Posted inଜାତୀୟ

ଦର ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୬ ବର୍ଷୀୟ ଶିଶୁ

ନୂଆଦିଲ୍ଲୀ, ୨ା୮:ସମ୍ପ୍ରତି ଦେଶରେ ଅତ୍ୟବଶ୍ୟକ ସାମଗ୍ରୀର ଦରଦାମ୍‌ ହୁ ହୁ ହୋଇ ବଢ଼ିଚାଲିଛି। ମୂଲ୍ୟବୃଦ୍ଧି ଯୋଗୁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ପାର୍ଲାମେଣ୍ଟ ଅଧିବେଶନରେ ବିରୋଧୀ ଏହା ଉପରେ ଆଲୋଚନା ଦାବି କରି ହଟ୍ଟଗୋଳ ଜାରି ରଖିଛନ୍ତି। ପରିବାର ଚଳାଇବା ସାଧାରଣ ଲୋକଟିଏ ପାଇଁ କଷ୍ଟକର ହୋଇପଡ଼ିଥିବାବେଳେ ଏହା କିପରି ଛୋଟ ପିଲାଙ୍କୁ ପ୍ରଭାବିତ କରିଛି ତାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି। ପେନ୍‌ସିଲ, ରବର ଭଳି ପାଠପଢ଼ା ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ଅତିଷ୍ଠ ହୋଇପଡ଼ିବା ଏବଂ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ସମାଧାନ ଖୋଜିଦେବାକୁ ନିବେଦନ କରିବା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
ଉତ୍ତର ପ୍ରଦେଶର କନୌଜ ଜିଲା ଛିବ୍ରାମାଉ ସହରରେ ରହୁଥିବା ଜଣେ ୬ ବର୍ଷୀୟ ଶିଶୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ପ୍ରଥମ ଶ୍ରେଣୀ ଛାତ୍ରୀ କ୍ରିତି ଦୁବେ ଏହି ଚିଠିରେ ଦରଦାମ ବୃଦ୍ଧି ଯୋଗୁ ସେ କିପରି ଅସୁବିଧାରେ ପଡ଼ିଛନ୍ତି ତାହା ଉଲ୍ଲେଖ କରିଛନ୍ତି। ପେନ୍‌ସିଲ, ରବର, ମ୍ୟାଗି ଦାମ ବଢ଼ିଯାଇଥିବା କହି ପ୍ରଧାନମନ୍ତ୍ରୀଙ୍କୁ ସେ ଅଭିଯୋଗ କରିଛନ୍ତି। ହିନ୍ଦୀରେ ଲେଖାଯାଇଥିବା ଚିଠିଟି ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହୋଇଛି।
ଚିଠିରେ କ୍ରିତି ଲେଖିଛନ୍ତି, ‘ପ୍ରଧାନମନ୍ତ୍ରୀ ଜୀ, ମୋ ନାଁ କୀର୍ତ୍ତି ଦୁବେ। ମୁଁ ପ୍ରଥମ ଶ୍ରେଣୀରେ ପଢ଼େ। ତୁମେ ଦରଦାମ୍‌ ବଢ଼ାଇ ଦେଇଛ। ଏପରି କି ମୋ ପେନ୍‌ସିଲ, ରବର ସହ ମ୍ୟାଗି ଦାମ୍‌ ବି ବଢ଼ିଯାଇଛି। ଏକ ପେନ୍‌ସିଲ ମାଗିଲେ ମା’ ମାଡ଼ ମାରୁଛନ୍ତି। ଏବେ ମୁଁ କ’ଣ କରିବି? ଅନ୍ୟ ପିଲାମାନେ ମୋ ପେନ୍‌ସିଲ ଚୋରି କରିନେଉଛନ୍ତି।’ ଏହା ଉପରେ କ୍ରିତିଙ୍କ ବାପା ବିଶାଲ ଦୁବେ ପ୍ରତିକ୍ରିୟା ରଖିଛନ୍ତି। ଆଇନଜୀବୀ ବିଶାଲ ଦୁବେ କହିଛନ୍ତି, ଏ ହେଉଛି ମୋ ଝିଅର ‘ମନ୍‌ କୀ ବାତ୍‌’। ସେ ସ୍କୁଲରେ ପେନ୍‌ସିଲ ହଜାଇ ଦେବା ପରେ ତାଙ୍କ ମା’ ଗାଳି କରୁଛନ୍ତି। ଏଥିରେ ବ୍ୟସ୍ତ ହୋଇ ଝିଅ ଏହି ଚିଠି ଲେଖିଛି। ଛିବ୍ରମାଉ ଏସ୍‌ଡିଏମ୍‌ ଅଶୋକ କୁମାର କହିଛନ୍ତି, ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଚିଠିଟିକୁ ପହଞ୍ଚାଇବାକୁ ସେ ସବୁପ୍ରକାର ଉଦ୍ୟମ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri