୍ତି, ଯାହା ଏକ ଆହ୍ବାନ। ଯଦି ଜଣେ ମା’ ତା’ ଝିଅକୁ କ୍ଷୀର ପିଇବା ଲାଗି କହେ ତେବେ ସେ ଝଗଡ଼ା କରିବ ଓ କହିବ କ୍ଷୀର ପିଇଲେ ମୋଟା ହୋଇଯିବ। ଶେଷରେ କ୍ଷୀର ପିଇବା ପାଇଁ ମନା କରିଦେବ। କ୍ଷୁଧା ସୂଚକାଙ୍କରେ ଭାରତର ର଼୍ୟାଙ୍କ ପାକିସ୍ତାନ ଓ ବାଂଲାଦେଶ ପଛରେ ଅଛି। ହେଲେ ଏହି ସବୁ ବିଷୟ ଆମକୁ କେବେ ବି ପ୍ରଭାବିତ କରୁନାହିଁ। ନେପାଳ ଓ ଶ୍ରୀଲଙ୍କା ଆମଠାରୁ ଆଗରେ ରହିଛନ୍ତି ବୋଲି ସରକାର କହୁନାହାନ୍ତି। ଆମେ ଚାଇନାକୁ ଆମ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଚାର କରୁଥିଲେ ମଧ୍ୟ ସେହି ଦେଶ ସୂଚକାଙ୍କର ୧୭ଟି ଶୀର୍ଷ ଦେଶ ମଧ୍ୟରେ ରହିଛି। ଏହି ଦେଶଗୁଡ଼ିକର ନିଜସ୍ବ ସ୍କୋର ସୂଚିତ କରାଯାଇନାହିଁ କାରଣ ସେଠାରେ କ୍ଷୁଧା ଖୁବ୍‌ କମ୍‌। ଭାରତର ମୁଣ୍ଡପିଛା ଆୟ ବାଂଲାଦେଶ ପଛରେ ରହିଥିଲେ ବି ବାସ୍ତବରେ ଆମେ ଏଥିପ୍ରତି ଚିନ୍ତିତ ନୁହେଁ। ପୂର୍ବରୁ ଉକ୍ତ ସ୍ତମ୍ଭରେ ନିକଟରେ ପ୍ରକାଶିତ ମୋ ପୁସ୍ତକଗୁଡ଼ିକ ମଧ୍ୟରୁ ଗୋଟିକରେ ୫୩ଟି ବୈଶ୍ୱିକ ସୂଚକାଙ୍କ ସମ୍ପର୍କରେ ସମୀକ୍ଷା କରିଥିଲି, ଯାହା ଉପରେ ସରକାର ତାଙ୍କ ସ୍ଥିତିରେ ଉନ୍ନତି ଆଣିବା ଲାଗି ଚେଷ୍ଟା କରୁଥିଲେ। ହେଲେ ୨୦୧୪ରୁ ସେଥିରୁ ୪୯ଟିରେ ଭାରତ ତଳକୁ ଖସିଆସିଛି।
ସରକାରଙ୍କ ବିଫଳତାକୁ ଘୋଡ଼ାଇବା ଲାଗି ନିର୍ଦ୍ଦିଷ୍ଟ ଭାବେ ଆମେ ଅମୃତକାଳ ଏବଂ ଆମତ୍ନିର୍ଭର ଭାରତ ଭଳି ବୁଝିହେଉ ନ ଥିତ୍ବା ତଥା ଅସ୍ପଷ୍ଟ ଶବ୍ଦାବଳୀ ବ୍ୟବହାର କରୁଛୁ। ସକ୍ଷମତା ପୂର୍ବକ ଶାସନ କରିବା ନିର୍ବାଚିତ ସରକାରଙ୍କର ଏକ ପବିତ୍ର ଦାୟିତ୍ୱ ବୋଲି କହୁଛୁ। ଏଥିରୁ ବୁଝାପଡ଼ୁଛି, ବିଶ୍ୱରେ ସବୁଠୁ ଗରିବ ଓ ଦୁଃଖୀ ଭାରତୀୟମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଏଭଳି କୁହାଯାଉଛି। ଏହାର ମାନେ ନୁହେଁ ଯେ, ପୂର୍ବ ସରକାର ଯାହା କରିଥିଲେ ତାହାର ଅପବ୍ୟୟ କରିବା। ବାସ୍ତବରେ ଏହା ହିଁ ଆମେ କରିଛୁ। ପ୍ରତିଦିନ ଅତି ଦରିଦ୍ର ଭାରତୀୟମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ୁଥିବାବେଳେ ସରକାରଙ୍କୁ ଏଥିରୁ ଦୂରେଇ ଯିବା ଲାଗି ମିଡ଼ିଆ ଅନୁମତି ଦେଉଛି। ଉଚିତ୍‌ ପ୍ରସଙ୍ଗଗୁଡ଼ିକୁ କାହିଁକି ପ୍ରକାଶ କରା ନ ଯିବ। ଶୁଣିବାକୁ ଓ ଜାଣିବାକୁ ଇଚ୍ଛୁକ ଲୋକମାନଙ୍କ ସାମ୍ନାକୁ ଏଗୁଡ଼ିକୁ ଅଣାଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri