କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍ ୟୁନିଟ୍ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ ହୋଇ ଘଟଣା ସମ୍ପର୍କରେ କୁଆଁରମୁଣ୍ଡା ବିଡିଓ ଡା. ଜଗଦୀଶ ପ୍ରସାଦ ମହାନନ୍ଦଙ୍କୁ ଜଣାଇଥିଲେ।
ବିଡିଓ ରାଉରକେଲା ସ୍ନେକ୍ ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରିବା ପରେ ସାପ ଉଦ୍ଧାରକାରୀ ଟିମ୍ର କାର୍ଯ୍ୟକର୍ତ୍ତାମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ସୁରକ୍ଷିତ ଭାବେ ଅଜଗରଟିକୁ ଉଦ୍ଧାର କରିଥିଲେ।
ଉଦ୍ଧାର ହୋଇଥିବା ଅଜଗରଟିର ଲମ୍ବ ପ୍ରାୟ ୫ ଫୁଟ ହୋଇଥିବା ବେଳେ ଓଜନ ୭ କିଲୋଗ୍ରାମରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ଉଦ୍ଧାର ପରେ ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ିବା ପାଇଁ ନିଆଯାଇଥିବା ଜଣାପଡ଼ିଛି।