ମୁଣ୍ଡ, ହାତ ନ ଥିବା ଶିଶୁ ଜନ୍ମ

ଠାକୁରମୁଣ୍ଡା,୧୯ା୧୧(ତାରାକାନ୍ତ ପଟ୍ଟନାୟକ)ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ଜଣେ ଗର୍ଭବତୀ ୨ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଜନ୍ମିତ ଶିଶୁଙ୍କ ମଧ୍ୟରୁ ଗୋଟିଏ ଶିଶୁ କନ୍ୟାର ମୁଣ୍ଡ ଓ ଗୋଡ଼ ନ ଥିବା ଦେଖାଯାଇଛି। ଖବର ପ୍ରଚାର ପରେ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ସୀମାନ୍ତ କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ପଣସଡ଼ିହା ପଞ୍ଚାୟତ ରାଉତ ମୁଦୟାଙ୍କ ସ୍ତ୍ରୀ ସଦୁଗାମଙ୍କ ଗର୍ଭଯନ୍ତ୍ରଣା ହୋଇଥିଲା। ତାଙ୍କୁ ଡାକ୍ତରଖାନା ଆଣିବା ବାଟରେ ଆମ୍ବୁଲାନ୍ସରେ ଗୋଟିଏ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ପରେ ତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଦିନ ପ୍ରାୟ ୪.୧୫ ମିନିଟ୍‌ ସମୟରେ ମୃତ ଅବସ୍ଥାରେ ଆଉ ଏକ ମୁଣ୍ଡ ହାତ ନ ଥିବା ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ସୁଦଗାମଙ୍କ ଏହା ୪ ର୍ଥ ଗର୍ଭରୁ ୨ ଶିଶୁ ଜନ୍ମଲାଭ କରିଥିବା ଜଣାପଡ଼ିଛି। ଅନ୍ୟ ଶିଶୁର ଅବସ୍ଥା ଭଲ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ତାଙ୍କର ୨ ଝିଅ ଓ ଗୋଟିଏ ପୁଅ ଅଛନ୍ତି।