Posted inଫୁରସତ

୩ ବର୍ଷର ବାଳକ ଚଳାଉଛି ସୁପର୍‌ କାର୍‌

ବୟସ ମାତ୍ର ୩ ବର୍ଷ। ଯେଉଁ ବୟସରେ ସେ ନିଜ କୁନି କୁନି ହାତରେ ଖେଳଣା କାର୍‌ ଚଳାଇବା କଥା, ସେଇ ବୟସରେ ସେ ଚଳାଉଛି ସୁପର୍‌ କାର୍‌ । ଜ୍ୟେନ୍‌ ସୋଫୁଓଗ୍ଲୁ ନାମକ ଏହି ବାଳକଟି ଏକ ବିସ୍ମୟଠୁ କମ୍‌ ନୁହେଁ। କାର୍‌ ସିଟ୍‌ରେ ବସି ଷ୍ଟିୟରିଂ ହୁଇଲ୍‌ ଧରିଲେ ଓ୍‌ିଣ୍ଡସିଲ୍ଡ ଦେଇ ବାହାରକୁ ଦେଖିପାରେନା ଜ୍ୟେନ୍‌। ଗୋଡ କ୍ଲଚ୍‌, ବ୍ରେକ ପାଖକୁ ବି ପହଞ୍ଚେନା। ତଥାପି ବାପାଙ୍କ ସୁପର୍‌ କାର୍‌ ଫରାରୀ ଏସ୍‌ଏଫ୍‌ ୯୦କୁ ପେସାଦାର କାର୍‌ ଚାଳକ ଭାବେ ବେଶ୍‌ ଆରାମରେ ଗ୍ୟାରେଜ୍‌ରୁ ବାହାର କରିପାରେ। ଏହି କାମକୁ ଜ୍ୟେନ୍‌ କାର୍‌ରେ ଲାଗିଥିବା ଗୋପ୍ରୋ କ୍ୟାମେରା, ଯାହାକି କାର୍‌ ଭିତରେ ଥିବା ଟାବଲେଟ୍‌ ସହ ଲିଙ୍କ୍‌ ଥାଏ ତା’ ସାହାଯ୍ୟରେ କରିପାରୁଛି। ସୁପର୍‌ କାର୍‌ ଚଳାଇବାକୁ ଯେଉଁଠି ବୟସ୍କ ଗାଡି ଚାଳକ ଡରି ଯାଆନ୍ତି, ସେଠି କୁନି ଜ୍ୟେନ୍‌ ବେଶ ସହଜରେ କରି ଦେଇପାରୁଛି। ତେବେ ଏହି କାମକୁ ସହଜରେ କରିପାରିବା ପଛରେ ତାଙ୍କ ବାପା କେନାନ ସୋଫୁଓଗ୍ଲୁଙ୍କ ହାତ ଅଛି। କେନାନ ହେଉଛନ୍ତି ତୁର୍କର ମୋଟର ସାଇକେଲ ଓ ସୁପର୍‌ କାର୍‌ ରେସର୍‌। ତାଙ୍କ ନାମରେ ପାଞ୍ଚୋଟି ସୁପରସ୍ପୋର୍ଟସ୍‌ ଓ୍ବାର୍ଲଡ ଚାମ୍ପିୟନ ଟାଇଟଲ୍‌ ଥିବାର ରେକର୍ଡ ଅଛି। ତାଙ୍କର ପୁଅଭାବେ ଜ୍ୟେନ୍‌ ଛୋଟବେଳୁ ସ୍ପୋର୍ଟସ୍‌ କାର୍‌ ଦେଖିଛି। ଆଉ ଜ୍ୟେନ୍‌ଙ୍କୁ ତାଙ୍କ ବାପା କେନାନ ବାଇକ୍‌ ସହ ସ୍ପୋର୍ଟସ୍‌ କାର୍‌ ଚଳାଇବା ବି ଶିଖାଇଛନ୍ତି। ତେବେ ଏତେ ଛୋଟ ପିଲାକୁ ସ୍ପୋର୍ଟସ୍‌ କାର୍‌ ଓ ବାଇକ ଚଳାଇବାକୁ ଦେଉଥିବାରୁ ଅନେକେ ତାଙ୍କୁ ନିନ୍ଦା କରନ୍ତି। ହେଲେ କେନାନ କୁହନ୍ତି, ‘ମୋ ପୁଅ ଗାଡି ଚଳାଇବାବେଳେ ମୁଁ ସବୁବେଳେ ପାଖରେ ଥାଏ, ସବୁ ସତର୍କତା ଅବଲମ୍ବନ କରେ। ଯେମିତିକି ତା’ର କିଛି କ୍ଷତି ହେବନି।’


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri