୩ ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରି ସମୁଦ୍ର ବାଲିରେ ଫିଙ୍ଗିଦେଲେ

ପାରାଦୀପ,୨୮ା୭(ଶରତ ରାଉତ): ପାରାଦୀପ ଜଟାଧାରମୁହାଣ ଥାନା ଅଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୩ ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରି ସମୁଦ୍ର ବାଲିରେ କେହି ପକାଇ ଦେଇଥିଲେ। ସେଠାରୁ ମୁମୂର୍ଷୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାକୁ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉକ୍ତ ଶିଶୁକନ୍ୟା ଭୋର୍‌ ୫ ଟାରେ ଉଠି ଘର ପାଖରେ ଖେଳୁଥିବା ବେଳେ ଅଭିଯୁକ୍ତ ବଳାତ୍କାରୀ ତାଙ୍କୁ ଉଠେଇ ନେଇ ନିକଟସ୍ଥ ବେଳାଭୂମି ଝାଉଁ ଜଙ୍ଗଲରେ ବଳାତ୍କାର କରିଥିବା କୁହାଯାଉଛି। ଶିଶୁକନ୍ୟାର ପ୍ରଚୁର ରକ୍ତସ୍ରାବ ହେବା ସହ ମୁମୂର୍ଷୁ ଅବସ୍ଥାରେ ସେଠାରେ ପଡ଼ିଥିଲେ। ସେହି ସମୟରେ ମା’ ବାପା ଝିଅକୁ ଖୋଜୁଥିଲେ। ଏତିକି ବେଳେ ଜଣେ ପଡ଼ୋଶୀ ଦମ୍ପତି ଝିଅକୁ ଆଣି ଘରେ ପହଞ୍ଚାଇବା ସହ ଘଟଣା ସମ୍ପର୍କରେ କହିଥିଲେ। ପରେ ସେମାନେ ଝିଅକୁ ନେଇ ପ୍ରଥମେ ଜଟାଧାରମୁହାଣ ସାମୁଦ୍ରିକ ଥାନାକୁ ଯାଇଥିଲେ। ପୋଲିସ ତାଙ୍କୁ ହସ୍ପିଟାଲ ପଠାଇ ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଲେଖା ହେବା ସୁଦ୍ଧା ଅଭିଯୁକ୍ତ ସମ୍ପର୍କରେ ସୂଚନା ମିଳିନାହିଁ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ବିଜେଡି ନେତୃତ୍ୱ: କଳିକେଶଙ୍କୁ ନେଇ ଏମିତି କିଛି କହିଲେ ଦେବାଶିଷ

ଭୁବନେଶ୍ୱର,୧୪।୨ କଳିକେଶଙ୍କୁ ବିଜେଡି ନେତୃତ୍ୱ ଦାବିରେ ମୁହଁ ଖୋଲିଲେ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ସେ ଜଣେ ଯୁବ ଦକ୍ଷ ନେତା, ତାଙ୍କ ପରିବାର ସହ ନବୀନଙ୍କର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

WHOର ଭୟଙ୍କର ଭବିଷ୍ୟବାଣୀ: ୨୦୫୦ ସୁଦ୍ଧା ବିଶ୍ୱରେ…

ଓ୍ବାଶିଂଟନ୍‌,୧୪।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ପ୍ରଥମ ଓ୍ବାଲର୍‌ଡ ରିପୋର୍ଟ ଅନ୍‌ ହିଅରିଂ ଅନୁଯାୟୀ, ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରାୟ ୨.୫…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri