ଭୁବନେଶ୍ୱର,୩୧।୫: ରାଜ୍ୟରେ ଭତ୍ତା ବଣ୍ଟନ ସମସ୍ୟାକୁ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ସେ କହିଛନ୍ତି, ଆସନ୍ତା ୧୫ ଦିନ ମଧ୍ୟରେ ଭତ୍ତା ସମସ୍ୟାର ସମାଧାନ କରାଯିବ। ନୂଆ ସଫ୍ଟଓୟାର ଲାଗୁ ହେବାରୁ ଗତ ଦୁଇ ମାସ ଧରି ଭତ୍ତା ପ୍ରଦାନରେ ବ୍ୟତିକ୍ରମ ଦେଖାଦେଇଛି। ବିଶେଷ କରି ଯେଉଁମାନେ ଅନଲାଇନ୍ ମାଧ୍ୟମରେ ଭତ୍ତା ପାଉଛନ୍ତି, ସେମାନେ ଅଧିକ ପ୍ରଭାବିତ ହୋଇଛନ୍ତି।
ଅନ୍ୟପଟେ, ଯେଉଁମାନେ କ୍ୟାଶ୍ ଆକାରରେ ଭତ୍ତା ପାଉଥିଲେ ସେମାନଙ୍କୁ ଏପରି ସମସ୍ୟା ସାମ୍ନା କରିବାକୁ ପଡ଼ିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ମନମୋହନ ସାମଲ ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାର ପକ୍ଷରୁ ନୂଆ ସଫ୍ଟଓୟାର ଡେଭଲପ୍ କାମ ଚାଲିଛି ଏବଂ କେନ୍ଦ୍ର ଓ ରାଜ୍ୟ ସରକାର ଯୁଗ୍ମ ଭାବେ ଭତ୍ତା ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରୁଛନ୍ତି। ସେ ନିଶ୍ଚିତ କରିଛନ୍ତି ଯେ, ଯେଉଁମାନେ ଏପର୍ଯ୍ୟନ୍ତ ଭତ୍ତା ପାଇନାହାନ୍ତି, ସେମାନଙ୍କୁ ଏକକାଳୀନ ଭାବେ ଟଙ୍କା ପ୍ରଦାନ କରାଯିବ।