ଭଞ୍ଜନଗର,୨୨।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଅଗଝୋଳ ପେଟ୍ରୋଲ ପମ୍ପ ନିକଟରେ ସୋମବାର ସାରେ ହଠାତ୍ ବାଇକ ଆଗକୁ ଏକ ଷଣ୍ଢ ଚାଲିଆସିଲା । ଫଳରେ ଏଥିରେ ୨ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଢୁଢ଼ୁଆର ତୋଫାନ ନାୟକ ଓ ସୁରେଶ ନାୟକ। ଭଞ୍ଜନଗର ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଦେଇଛି। ଘଟଣାରୁ ପ୍ରକାଶ ଯେ, ତୋଫାନ ଓ ସୁରେଶ ମିଶି ଅଗଝୋଳ ପେଟ୍ରୋଲ ପମ୍ପକୁ ଆଜି ପେଟ୍ରୋଲ ପକାଇବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ଏକ ଷଣ୍ଢ ରାସ୍ତା ମଝିକୁ ଚାଲି ଆସିଥିଲା। ଫଳରେ ବାଇକ ଚାଳକ ଭାରସାମ୍ୟ ହରାଇ ଷଣ୍ଢକୁ ଧକ୍କା ଦେଇଥିଲେ।