ଆଶ୍ରୟ ଦେଇ ନାବାଳିକାଙ୍କୁ ବଳାତ୍କାର

କଳିଙ୍ଗନଗର ୧୯ା୭ (ଡି.ଏନ୍‌.ଏ.):ବର୍ଷା ଭିଜା ରାତିରେ ଆଶ୍ରୟ ଦେବାକୁ ଡାକି ନେଇ ଜଣେ ଆଦିବାସୀ ନାବାଳିକା(୧୫)ଙ୍କୁ ବଳାତ୍କାର କରାଯାଇଛି। ତେବେ ଗଣବଳାତ୍କାରରୁ ବର୍ତ୍ତିବା ପାଇଁ ନାବାଳିକା ଜଣକ ଛାତରୁ ଡେଇଁ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ବଳାତ୍କାର କରିବା ପୂର୍ବରୁ ପୀଡ଼ିତାଙ୍କ ବଡ଼ଭାଇ(୧୭)ଙ୍କୁ ଅଭିଯୁକ୍ତମାନେ ନିସ୍ତୁକ ମାଡ଼ ମାରି ତଡ଼ି ଦେଇଥିଲେ। ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ରବିବାର ରାତିରେ ଘଟିଛି ଏହି ଘଟଣା।
ସୂଚନା ମୁତାବକ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତିଲଝରି ଅଞ୍ଚଳର ଅନାଥ ନାବାଳିକା ଏବଂ ତାଙ୍କ ବଡ଼ ଭାଇ ଟାଟା ଖଣି ଅଞ୍ଚଳରେ ବିବାହ କରିଥିବା ବଡ଼ ଭଉଣୀ ଘରକୁ ଯିବା ପାଇଁ ରବିବାର ସାରେ ଡୁବୁରି ଛକରେ ଗାଡ଼ିକୁ ଅପେକ୍ଷା କରିଥିଲେ। ତୁହାକୁତୁହା ପ୍ରବଳ ବର୍ଷା ହେଉଥିବାରୁ ଖଣି ଅଞ୍ଚଳକୁ ସେମାନେ ଗାଡ଼ି ପାଇ ନ ଥିଲେ। ଶେଷରେ ଚାଲି ଚାଲି ଯିବାକୁ ବାହାରିଥିବାବେଳେ ପଛରୁ ଅନୁସରଣ କରୁଥିବା କେତେଜଣ ଅସାମାଜିକ ଯୁବକ ସେମାନଙ୍କୁ ବାଟରେ ଅଟକାଇ ବିସ୍କୁଟ ଖାଇବାକୁ ଦେଇଥିଲେ। ଅସହାୟ ବୋଲି ଜାଣିବା ପରେ ସେମାନଙ୍କୁ ବାଟରେ ଥିବା ତିଳେଶ୍ୱର ଶିବମନ୍ଦିର ନିକଟରେ ଆଶ୍ରୟ
ନେବାକୁ ପ୍ରବର୍ତ୍ତାଇଥିଲେ। ଭାଇଭଉଣୀ ସେହି ଯୁବକମାନଙ୍କ କଥାମାନି ଶିବମନ୍ଦିର ନିକଟରେ ରହି ଯାଇଥିଲେ। ପରେ ରାତି ପ୍ରାୟ ୧୦ଟା ବେଳେ ଉକ୍ତ ଯୁବକମାନେ ପହଞ୍ଚି ପାଖରେ ଥିବା ଝୁମ୍ପାଣ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ଚାଲ, ଆରାମରେ ରହିବ କହି ସେମାନଙ୍କୁ ଡାକି ନେଇଥିଲେ। ଭାଇଭଉଣୀ ସେମାନଙ୍କୁ ଭରସା କରି ସ୍କୁଲରେ ପହଞ୍ଚିବା ପରେ ଯୁବକମାନେ ନାବାଳିକାଙ୍କ ଭାଇଙ୍କୁ ନିସ୍ତୁକ ମାଡ଼ ମାରି ତଡ଼ି ଦେଇଥିଲେ। ପରେ ନାବାଳିକାକୁ ଛାତ ଉପରକୁ ଟେକି ନେଇ ଗଣବଳାତ୍କାର ଉଦ୍ୟମ କରିଥିଲେ। ନାବାଳିକା ଜଣକ ପ୍ରଥମ ବଳାତ୍କାରର ଶିକାର ହେବା ପରେ କୌଶଳ କ୍ରମେ ଖସିଯାଇ ଛାତରୁ ଡେଇଁ ପଡ଼ିଥିଲେ। ଅନ୍ୟପକ୍ଷରେ ତାଙ୍କ ଭାଇ ନିକଟସ୍ଥ ଗ୍ରାମ ଝୁମ୍ପାଣରେ ଖବର ଦେବାପରେ ଗ୍ରାମବାସୀ କଳିଙ୍ଗନଗର ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଅନେକ ଖୋଜାଖୋଜି କରି ନାବାଳିକାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଏକ ଝାଟି ଜଙ୍ଗଲ ମଧ୍ୟରୁ ଉଦ୍ଧାର କରିଥିଲା। ଚିକିତ୍ସା ପାଇଁ ତାଙ୍କୁ ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ନାବାଳିକା ଜଣକ ଛାତରୁ ଡେଇଁବା ପରେ ଗଣବଳାତ୍କାରର ଶିକାର ହୋଇଛନ୍ତି କି ନାହିଁ ସେନେଇ ପୋଲିସ ତଦନ୍ତ କରୁଛି। ଏହାସହ ରାତାରାତି ୫ ଅଭିଯୁକ୍ତଙ୍କୁ ଧରିଛି। ଏସ୍‌ପି ରାହୁଲ ପି.ଆର୍‌. ଘଟଣାସ୍ଥଳ ପରିଦର୍ଶନ କରିବା ସହ ପୀଡ଼ିତାଙ୍କଠାରୁ ତଥ୍ୟ ସଂଗ୍ରହ କରିଛନ୍ତି। ଡିଏସ୍‌ପି ପ୍ରମୋଦ ମଲିକ ଘଟଣାର ତଦନ୍ତ କରୁଛନ୍ତି।
ନାବାଳିକା ଅନାଥ ହୋଇଥିବାରୁ ଜିଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ ସୋମବାର ରାତିରେ ଏତଲା ଦିଆଯାଇଛି। ରିପୋର୍ଟ ପ୍ରସ୍ତୁତି ସୁଦ୍ଧା ଥାନାରେ ମାମଲା ରୁଜୁ ହୋଇ ନ ଥିଲା। ପୋଲିସ ଧରିଥିବା ୫ ଜଣ ମଧ୍ୟରୁ ଜଣେ ନାବାଳକ ବୋଲି ଜଣାପଡ଼ିଛି। ନାବାଳକଙ୍କୁ ଛାଡ଼ି ଅନ୍ୟ ୪ ଅଭିଯୁକ୍ତମାନେ ହେଲେ ଝୁମ୍ପାଣ ଗ୍ରାମର ରଣଜିତ ମହାନ୍ତ, ବୁତୁରୁ ମହାନ୍ତ, ଦିନୁ ମହାନ୍ତଙ୍କ ସମେତ ଖରାଖାଇ ଗ୍ରାମର ରବି ବେହେରା। ସେମାନଙ୍କୁ ପୋଲିସ ପଚରାଉଚରା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri