ଜୀବନର ନାଲିଆଖି

ଡ. ସୁବାସ ଚନ୍ଦ୍ର ପାତ୍ର
ମୃତ୍ୟୁର ନାଲିଆଖିର ବର୍ଣ୍ଣନା ସହିତ ଆମେ ଏତେ ପରିଚିତ ଯେ ଜୀବନର ଯେ ଗୋଟିଏ ଆଖି ଅଛି, ସେ ନାଲି ହେଉ ଅବା ସବୁଜ, ଆମେ ସେ କଥା ପ୍ରାୟତଃ ଭୁଲିଯାଉ। ସେ ସବୁଜ ହେଉ କିମ୍ବା ନାଲି, କମନୀୟ ଭାବରେ ମୃତ୍ୟୁର ଆଖିଠୁ ବେଶ୍‌ ଶକ୍ତିଶାଳୀ, ମୃତ୍ୟୁକୁ ଅପ୍ରାସଙ୍ଗିକ କରିବା ପାଇଁ ଯଥେଷ୍ଟ।
ଜୀବନର ଆଖିକୁ ଆମେ ବେଳେବେଳେ ଯୁଦ୍ଧକ୍ଷେତ୍ରରେ ଦେଖୁ ଏବଂ ଆମେ ଦେଖୁ ସେତେବେଳେ, ଯେତେବେଳେ ଜଣେ ଆହତ ତୃଷାର୍ତ୍ତ, ମୁମୂର୍ଷୁ ସୈନ୍ୟ ଶୋଷରେ ଛଟପଟ ହୋଇ ପିଇବାକୁ ଯାଉଥିବା ପାଣି ବୋତଲଟି ଅନ୍ୟ ଏକ ସମଦଶାପନ୍ନ ସାଥୀ ସୈନ୍ୟକୁ ବଢ଼େଇଦିଅନ୍ତି ଏହି କଥା କହି ଯେ- ”ତୁମର ଆବଶ୍ୟକତା ମୋଠୁ ତଥାପି ଅଧିକ।“ ଘଟଣାର ତାତ୍ପର୍ଯ୍ୟ ଏହା ହୋଇପାରେ ଯେ ପ୍ରଥମ ସୈନିକର ହୁଏତ ହୃଦ୍‌ବୋଧ ହୋଇଥିବ ମୃତ୍ୟୁ ତାଙ୍କର ଆସନ୍ନ ବରଂ ଅଳ୍ପ ଆହତ ସାଥୀ ସୈନିକଟି ବଞ୍ଚତ୍ରହୁ। ଦେଶ ପାଇଁ ଲଢ଼ୁ। ୧୭ ଅକ୍ଟୋବର ୧୫୮୬ରେ ଘଟିଥିବା ଏହି ଘଟଣା ପ୍ରଖ୍ୟାତ ଇଂରାଜୀ କବି ସାର୍‌ ଫିଲିପ୍‌ ସିଡ୍‌ନୀଙ୍କ ଜୀବନକୁ ନେଇ ଯାହା ସୂଚାଏ ସେ ଖାଲି ଜଣେ କବି ନ ଥିଲେ, ଜଣେ ମହାନୁଭବ ଦେଶପ୍ରେମୀ ସୈନିକ ଥିଲେ ଯିଏ ଦେଶରକ୍ଷା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଜୀବନର ଡାକ ଓ ତା’ ଆଖିର ଠାର ଠିକ୍‌ ବୁଝିପାରିଥିଲେ। ଏହି ବହୁଚର୍ଚ୍ଚିତ ଘଟଣା ପଛର ତ୍ୟାଗ ଓ ବଳିଦାନ ପରବର୍ତ୍ତୀ ସମୟରେ ବହୁ ଦେଶ ଓ ସଂସ୍କୃତିରେ ଏକ ଲୋକକଥାରେ ପରିଣତ ହୋଇଛି।
ବେଳେବେଳେ ଜୀବନ ମୃତ୍ୟୁ ଉପରେ ବହୁତ ଭାରି ପଡ଼େ। ନିଶ୍ଚିତ ମୃତ୍ୟୁ ସବୁ ଜୀବନରେ ରୂପାନ୍ତରିତ ହୁଏ, ବିଶେଷତଃ ସେମାନଙ୍କ ପାଇଁ ଯେଉଁମାନେ ଜାତୀୟତା ନିର୍ବିଶେଷରେ ମାନବଜାତିର ସମ୍ପତ୍ତି। ସେହିପରି ଏକ ସ୍ବର୍ଗୀୟ ସମ୍ପତ୍ତି ହେଲେ ମହାମତ୍ା ଗାନ୍ଧୀ। ବହୁଥର ସେ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଛନ୍ତି। ବହୁ ପ୍ରତିକୂଳ ପରିବେଶରେ ଘଟିଥିବା ଗୋଟିଏ ଘଟଣା ଅନେକଙ୍କୁ ଆଲୋଡ଼ିତ କରେ। ୧୮୯୭ ଜାନୁୟାରୀ ୧୩ ତାରିଖ। ଗାନ୍ଧିଜୀଙ୍କ ଦ୍ୱିତୀୟ ଦକ୍ଷିଣ ଆଫ୍ରିକା ଗସ୍ତ। ଡର୍‌ବାନ ବନ୍ଦରରେ ପହଞ୍ଚତ୍ବା ପୂର୍ବରୁ ଏକ ଖବର ଖେଳିଯାଇଥିଲା ଯେ ଗାନ୍ଧିଜୀ ଗୋରା ବିରୋଧୀ ଏବଂ ଭାରତ ଆଗମନ କାଳରେ ବିଭିନ୍ନ ସ୍ଥାନରେ ସେ ଗୋରାମାନଙ୍କୁ କୁତ୍ସିତ ଭାବରେ ଚିତ୍ରିତ କରିଛନ୍ତି। ଖାଲି ସେତିକି ନୁହେଁ, ଗୋରା ବାସିନ୍ଦାମାନଙ୍କ ସହ ଲଢ଼ିବା ପାଇଁ ସେ ଭାରତରୁ ବହୁ ଲୋକ ଦକ୍ଷିଣ ଆଫ୍ରିକା ପଠାଇଛନ୍ତି। ତେଣୁ ଡର୍‌ବାନ ତଥା ସାରା ଦକ୍ଷିଣ ଆଫ୍ରିକାରେ ପ୍ରବଳ ବିରୋଧ। ଜାହାଜରେ କିଛିଦିନର ସାମୟିକ ନିର୍ବାସନ ପରେ ପରିସ୍ଥିତି ଶାନ୍ତ ପଡ଼ିଯାଇଥିବ ଭାବି ସେ ସିନା ଓହ୍ଲାଇଗଲେ ଜାନୁୟାରୀ ୧୩ରେ, କିନ୍ତୁ ବାଟରେ ପ୍ରବଳ ବିରୋଧର ସମ୍ମୁଖୀନ ହେଲେ।
ରୁସ୍ତମ୍‌ଜୀଙ୍କ ଘରକୁ ଆସିବା ରାସ୍ତାରେ ଏକ ଛକରେ ହିଂସ୍ର ଜନତାଙ୍କ କବଳରେ ପଡ଼ିଗଲେ ଗାନ୍ଧୀ। ଇଟା, ପଥର, ବିଧା, ଗୋଇଠା ବର୍ଷିଗଲା ଗାନ୍ଧୀଙ୍କ ପିଠିରେ। ଅଧାମରା ଅବସ୍ଥାରେ ଗୋଟିଏ ଘରର ରେଲିଂ ଧରି ଝୁଲି ରହିଥିବା ବେଳେ ସେଇ ରାସ୍ତାରେ ଯାଉଥିବା ସହରର ପୋଲିସ ଅଧୀକ୍ଷକଙ୍କ ସ୍ତ୍ରୀ ଶ୍ରୀମତୀ ଆଲେକ୍‌ଜାଣ୍ଡରଙ୍କ ସାହାଯ୍ୟରେ ସେ ରୁସ୍ତମ୍‌ଜୀଙ୍କ ଘରେ ପହଞ୍ଚତ୍ଲେ। ହେଲେ ସେଠି ନିସ୍ତାର ନ ଥିଲା। ହଜାର ହଜାର ହିଂସ୍ର ଜନତା ରୁସ୍ତମ୍‌ଜୀଙ୍କ ଘରକୁ ଘେରିଯାଇଥିଲେ। ନାରା ଥିଲା, ”ଗାନ୍ଧୀଙ୍କୁ ଆମକୁ ଦିଅ।“ ଅବଶ୍ୟ ଜନତାଙ୍କୁ ଶୃଙ୍ଖଳିତ କରିବାକୁ ପହଞ୍ଚତ୍ୟାଇଥିଲେ ଆରକ୍ଷୀ ଅଧୀକ୍ଷକ ଆଲେକ୍‌ଜାଣ୍ଡର। ଲୋକଙ୍କ ସହ ମୁକାବିଲା ନ କରି ଗୀତ ଗାଇ, କାୈତୁକକରି ଲୋକଙ୍କୁ ଅଟକାଇ ରଖିଥିଲେ। ସବୁବେଳେ କିନ୍ତୁ କହୁଥିଲେ ଗାନ୍ଧୀ ଏ ଘରେ ନାହାନ୍ତି। ୟା’ରି ଭିତରେ ଦୁଇଜଣ ଗୋଇନ୍ଦା ପୋଲିସ ସହାୟତାରେ ଛଦ୍ମବେଶରେ ସେ ଗାନ୍ଧୀଙ୍କୁ ଥାନାକୁ ସ୍ଥାନାନ୍ତରିତ କରିସାରିଥିଲେ। ଆଲେକ୍‌ଜାଣ୍ଡର ସବୁବେଳେ ଜନତାଙ୍କ ସହ ସ୍ବର ମିଳାଇ କହୁଥିଲେ, ”ଗାନ୍ଧୀଙ୍କୁ ଫାଶୀ ଦେବା, ସେହି ତେନ୍ତୁଳିଗଛରେ ଫାଶୀ ଦେବା।“ ଗାନ୍ଧୀଙ୍କ ବହିର୍ଗମନ ସମ୍ବନ୍ଧରେ ନିଶ୍ଚିତ ହେଲାପରେ ଜନତାଙ୍କ ଭିତରୁ ଦୁଇଜଣ ପ୍ରତିନିଧିଙ୍କୁ ଭିତରକୁ ପଠାଇଲେ ତନଖି ପାଇଁ।
ଭାରତର ସ୍ବାଧୀନତା ଲାଭ ନୁହେଁ, ସମଗ୍ର ମାନବଜାତିକୁ କ୍ଷମତାସୀନ ଶାସକଙ୍କ ସହ ଲଢ଼ିବାର ନୂଆ ମାର୍ଗ ଦେଖାଇବା ପାଇଁ ଗାନ୍ଧୀଙ୍କର ବଞ୍ଚତ୍ରହିବାର ଦାୟିତ୍ୱ ସତରେ ଜୀବନ ହାତରେ ନ୍ୟସ୍ତ ଥିଲା। ଯେଉଁ ଦାୟିତ୍ୱ ନିର୍ବାହ କାଳରେ ଜୀବନ ହାତରେ ମୃତ୍ୟୁର ପରାଜୟ ଘଟିଥିଲା। ତେବେ ଜୀବନର ଆଖି ଖାଲି ଗାନ୍ଧୀମାନଙ୍କ ଉପରେ ପଡ଼େନାହିଁ। ଅତି ସାଧାରଣ ଲୋକଟିଏ ମଧ୍ୟ ଜୀବନର ଆଶୀର୍ବାଦ ଲଭେ। ସେ ଆଶୀର୍ବାଦ ସହ ମୃତ୍ୟୁର କିଛି ସମ୍ପର୍କ ନାହିଁ। ବରଂ ଭିନ୍ନ ଭାବରେ ଜୀବନକୁ କିପରି ଆଦର୍ଶମୟ କରିହେବ, ତାତ୍ପର୍ଯ୍ୟପୂର୍ଣ୍ଣ କରିହେବ, ତାହାହିଁ ସେ ଆଶୀର୍ବାଦର ମୂଳମଞ୍ଜି। ସେ ଶୁଭ ଆଶୀର୍ବାଦ ପଡ଼ିପାରେ କୋରାପୁଟ ସେମିଳିଗୁଡ଼ା ମହାବିଦ୍ୟାଳୟର ଲାବରେଟୋରି ଆସିଷ୍ଟାଣ୍ଟଙ୍କ ଉପରେ, ଯିଏ ହଷ୍ଟେଲ ଅଭାବରୁ ବସ୍‌କୁ ଅପେକ୍ଷା କରିବାକୁ ଯାଇ ଦୀର୍ଘ ସମୟ ଧରି ବାଳିକାମାନଙ୍କର କଲେଜରେ ପଡ଼ିରହିବାର ଦୃଶ୍ୟ ଦେଖି ବ୍ୟଥିତ ହୁଅନ୍ତି। ଜୀବନର ଶୁଭଦୃଷ୍ଟିର ଯଥାର୍ଥତା ପ୍ରମାଣ କରିବାକୁ ଅବସର ପରେ ନିଜର ନର୍ସ ସ୍ତ୍ରୀ ଓ ପିଲାମାନଙ୍କ ସହମତିରେ ସ୍ବକଷ୍ଟାର୍ଜିତ ଧନରେ ଗଢ଼ା ତିନିମହଲା ଘରଟିକୁ ବାଳିକା ହଷ୍ଟେଲ ପାଇଁ କଲେଜକୁ ଦାନ କରିଦିଅନ୍ତି। କଥା ସେଇଠି ସରେ ନାହିଁ। ଛାତ୍ରୀନିବାସଟିକୁ ପୂର୍ଣ୍ଣାଙ୍ଗ କରିବାକୁ ବକେୟା ଅବସରକାଳୀନ ପ୍ରାପ୍ୟରୁ ଅନ୍ତେବାସୀମାନଙ୍କ ପାଇଁ ଖଟ, ଅନ୍ୟାନ୍ୟ ଆସବାବପତ୍ର ଓ ରୋଷେଇ ସରଞ୍ଜାମ କିଣି ଦିଅନ୍ତି। ଜୀବନ ସେତେବେଳେ ଧନ୍ୟ ମନେକରେ ଯେତେବେଳେ ସେ ଲକ୍ଷ୍ୟକରେ ଅବସରପ୍ରାପ୍ତ ସେହି ସାଧାରଣ ଦମ୍ପତିଙ୍କୁ କଲେଜର ଛାତ୍ରୀମାନେ ଏକ ବିରାଟ ଶୋଭାଯାତ୍ରାରେ ନେଇ ସେମାନଙ୍କ ଭଡ଼ାଘରେ ଛାଡ଼ିଦେଇ ଆସୁଛନ୍ତି। ତେଣୁ ଜୀବନକାଳ ଭିତରେ ମୃତ୍ୟୁର ନାଲିଆଖି ଯେତିକି ସତ, ଜୀବନର ସବୁଜ, ସ୍ନିଗ୍ଧ ଆଶୀର୍ବାଦଭରା ଆଖି ସେତିକି ସତ।
ଭାରତୀୟ ଦର୍ଶନ, ସାମାଜିକ ଚିନ୍ତନରେ ଅବଶ୍ୟ ଜୀବନ ଓ ମୃତ୍ୟୁ ମଧ୍ୟରେ ଏତେ ସଂଘର୍ଷ ନାହିଁ। ପାଶ୍ଚାତ୍ୟ ଦର୍ଶନରେ ମୃତ୍ୟୁ ଏକ ପୂର୍ଣ୍ଣଚ୍ଛେଦ, ଏକ ପରିସମାପ୍ତି। ଅଥଚ ଭାରତୀୟ ଦର୍ଶନ କହେ, ମୃତ୍ୟୁ ଏକ ପର୍ଯ୍ୟାୟ, ଆମତ୍ାର କ୍ରମବିକାଶ ଓ କ୍ରମବିବର୍ତ୍ତନର ଏକ ମାଧ୍ୟମ। ସେ ଦୃଷ୍ଟିରୁ ଦେଖିଲେ ମୃତ୍ୟୁ ପ୍ରତି ମଣିଷ ମଧ୍ୟ କୃତଜ୍ଞ। ମୃତ୍ୟୁର ତଥାକଥିତ ନାଲିଆଖି ଏକ କଳ୍ପନା ମାତ୍ର। ଜୀବନ ପ୍ରତି ଅତ୍ୟଧିକ ମୋହ, ଆସକ୍ତି ମୃତ୍ୟୁକୁ ଆମ ଆଗରେ ସେମିତି ଉପସ୍ଥାପିତ କରେ। ବାସ୍ତବରେ ଜୀବନ ହେଉଛି ମୃତ୍ୟୁର ହିଁ ଅବଦାନ। ଆମ ପୂର୍ବଜନ୍ମକୁ ଅନ୍ତ କରିଥିଲା ଏକ ମୃତ୍ୟୁ। ଫଳରେ ଆମେ ଯାପନ କରୁଛୁ ଚଳିତ ଜୀବନ। ଗଭୀର ଭାବରେ ଚିନ୍ତାକଲେ ଜଣାଯିବ, ମୃତ୍ୟୁର ନାଲିଆଖି ଏକ ଅତିରଞ୍ଜନ। ମୃତ୍ୟୁକୁ ତା’ ସ୍ଥାନରେ ଛାଡ଼ି ଆମେ କେମିତି ଜୀବନମୁଖୀ ହେବା, ଜୀବନଲାଭର ଆଶୀର୍ବାଦକୁ ମାନବ କଲ୍ୟାଣରେ ନିୟୋଜିତ କରିବା, ତାହା ହିଁ ଆମର ଲକ୍ଷ୍ୟ ହେବା ଉଚିତ।
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଜେଲ ରୋଡ୍‌, ବାଲେଶ୍ୱର, ମୋ: ୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri