Posted inଜାତୀୟ

ଓ୍ବାଇଏସଆର କଂଗ୍ରେସକୁ ବଡ଼ ଝଟ୍‌କା: ରାଜ୍ୟ ସଭାରୁ ୨ଜଣ ଏମପିଙ୍କ ଇସ୍ତଫା, ଟିଡିପି-ଭାଜପା ଯୋଗାଯୋଗରେ ୮ଏମପି!

ଅମରାବତୀ,୩୦।୮: ଓ୍ବାଇଏସଆର କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ଦଳରୁ ୨ଜଣ ରାଜ୍ୟ ସଭା ଏମପି ଇସ୍ତଫା ଦେଇଛନ୍ତି। ଜଗନ ମୋହନ ରେଡ୍ଡୀ ନେତୃତ୍ୱଙ୍କ ପାର୍ଟିର ୨ଜଣ ଏମପି ପାର୍ଟି ଓ ରାଜ୍ୟ ସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖର ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି।

YSRCP ଭେଙ୍କଟ ରମଣ ଓ ବେଦା ମସ୍ତାନ ରାବ ପାର୍ଟି ଛାଡିଛନ୍ତି। ବେଦାଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ଜୁନ ୨୦୧୬ପର୍ଯ୍ୟନ୍ତ ଥିଲା। ଶିଳ୍ପପତି ତଥା ରାଜ୍ୟ ସଭା ସଦସ୍ୟ ବେଦା ମସ୍ତାନ ରାଓ ମଧ୍ୟ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇଜଣ ଏମପି ଟିଡିପିରେ ଯୋଗଦେବାର ସମ୍ଭାବନା ରହିଛି। ସେ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟି ଦଳରେ ଯୋଗଦେକାବୁ ନିଷ୍ପତ୍ତି ନେଇଛନ୍ତି। ଉପ-ନିର୍ବାଚନରେ ରାଓ ପୁନର୍ବାର ରାଜ୍ୟ ସଭାକୁ ମନୋନୀତ ହେବାର ସମ୍ଭାବନା ଥିବାବେଳେ ଭେଙ୍କଟ ରମଣ ବିନା ସର୍ତ୍ତରେ ଟିଡିପିରେ ଯୋଗ ଦେଇପାରନ୍ତି।

ମସ୍ତାନ ରାଓ ପୂର୍ବରୁ ଟିଡିପିରେ ଥିଲେ ଏବଂ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର କଭାଲି ଅଞ୍ଚଳର ପ୍ରତିନିଧିତ୍ୱ କରିଥିଲେ। ଯେତେବେଳେ କି, ୨୦୧୯ରେ, ସେ YSRCP ରେ ଯୋଗ ଦେଇଥିଲେ। ଏଥି ସହ ଭେଙ୍କଟ ରମଣ ଓ୍ବାଇଏସଆର କଂଗ୍ରେସର ସଦସ୍ୟ ରହି ଜଗନ ମୋହନ ରେଡ୍ଡୀଙ୍କ ପିତା ରାଜଶେଖର ରେଡ୍ଡୀଙ୍କ ସରକାରରେ ରାଜ୍ୟ ମନ୍ତ୍ରୀ ରହିଛନ୍ତି। ତେବେ ଏହି ୨ଜଣ ଏମପି ରାଜ୍ୟ ସଭା ଛାଡିବା ପରେ YSRCP ରାଜ୍ୟ ସଭାରେ କେବଳ ୯ଜଣ ଏମପି ଏବଂ ଲୋକ ସଭାରେ ୪ଜଣ ରହିବେ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ YS ଜଗନ ମୋହନ ରେଡ୍ଡୀଙ୍କ ପାର୍ଟି YSRCP କୁ ଆଉ ଏକ ବଡ଼ ଝଟକା ଲାଗିବାକୁ ଯାଉଛି। କାରଣ ରିପୋର୍ଟନୁସାରେ ଦଳର ୮ଜଣ ରାଜ୍ୟ ସଭା ସଦସ୍ୟ ଦଳ ଛାଡି ପାରନ୍ତି। ଚାରିଜଣ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ଟିଡିପିରେ ଯୋଗ ଦେବାକୁ ଯାଉଥିବାବେଳେ ଅନ୍ୟ ଚାରିଜଣ ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଆନ୍ଧ୍ରପ୍ରଦେଶର ମୋଟ ୧୧ଟି ରାଜ୍ୟ ସଭା ଆସନ ଅଛି। ୨୦୧୯ରେ ରାଜ୍ୟରେ YSRCP କ୍ଷମତାକୁ ଆସିବା ପରେ ଦଳର ନେତାମାନେ ତିନି ପର୍ଯ୍ୟାୟ ନିର୍ବାଚନରେ ସମସ୍ତ ୧୧ଟି ଆସନରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ସଂଖ୍ୟା ଶକ୍ତି ଦୃଷ୍ଟିରୁ ଏହା ରାଜ୍ୟ ସଭାରେ ଚତୁର୍ଥ ବୃହତ୍ତମ ଦଳ ଭାବେ ପରିଗଣିତ ହୋଇଥିଲା। କିନ୍ତୁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ପରେ ତେଲୁଗୁ ଦେଶମ ପାର୍ଟି ଓ ଭାଜପା ମେଣ୍ଟର ସରକାର କ୍ଷମତାକୁ ଆସିଛି। ଏହା ପରେ, ରାଜ୍ୟରେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ YSRCP ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?