ମାଛ ଧରିବା ବେଳେ ଜାଲରେ ପଡିଲା ୯ ଫୁଟ ଲମ୍ବର ଅଜଗର

ଛତ୍ରପୁର, ୧୬।୮(ଡି.ଏନ୍‌.ଏ.): ମାଛ ଧରିବା ବେଳେ ଜାଲରେ ପଡିଲା ୯ ଫୁଟ ଲମ୍ବର ଅଜଗର ସାପ । ଏଭଳି ଦୃଶ୍ୟ ଦେଖି ବାକୁ ମିଳିଛଇ ଗଞ୍ଜାମ ଜିଲା ଛତ୍ରପୁର ତମ୍ପରା ହ୍ରଦରେ। ରବିବାର ସକାଳୁ ତରେଇ ପାଟପୁର ଗ୍ରାମର କନ୍ଧ ବେହେରା ମାଛ ଧରିବା ପାଇଁ ଡଙ୍ଗା ନେଇ ଯାଇଥିଲେ । ସେ ମାଛ ଧରିବା ସମୟରେ ତାଙ୍କ ଜାଲରେ ଏକ ସାପ ପଡିଥିଲା । ସେହି ସାପକୁ ଧରି ସେ କୂଳକୁ ଆଣିଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ସାପକୁ ଉଦ୍ଧାର କରିଛନ୍ତି। ପରେ ଏହା ଅଜଗର ସାପ ବୋଲି ଚିହ୍ନଟ କରିଛନ୍ତି । ତାର ଲମ୍ବ ୯ ଫୁଟ ବୋଲି ଜଣାପଡିଛି। ପରେ ଉକ୍ତ ସାପକୁ ବ୍ରହ୍ମପୁର ଉପକଣ୍ଠ ଟମଣା ଜଙ୍ଗଲରେ ଛଡାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଏହି ସାପଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଛି।