ଡାକ୍ତର ବେଶରେ ଏମ୍‌କେସିଜିରେ ଦଲାଲ୍‌

ବ୍ରହ୍ମପୁର ଅଫିସ,୨୯ା୧୦: ଦକ୍ଷିଣ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରୋଗୀଙ୍କ ଜୀବନ ରେଖା କୁହାଯାଉଥିବା ଏମକେସିଜି ବଡ଼ ଡାକ୍ତରଖାନାରୁ ଶୁକ୍ରବାର ପୁଣି ଜଣେ ଦଲାଲ୍‌ ଧରାପଡ଼ିଛନ୍ତି। ନିଜକୁ ଡାକ୍ତର ପରିଚୟ ଦେଇ ଅସ୍ଥିଶଲ୍ୟ ବିଭାଗରେ ନିୟୋଜିତ ସୁରକ୍ଷା କର୍ମଚାରୀଙ୍କ ସହିତ ଯୁକ୍ତିତର୍କ କରୁଥିବା ବେଳେ ତାଙ୍କୁ ଧରାଯାଇଛି। ଦଲାଲ୍‌ ନିକଟରୁ ମିଳିଥିବା ପରିଚୟପତ୍ରରୁ ତାଙ୍କ ନାମ ଡା. ଦୀପକ କୁମାର ନାହାକ ବୋଲି ଉଲ୍ଲେଖ ରହିଛି। କିନ୍ତୁ ପ୍ରକୃତରେ ଦୀପକ ଡାକ୍ତର ହୋଇ ନଥିବା ପୋଲିସ ଛାନଭିନ ବେଳେ ଜଣାପଡ଼ିଛି। ଏ ନେଇ ବୈଦ୍ୟନାଥପୁର ଥାନା ପୋଲିସ ଦୀପକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି। ଶୁକ୍ରବାର ମଧ୍ୟାହ୍ନରେ ଏମକେସିଜି ବଡ଼ ଡାକ୍ତରଖାନା ଅସ୍ଥିଶଲ୍ୟ ବିଭାଗକୁ ଦୀପକ ଯାଇଥିଲେ। ସେଠାରେ କୌଣସି କାରଣ ପାଇଁ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାପରେ ଦୀପକ ନିଜକୁ ଓପିଡି ସୁପରଭାଇଜର୍‌ ବୋଲି ପରିଚୟ ଦେଇ ସୁରକ୍ଷା କର୍ମୀଙ୍କୁ ନାନା ଧମକ୍‌ ଦେଇଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ପୋଲିସ ସେଠାରେ ପହଞ୍ଚି ଥିଲା। ସେଭଳି ନାମରେ କେହି ସୁପରଭାଇଜର୍‌ ନଥିବା ଜଣାପଡ଼ିଥିଲା। ଏଣୁ ପୋଲିସ ତାଙ୍କୁୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା। ତାଙ୍କ ନିକଟରୁ ଏମକେସିଜି ବଡ଼ ଡାକ୍ତରଖାନା ଡ଼ାକ୍ତର ଓ ଓପିଡି ସୁପରଭାଇଜର୍‌ ଲେଖା ହୋଇଥିବା ଏକ ପରିଚୟପତ୍ର ଜବତ ହୋଇଛି। ଦୀପକ ଏମକେସିଜି ବଡ଼ ଡାକ୍ତରଖାନାର କର୍ମଚାରୀ ନୁହଁ ବୋଲି ପୋଲିସ କହିଛି। ଦୀପକ ରୋଗୀମାନଙ୍କୁ ବିଭିନ୍ନ କ୍ଲିନିକକୁ ଚାଲାଣ କରିବା କାମ କରୁଥିବା ନେଇ ପୋଲିସ ସନ୍ଦେହ କରୁଛି। ସେ ଆଙ୍କୁଲିରେ ଘରଭଡ଼ା ନେଇ ରହୁଥିବା ବେଳେ ଏକ ଘରୋଇ ଶିକ୍ଷା ଅନୁଷ୍ଠାନରେ ପଲି ଟେକନିକର ଦ୍ୱିତ୍ୱୀୟ ବର୍ଷ ଛାତ୍ର ବୋଲି ବ୍ରହ୍ମପୁର ଏସପି ଡା. ଶ୍ରବଣା ବିବେକ ଏମ. ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ବ୍ରହ୍ମପୁର ଏସ୍‌.ପି. ଡା.ଶର୍ବଣା ବିବେକ ଏମ୍‌.ଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଏମକେସିଜିରେ ଚଢ଼ାଉ କରି ବିଭିନ୍ନ ସ୍ଥାନରୁ ୬ ଦଲାଲ୍‌ଙ୍କୁ କାବୁ କରିଥିଲା। ଏହି ଘଟଣା ପରେ ଦଲାଲମାନେ ଛାନିଆ ହୋଇ ଉଠିଥିଲେ। ତେବେ ଶୁକ୍ରବାର ପୁଣି ଜଣେ ଦଲାଲ୍‌ ଡାକ୍ତର ବେଶରେ ଏମକେସିଜିକୁ ଯାଇ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କ ଦ୍ୱାରା ଧରାପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri