ସନ୍ତୁଳିତ ଆହାର ବଢ଼ାଏ ରୋଗ ପ୍ରତିରୋଧକ ଶକ୍ତି

ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୂତାଣୁ(କୋଭିଡ-୧୯)ମହାମାରୀ ରୂପ ଧାରଣ କରି ପ୍ରତିଦିନ ଶହଶହ ଲୋକଙ୍କ ଜୀବନ ନେଉଛି । ଏପରିସ୍ଥଳେ ଉକ୍ତ ମହାମାରୀ ଭୂତାଣୁକୁ ପ୍ରତିରୋଧ ନିମନ୍ତେ ଆମ୍ଭେମାନେ ନିଜ ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବାସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବା ପାଇଁ ଅଙ୍କୁରିତ ଖାଦ୍ୟ ଓ ସନ୍ତୁଳିତ ଆହାର ଦୈନନ୍ଦିନ ଖାଇବା ଜରୁରୀ, ଯଦ୍ଦ୍ବାରା ପ୍ରାକୃତିକ ଉପାୟରେ ଆମ ଶରୀରରେ ଆବଶ୍ୟକୀୟ ବିଭିନ୍ନ ଭିଟାମିନର ଅଭାବ ପୂର୍ଣ୍ଣ ହୋଇ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ କରୋନା ଭୂତାଣୁର ପ୍ରଭାବକୁ ପ୍ରତିରୋଧ ନିମନ୍ତେ ସହାୟକ ହୋଇପାରିବ ।
ଜୀବନରେ ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ହେଲା ସ୍ବାସ୍ଥ୍ୟ। ତେଣୁ ଆମେ ଦୈନନ୍ଦିନ ଖାଉଥିବା ଖାଦ୍ୟ ଶୈଳୀ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ପ୍ରତିଦିନ ଖାଦ୍ୟରେ ମୁଗ, ବୁଟ, ବାଦାମ, ମଟର, ଗହମ, ମେଥି ଆଦିକୁ ଅଙ୍କୁରିତ(ଗଜା)କରି ଖାଇବା ଦ୍ୱାର ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । କାରଣ ଏଥିରେ କ୍ୟାଲୋରୀର ମାତ୍ରା କମ୍‌ ରହିଥିବାରୁ ଏହା ଶରୀରର ଓଜନକୁ ସନ୍ତୁଳିତ ରଖିବା ସହ ପ୍ରୋଟିନର ଆବଶ୍ୟକତା ପୂରଣ କରି ଔଷଧ ଭଳି କାର୍ଯ୍ୟ କରିଥାଏ ।
ମୁଗ, ବୁଟ, ମଟର, ବାଦାମ, ମେଥି ଆଦିକୁ ୬ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଭଲଭାବେ ସଫାକରି ସ୍ବଚ୍ଛ ଜଳରେ ଭିଜାଇ ରଖିଦେଲେ ଏବଂ ପରେ ଏକ ସୂତା ବସ୍ତ୍ରରେ ସେଗୁଡ଼ିକୁ ବାନ୍ଧି କୌଣସି ପାତ୍ର ତା’ ଉପରେ ଘୋଡାଇଦେଲେ ତାହା ଅଙ୍କୁରିତ ହୋଇଥାଏ। ଶସ୍ୟଗୁଡ଼ିକ ଗଜା ହେବା ପରେ କିଛି ସମୟ ଖରାରେ ରଖିଦେଲେ ତାହା ସବୁଜ ବର୍ଣ୍ଣ ହୋଇଥାଏ । ଏଥିରୁ ଜଣାପଡ଼ିଥାଏ ଯେ ଉକ୍ତ ଗଜାରେ ‘କ୍ଲୋରୋଫିଲ’ ନାମକ ସାରାଂଶ ରହିଛି କି ନାହିଁ । କାରଣ କ୍ଲୋରୋଫିଲ ନାମକ ସାରାଂଶ ଶସ୍ୟକଣା ଭିତରେ ରହିଥବା ଅସଲ ଗୁଣବତ୍ତା ବା ଶକ୍ତି, ଯାହା କି ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସି ଭିଟାମିନ ବୃଦ୍ଧି ହୋଇଥାଏ। ଏହି ଅଙ୍କୁରିତ ଖାଦ୍ୟକୁ ଖାଇଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ବିଭିନ୍ନ ଦ୍ରବ୍ୟକୁ ରାନ୍ଧିଖାଇବା ଦ୍ୱାରା ଭିଟାମିନ ନଷ୍ଟ ହୋଇଥାଏ କିନ୍ତୁ ଅଙ୍କୁରିତ କରି ସକାଳ ଓ ଅପରାହ୍ନରେ ଜଳଖିଆ ରୂପେ କିମ୍ବା ‘ସଲାଡ଼’ କରି ଖାଇବା ଦ୍ୱାରା ଏଥିରେ ଥିବା ଭିଟାମିନ ସିଧା ଶରୀରକୁ ଯାଇଥାଏ। ପ୍ରତିଦିନ ଆମେ ଖାଉଥିବା ଖାଦ୍ୟରେ ‘ସୋଡିଅମ୍‌’ର ମାତ୍ରା ଅଧିକଥାଏ, ଯାହା କି ଉଚ୍ଚ ରକ୍ତଚାପକୁ ବୃଦ୍ଧି କରିଥାଏ କିନ୍ତୁ ଅଙ୍କୁରିତ ଖାଦ୍ୟ ରକ୍ତଚାପକୁ ସନ୍ତୁଳିତ ରଖି କୋଲେଷ୍ଟରଲ ମାତ୍ରାକୁ କମାଇ ରକ୍ତରେ ଶର୍କରା ମାତ୍ରାକୁ ଠିକ ରଖିଥାଏ । ଶରୀରର ରକ୍ତକୁ ପରିଷ୍କାର ରଖି ତ୍ୱଚାକୁ ସୁସ୍ଥ ଓ ସୁନ୍ଦର ରଖିଥାଏ ।
ତେଣୁ ଅଙ୍କୁରିତ ଖାଦ୍ୟକୁ ଏକ ‘ପୂର୍ଣ୍ଣଖାଦ୍ୟ’ କୁହାଯାଏ ।
ବୟସ ଅପେକ୍ଷା (ପିଲା କିମ୍ବା ବୃଦ୍ଧ) ଶରୀରରେ ଯାହାର ଯେତିକି ରୋଗପ୍ରତିରୋଧକ ଶକ୍ତି ରହିଥାଏ ସେହି ବ୍ୟକ୍ତିର ସେତିକି ରୋଗକୁ ପ୍ରତିରୋଧ କରିବା କ୍ଷମତା ରହିବା ସହ ସ୍ବାସ୍ଥ୍ୟକୁ ସୁରକ୍ଷା କରିପାରିଥାଏ ।
ଦୈନନ୍ଦିନ ଖାଦ୍ୟରେ ଆମେ ୪୦୦ ରୁ ୮୦୦ ଗ୍ରାମ ଫଳ ଓ ପନିପରିବା ଖାଇବା ଉଚିତ । ଅଙ୍କୁରିତ ଖାଦ୍ୟ ଓ ସନ୍ତୁଳିତ ଆହାର ଖାଇବା ଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ବିଭିନ୍ନ ଭୂତାଣୁ ଓ ଜୀବାଣୁ ଜନିତ ତଥା ‘କୋଭିଡ୍‌-୧୯’ ଭଳି ଭୂତାଣୁକୁ ପ୍ରତିରୋଧ କରାଇପାରିବା ସହ ସୁସ୍ଥ ଏବଂ ଦୀର୍ଘାୟୁ ଜୀବନ ଯାପନ ଅତିବାହିତ କରିପାରିବା ।

ଡା. ବସନ୍ତ କୁମାର ଷଡଙ୍ଗୀ

-ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ବନ୍ୟା: ୨୨ ଲକ୍ଷ ପ୍ରଭାବିତ

ପାଟନା,୭ା୯(ପି.ଟି.): ବିହାର ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ…

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri