ବ୍ରାହ୍ମଣୀରେ ବୁଡ଼ିଗଲେ ମଇଁଷି ଚରାଳି

ବରୀ,୧୫ା୧୧(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀରେ ଜଣେ ମଇଁଷି ଚରାଳି ଶନିବାର ବ୍ରାହ୍ମଣୀ ନଦୀରେ ମଇଁଷି ପାର କରୁଥିବାବେଳେ ବୁଡ଼ିଯାଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ଯୁବକ ଜଣଙ୍କ ବୁଡ଼ି ଯାଉଥିବା ଘଟଣାକୁ ଦେଖି ପାଟି କରିବାରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ବରୀ ଅଗ୍ନିଶମ ବାହିନୀ ଖବର ପାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ହେଁ ନିଖୋଜ ଯୁବକଙ୍କର ପତ୍ତା ମିଳି ନ ଥିଲା। ରବିବାର ବ୍ରାହ୍ମଣୀ ନଦୀରୁ ନିଖୋଜ ଥିବା ଯୁବକଙ୍କୁ ଉଦ୍ଧାର କରି ବରୀ ଅଗ୍ନିଶମ ବାହିନୀ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ପରେ ଦାୟିତ୍ୱ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ବରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।

ସୂଚନା ମୁତାବକ ମୃତ ଯୁବକଙ୍କ ନାମ ଶ୍ରୀକାନ୍ତ ଦାସ (୩୦) ହୋଇଥିବାବେଳେ ତାଙ୍କ ଘର ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଧିନସ୍ଥ କୋଲାର ଜୟପୁର ଗ୍ରାମର ବୋଲି ତାଙ୍କ ନିକଟ ସମ୍ପର୍କୀୟ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share