Posted inଜାତୀୟ

ଓ୍ବାଇଏସଆର କଂଗ୍ରେସକୁ ବଡ଼ ଝଟ୍‌କା: ରାଜ୍ୟ ସଭାରୁ ୨ଜଣ ଏମପିଙ୍କ ଇସ୍ତଫା, ଟିଡିପି-ଭାଜପା ଯୋଗାଯୋଗରେ ୮ଏମପି!

ଅମରାବତୀ,୩୦।୮: ଓ୍ବାଇଏସଆର କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ଦଳରୁ ୨ଜଣ ରାଜ୍ୟ ସଭା ଏମପି ଇସ୍ତଫା ଦେଇଛନ୍ତି। ଜଗନ ମୋହନ ରେଡ୍ଡୀ ନେତୃତ୍ୱଙ୍କ ପାର୍ଟିର ୨ଜଣ ଏମପି ପାର୍ଟି ଓ ରାଜ୍ୟ ସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖର ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି।

YSRCP ଭେଙ୍କଟ ରମଣ ଓ ବେଦା ମସ୍ତାନ ରାବ ପାର୍ଟି ଛାଡିଛନ୍ତି। ବେଦାଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ଜୁନ ୨୦୧୬ପର୍ଯ୍ୟନ୍ତ ଥିଲା। ଶିଳ୍ପପତି ତଥା ରାଜ୍ୟ ସଭା ସଦସ୍ୟ ବେଦା ମସ୍ତାନ ରାଓ ମଧ୍ୟ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇଜଣ ଏମପି ଟିଡିପିରେ ଯୋଗଦେବାର ସମ୍ଭାବନା ରହିଛି। ସେ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟି ଦଳରେ ଯୋଗଦେକାବୁ ନିଷ୍ପତ୍ତି ନେଇଛନ୍ତି। ଉପ-ନିର୍ବାଚନରେ ରାଓ ପୁନର୍ବାର ରାଜ୍ୟ ସଭାକୁ ମନୋନୀତ ହେବାର ସମ୍ଭାବନା ଥିବାବେଳେ ଭେଙ୍କଟ ରମଣ ବିନା ସର୍ତ୍ତରେ ଟିଡିପିରେ ଯୋଗ ଦେଇପାରନ୍ତି।

ମସ୍ତାନ ରାଓ ପୂର୍ବରୁ ଟିଡିପିରେ ଥିଲେ ଏବଂ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର କଭାଲି ଅଞ୍ଚଳର ପ୍ରତିନିଧିତ୍ୱ କରିଥିଲେ। ଯେତେବେଳେ କି, ୨୦୧୯ରେ, ସେ YSRCP ରେ ଯୋଗ ଦେଇଥିଲେ। ଏଥି ସହ ଭେଙ୍କଟ ରମଣ ଓ୍ବାଇଏସଆର କଂଗ୍ରେସର ସଦସ୍ୟ ରହି ଜଗନ ମୋହନ ରେଡ୍ଡୀଙ୍କ ପିତା ରାଜଶେଖର ରେଡ୍ଡୀଙ୍କ ସରକାରରେ ରାଜ୍ୟ ମନ୍ତ୍ରୀ ରହିଛନ୍ତି। ତେବେ ଏହି ୨ଜଣ ଏମପି ରାଜ୍ୟ ସଭା ଛାଡିବା ପରେ YSRCP ରାଜ୍ୟ ସଭାରେ କେବଳ ୯ଜଣ ଏମପି ଏବଂ ଲୋକ ସଭାରେ ୪ଜଣ ରହିବେ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ YS ଜଗନ ମୋହନ ରେଡ୍ଡୀଙ୍କ ପାର୍ଟି YSRCP କୁ ଆଉ ଏକ ବଡ଼ ଝଟକା ଲାଗିବାକୁ ଯାଉଛି। କାରଣ ରିପୋର୍ଟନୁସାରେ ଦଳର ୮ଜଣ ରାଜ୍ୟ ସଭା ସଦସ୍ୟ ଦଳ ଛାଡି ପାରନ୍ତି। ଚାରିଜଣ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ଟିଡିପିରେ ଯୋଗ ଦେବାକୁ ଯାଉଥିବାବେଳେ ଅନ୍ୟ ଚାରିଜଣ ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଆନ୍ଧ୍ରପ୍ରଦେଶର ମୋଟ ୧୧ଟି ରାଜ୍ୟ ସଭା ଆସନ ଅଛି। ୨୦୧୯ରେ ରାଜ୍ୟରେ YSRCP କ୍ଷମତାକୁ ଆସିବା ପରେ ଦଳର ନେତାମାନେ ତିନି ପର୍ଯ୍ୟାୟ ନିର୍ବାଚନରେ ସମସ୍ତ ୧୧ଟି ଆସନରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ସଂଖ୍ୟା ଶକ୍ତି ଦୃଷ୍ଟିରୁ ଏହା ରାଜ୍ୟ ସଭାରେ ଚତୁର୍ଥ ବୃହତ୍ତମ ଦଳ ଭାବେ ପରିଗଣିତ ହୋଇଥିଲା। କିନ୍ତୁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ପରେ ତେଲୁଗୁ ଦେଶମ ପାର୍ଟି ଓ ଭାଜପା ମେଣ୍ଟର ସରକାର କ୍ଷମତାକୁ ଆସିଛି। ଏହା ପରେ, ରାଜ୍ୟରେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ YSRCP ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri