ପରିତ୍ୟକ୍ତ ଅବସ୍ଥାରେ ୬ ଦିନର ଶିଶୁପୁତ୍ର ଉଦ୍ଧାର

ପାରଳାଖେମୁଣ୍ଡି,୫ା୨(ଗିରିଧାରୀ ପରିଛା): ଗଜପତି ଜିଲା ନୂଆଗଡ଼ ବ୍ଲକଠାରେ ପରିତ୍ୟକ୍ତ ଅବସ୍ଥାରେ ୬ଦିନ ଶିଶୁପୁତ୍ରକୁ ଉଦ୍ଧାର କରିଛି ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ। ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ଯାତ୍ରୀ ବିଶ୍ରାମଗୃହ ଭିତରେ ପରିତ୍ୟକ୍ତ ଅବସ୍ଥାରେ ଏହି ଶିଶୁପୁତ୍ରଟି ପଡ଼ିଥିଲା।

ସୂଚନାନୁଯାୟୀ, ଶିଶୁପୁତ୍ରଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବା ପରେ ଜଣେ ବ୍ୟକ୍ତି ସିସିଡି ଜିଲା ସଂଯୋଜକ ବିଜୟ ପ୍ରଧାନଙ୍କୁ ଫୋନ କରିଥିଲେ। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ସିସିଡି କର୍ମଚାରୀ ଇନ୍ଦୁମତି ଦେବୀ, ସତନ୍ତ୍ର ପୋଷ୍ୟ ସନ୍ତାନ ଅନୁଷ୍ଠାନର ସୋସିଆଲ ଓ୍ବାର୍କର ସୁବାସିତ ସଓ୍ବାଲସିଂ, ଆୟା ବିଳାସିନୀ ତାଣ୍ଡି ପ୍ରମୁଖ ପହଞ୍ଚି ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି।