ସନ୍ତୁଳିତ ଜୀବନଶୈଳୀ ଓ ଦୀର୍ଘାୟୁ ଜୀବନ

ଭାରତୀୟ ପ୍ରାଚୀନ ପରମ୍ପରା, ଐତିହ୍ୟ, ସଂସ୍କୃତି ଅତି ମହାନ୍‌। ଆମର ପୂର୍ବପିଢ଼ି ପାଖାପାଖି ଶହେ ବର୍ଷ ବଞ୍ଚତ୍ ରହୁଥିଲେ। ବୟସର ଛାପ ସେମାନଙ୍କୁ ଡେରିରେ ସ୍ପର୍ଶ କରୁଥିଲା। ଜୀବନର ପରିଣତ ବୟସରେ ବି ଦୃଶ୍ୟପଟ ଠିକ୍‌ ରହିବା, ସ୍ପଷ୍ଟ ଶୁଣାଯିବା, କେଶ ନ ପାଚିବା, ଦାନ୍ତ ନ ଝଡ଼ି ସ୍ପଷ୍ଟ ଉଚ୍ଚାରଣ କରିପାରିବା, ବାହ୍ୟ ଚର୍ମ ସତେଜ, ମଜଭୁତ, କାର୍ଯ୍ୟଦକ୍ଷତା ରହୁଥିବାର ନଜିର ରହିଛି। ଏହାର ମୁଖ୍ୟ କାରଣ ହେଲା, ଠିକ୍‌ ଭାବରେ ଆହାର ବିହାର କରୁଥିଲେ। ଜୈବିକସାରରୁ ପ୍ରସ୍ତୁତ ଧାନ, ପନିପରିବା ଚାଷ କରି ଖାଦ୍ୟ ଭାବେ ଖାଉଥିଲେ। ଦୈନନ୍ଦିନ ଉପଯୁକ୍ତ ଶାରୀରିକ ପରିଶ୍ରମ କରୁଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ଛୋଟ ଶିଶୁ, ଯୁବକ, ମଧ୍ୟବୟସ୍କ ଆଦି ସମସ୍ତଙ୍କର ଦୈନନ୍ଦିନ ଚାଲିଚଳଣି, ଖାଦ୍ୟପେୟ
ଆହାର ବିହାର ଆଦିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ସେହିପରି ଖାଦ୍ୟପେୟ ସକାଳୁ ଘରୋଇ ପ୍ରସ୍ତୁତ ଚୁଡ଼ା, ମୁଢ଼ି, ଲିଆ, ଖୁଦ ଉପମା, ଛତୁଆ, ରୁଟି, ସୁଜି ଉପମା, ଇଡ୍‌ଲି, ଚକୁଳି ଜଳଖିଆ ପସନ୍ଦ ନ କରି ପୁରୀ, ବରା, ସିଙ୍ଗଡ଼ା, ନୁଡୁଲ୍‌ସ, ଚାଉମିନ, ପିଜା, ବର୍ଗରକୁ ସକାଳ ଜଳଖିଆ ଭାବେ ପସନ୍ଦ କରୁଛନ୍ତି। ଆଧୁନିକ ତଥା ପାଶ୍ଚାତ୍ୟ ଖାଦ୍ୟଶୈଳୀକୁ ଆପଣେଇ ଖରାବେଳେ ହେଉ କିମ୍ବା ରାତିରେ କେତେକ ବ୍ୟକ୍ତି ଭାତ ସହ ମାଂସ, ମାଛ, ଚିକେନ ଏବଂ ସାଦା ବିରିୟାନୀ, ଚିକେନ ବିରିୟାନୀ ଆଦି ଖାଇବା ପରେ ଆଇସ୍‌କ୍ରିମ, ଥଣ୍ଡା ପାଣି, କୋଲ୍ଡ ଡ୍ରିଙ୍କ୍‌ସକୁ ପାନୀୟ ଭାବେ ସେବନ କରୁଛନ୍ତି, ଯାହାକି ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଯେମିତି ଖାଦ୍ୟ ଖାଇବା ସେପ୍ରକାରର ଗୁଣବତ୍ତା ଆମେ ପାଇବା। ଅତ୍ୟଧିକ କାର୍ବୋହାଇଡ୍ରେଟ ଖାଦ୍ୟ ଆମ ପାଇଁ ଶୀଘ୍ର ବାର୍ଦ୍ଧକ୍ୟ ଆଣିଥାଏ। ତେଣୁ ଖାଦ୍ୟରେ ଭାତ ଓ ରୁଟିର ପରିମାଣ କମ୍‌ କରିବା ସହ ଖାଦ୍ୟରେ ଅଧିକ ଜୈବିକ ପ୍ରଣାଳୀରେ ପ୍ରସ୍ତୁତ ସବୁଜ ତଥା ତଟକା ପନିପରିବା, ଶାଗ ଓ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଦରକାର। ଏହାଦ୍ୱାରା ଭିଟାମିନ ଏ,ବି,ସି,କେ, ଖଣିଜ ଜାତୀୟ ଦ୍ରବ୍ୟ ଶରୀରରେ ଅନୁକୂଳ ପ୍ରଭାବ ପକାଇଥାଏ, ଯାହାଫଳରେ ଆମ ଶରୀର ନୀରୋଗ ସ୍ବାସ୍ଥ୍ୟ ଓ ଦୀର୍ଘାୟୁ ନିମନ୍ତେ ସାହାଯ୍ୟ କରିଥାଏ। ଆମେ ଏକାଥରେ ପୁଳାଏ ଖାଦ୍ୟ ନ ଖାଇ କିଛି କମ୍‌ କରି ଖାଇବା ସହ ତିନିଥରକୁ ବରଂ ପାଞ୍ଚ ଥର କରି ଖାଇବା ସ୍ବାସ୍ଥ୍ୟପ୍ରଦ ଅଟେ।
ପାଣି ପିଇବା ସ୍ବାସ୍ଥ୍ୟପ୍ରଦ। ତେବେ ପାଣି ପିଇବାର ଶୈଳୀ ରହିଛି। ସକାଳୁ ଉଠି ଖାଲି ପେଟରେ ଥଣ୍ଡା ପାଣି ପିଅନ୍ତୁ। ଖାଦ୍ୟ ଖାଇବାର ଅଧଘଣ୍ଟା ପୂର୍ବରୁ କିଛି ପାଣି ଏବଂ ଖାଇବାର ଅଧଘଣ୍ଟା ପରେ ପାଣି ପିଇବା ଭଲ। କେତେକ ବ୍ୟକ୍ତି ଠିକ୍‌ ଖାଦ୍ୟ ଖାଇବା ପୂର୍ବରୁ, ଖାଦ୍ୟ ଖାଇବା ବେଳେ ଏବଂ ଖାଇବା ପରେ ପରେ ଥଣ୍ଡାପାଣି ପିଅନ୍ତି, ଯାହାକି ଆମର ପାଚନ କ୍ରିୟାରେ ପ୍ରତିକୂଳ ପ୍ରଭାବ ପକାଇ ଶରୀରରେ ପାଚକ ରସକୁ ନିଷ୍କ୍ରିୟ କରାଇଥାଏ। ଆବଶ୍ୟକତାଠାରୁ ଅଧିକ ପାଣି ପିଇବା ଦ୍ୱାରା ତାହା ଶରୀରରେ ଖରାପ ପ୍ରଭାବ ପକାଇଥାଏ। ଆମର ପୂର୍ବଜମାନେ ଖାଦ୍ୟ ଖାଇ କ୍ଷେତରେ କଠିନ ପରିଶ୍ରମ କରୁଥିଲେ, ଯଦ୍ଦ୍ବାରା ଶରୀରରେ ଖାଦ୍ୟ ଉପଯୁକ୍ତ ପରିପକ୍ୱ ହୋଇ ଶରୀର ସୁସ୍ଥ, ନୀରୋଗ ହୋଇ ଶତାୟୁ ବର୍ଷ ବଞ୍ଚତ୍ ରହୁଥିଲେ। ଫଳସ୍ବରୂପ ସେମାନେ ପରିଣତ ବୟସ ପର୍ଯ୍ୟନ୍ତ ଚଳଚଞ୍ଚଳ ଓ କାର୍ଯ୍ୟକ୍ଷମ ରହିପାରୁଥିଲେ। ବର୍ତ୍ତମାନ ପରିସ୍ଥିତିରେ ମନୁଷ୍ୟ ଖାଦ୍ୟଖାଇବା ପରେ ସଙ୍ଗେସଙ୍ଗେ କମ୍ପ୍ୟୁଟର ପାଖରେ ଏବଂ କାର୍ଯ୍ୟାଳୟରେ ଅଧିକ ସମୟ ବସିବା, କେତେକ ବ୍ୟକ୍ତି ଖାଇବା ପରେ ପରେ ସଙ୍ଗେ ସଙ୍ଗେ ଶୋଇପଡ଼ିବା ହେତୁ ମେଦ ବୃଦ୍ଧି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାବ୍ୟତୀତ ଖାଦ୍ୟ ଠିକ୍‌ଭାବେ ହଜମ ନ ହେବାରୁ ଗ୍ୟାଷ୍ଟ୍ରିକ୍‌ ସସମ୍ୟା ସୃଷ୍ଟି ହୋଇଥାଏ। ତେଣୁ ଖାଦ୍ୟ ଖାଇବା ପରେ କିଛି ସମୟ ଚଲାବୁଲା କରିବା ଉଚିତ। ଏଣୁ ଜୀବନଶୈଳୀ ହିଁ ଜୀବନର ମାନଦଣ୍ଡ। ଆମେ ହେୟଜ୍ଞାନ କରିବା ଦ୍ୱାରା ଏହାର ପ୍ରତିକୂଳ ପ୍ରଭାବ ଆମେ ହିଁ ଭୋଗ କରିଥାଉ।
ଆଜିକାଲି ଖାଇବା ସମୟରେ ମୋବାଇଲ, ଟିଭି ଦେଖିବା ଏବଂ ବିଳମ୍ବରେ ଶୋଇବା ଆଦି କେତେକଙ୍କର ଅଭ୍ୟାସରେ ପରିଣତ ହୋଇଯାଇଛି। ସ୍ବାସ୍ଥ୍ୟ ବିଜ୍ଞାନ ମତରେ ଯେକୌଣସି ଖାଦ୍ୟ ଖାଇବା ବେଳେ ମନଲଗାଇ ଖାଇବା, ଖାଦ୍ୟ ପ୍ରତି ଆଗ୍ରହ ରଖି ଖାଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ, ଯାହାକି ସ୍ବାସ୍ଥ୍ୟପ୍ରଦ।
କେତେକ ବ୍ୟକ୍ତି ଅତ୍ୟନ୍ତ ଥଣ୍ଡା ପାଣି ବା ଫ୍ରିଜ ପାଣି ଏବଂ ଅଧିକ ଥଣ୍ଡା ଥିବା କୋଲ୍ଡ ଡ୍ରିଙ୍କସ ପିଇଥାଆନ୍ତି। ବିଭିନ୍ନ ପ୍ରକାର ଛଣା ଖାଦ୍ୟ ଖାଇବା ଅଭ୍ୟାସରେ ପଡ଼ିଗଲେ ତାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଆମର ଭାରତୀୟ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରରେ ବର୍ଣ୍ଣିତ ହୋଇଛି ଯେ ଆମେ ଯେପରି ଖାଦ୍ୟ ଖାଇବା ତା’ର ଗୁଣବତ୍ତା ଶରୀରରେ ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜା, ଶୁକ୍ର ଏହିପରି ପ୍ରକ୍ରିୟା ସପ୍ତଧାତୁ ପ୍ରକ୍ରିୟାକରଣ ହୋଇ ଶେଷରେ ଶରୀରର ସର୍ବଶ୍ରେଷ୍ଠ ଧାତୁ ‘ଓଜ’ ସୃଷ୍ଟି ହୋଇଥାଏ। ଯଦି ଆମେ ଦୈନନ୍ଦିନ ଖାଦ୍ୟରେ କିଛି ପରିମାଣରେ ଗାଈ କ୍ଷୀର, ଶୁଦ୍ଧଘିଅ, ଶୁଦ୍ଧ ମହୁ, ପିସ୍ତାବାଦାମ, ଜୈବିକ ସାରରୁ ଉତ୍ପନ୍ନ ଖାଦ୍ୟଶସ୍ୟ ଆଦି ଖାଦ୍ୟ ରୂପେ ସେବନ କରିବା ଦରକାର। ତା’ସହ ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟା ତ୍ୟାଗ କରିବା, ଉପଯୁକ୍ତ ପରିଶ୍ରମ କରିବା ଏବଂ ଦୈନନ୍ଦିନ ଜୀବନଶୈଳୀ ଓ ଆହାର ବିହାର ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପଡ଼ିଥାଏ।
ଉପରୋକ୍ତ ସମସ୍ତ ବିଷୟକୁ ପର୍ଯ୍ୟାଲୋଚନା କଲେ ଆମେ ଜାଣିପାରିବା ଯେ ଉତ୍ତମ ଖାଦ୍ୟଶୈଳୀ, ଜୀବନଚର୍ଯ୍ୟା ହିଁ ଦୀର୍ଘାୟୁ ଜୀବନର ମୂଳ ମନ୍ତ୍ର।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri