ଆହାର କେନ୍ଦ୍ରକୁ ସ୍ବାଗତ, ଜମି ହସ୍ତାନ୍ତରକୁ ବିରୋଧ

ଖଇରା, ୨।୧୧(ଉତ୍କଳବନ୍ଧୁ ପଣ୍ଡା) ବାଲେଶ୍ୱର ଜିଲା ଖଇରା ବ୍ଲକର ସର୍ବପୁରାତନ ଖଇରା ହାଇସ୍କୁଲ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ା ବିଦ୍ୟାଳୟର କିଛି ଜମିକୁ କିଛି ଦିନ ତଳେ ଖଇରା ମେଡିକାଲ ସମ୍ପ୍ରସାରଣ ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିବା ପରେ ଅଭିଭାବକ, ବୁଦ୍ଧିଜୀବୀଙ୍କ ମଧ୍ୟରେ ବିରୋଧାଭାସ ଆରମ୍ଭ ହୋଇଛି ା ସେହିଭଳି ଉକ୍ତ ବିଦ୍ୟାଳୟ ଜମିରେ ଆହାର କେନ୍ଦ୍ର, ମିଶନଶକ୍ତି କାଫେ ଭଳି ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଉକ୍ତ ଜମିରେ ନିର୍ମାଣ କାର୍ଯ୍ୟ ଆରମ୍ଭ ପରେ ବିଦ୍ୟାଳୟ କମିଟି, ପୁରାତନ ଛାତ୍ର ପରିଷଦ ପକ୍ଷରୁ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ତେବେ ଖଇରା ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଓ ପୁରାତନ ଛାତ୍ର ଆହାର କେନ୍ଦ୍ର ନିର୍ମାଣକୁ ସ୍ବାଗତ କରୁଥିଲେ ହେଁ ବିଦ୍ୟାଳୟ ଜମିକୁ ବ୍ୟବହାର କରାଯିବାକୁ ନେଇ ବିରୋଧ କରିବା ସହ ଏ ନିଷ୍ପତ୍ତିର ପୁନର୍ବିଚାର କରି ଅନ୍ୟ ସରକାରୀ ଜମିକୁ ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି ା ଏ ସମ୍ପର୍କରେ ଲିଖିତ ଦାବିପତ୍ର ବାଲେଶ୍ୱର ଜିଲାପାଳ, ଜିଲା ଶିକ୍ଷାଧିକାରୀ ତଥା ରାଜ୍ୟସ୍ତରୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ା
ମସିହାରେ ପ୍ରତିଷ୍ଠା ଲାଭ କରିଥିବା ବିଦ୍ୟାଳୟର ବର୍ତ୍ତମାନର ପିଲା ସଂଖ୍ୟା ପାଖାପାଖି ୫ ଶହ ା ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପ୍ରଚେଷ୍ଟାରେ ଉକ୍ତ ବିଦ୍ୟାଳୟ ପ୍ରଥମ ବିଦ୍ୟାଳୟ ଭାବେ ୫-ଟି ରୂପାନ୍ତୀକରଣ ପ୍ରକ୍ରିୟାରେ ସାମିଲ ହୋଇଥିଲା। ବିଦ୍ୟାଳୟ ସମ୍ପ୍ରସାରଣ ତଥା ଏହାର ଉନ୍ନତୀକରଣ ପାଇଁ ବହୁ ବଦାନ୍ୟ ବ୍ୟକ୍ତି ଜମିଦାନ କରିଥିଲେ। ହାଇସ୍କୁଲ ନାମରେ ୩.୭୨ ଏକର ଜମି ରହିଥିବା ବେଳେ ଚତୁଃପାର୍ଶ୍ୱରେ ଜବରଦଖଲ ଯୋଗୁ ବାସ୍ତବରେ ଏବେ ମାତ୍ର ୩ ଏକର ଜମି ରହିଛି ା ହେଲେ ନିକଟରେ ଏହି ଜମିରୁ ୫୫ ଡିସିମିଲ ଜମିକୁ ଖଇରା ମେଡିକାଲ ସମ୍ପ୍ରସାରଣ ପାଇଁ ପ୍ରଦାନ କରାଯିବା ପରେ ଆହା
ର କେନ୍ଦ୍ର, ମିଶନଶକ୍ତି କାଫେ ଓ ଜିମ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ା ଜମି ହସ୍ତାନ୍ତର ପାଇଁ ତହସିଲଦାର, ଗୋଷ୍ଠୀ ଶିକ୍ଷାଧିକାରୀ, ରାଜସ୍ବ ନିରୀକ୍ଷକ, ଭାରପ୍ରାପ୍ତ ଚିକିତ୍ସାଧିକାରୀଙ୍କ ଦ୍ୱାରା ଜୁଲାଇ ୧୩ତାରିଖରେ ପ୍ରସ୍ତୁତ ରିପୋର୍ଟକୁ ନେଇ ସାଧାରଣରେ ଉକ୍ତ ଅଧିକାରୀମାନଙ୍କ ସ୍ବଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି ା ରିପୋର୍ଟରେ ଉକ୍ତ ଜାଗା ସ୍କୁଲ ଦ୍ୱାରା ବ୍ୟବହୃତ ହେଉ ନ ଥିବା ଏବଂ କୌଣସି ବଡ ଗଛ ନ ଥିବା ଉଲ୍ଲେଖ କରାଯାଇଛି ା ହେଲେ ଏହି ୫୫ ଡିସମିଲ ଜମି ଉପରେ ଥିବା ବଡ ବଡ ଗଛକୁ ଠିକାଦାର କାଟି ବିକ୍ରି କରିଥିବା ଏବଂ ଯାହାର ଗଣ୍ଡି ଏବେ ମଧ୍ୟ ପଡିରହିଛି ା
ଆସୁଥିବା ରୋଗୀଙ୍କ ପାଇଁ ଆହାର କେନ୍ଦ୍ରର ଗୁରୁତ୍ୱ ନିଶ୍ଚିତ ରହିଛି ହେଲେ ଆଜି ବି ବିଦ୍ୟାଳୟର ବହୁ କାର୍ଯ୍ୟ ଯଥା ଛାତ୍ରାବାସ, ଷ୍ଟାଫ କ୍ୱାର୍ଟର୍ସ, ଖେଳପଡିଆର ଆବଶ୍ୟକତା ଥିବାରୁ ବିଦ୍ୟାଳୟ ଭବିଷ୍ୟତ ଉନ୍ନୟନ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ ବୋଲି ଆଲୁମିନି ସଭାପତି ମୁକ୍ତିକାନ୍ତ ଶତପଥି କହିଛନ୍ତି ା ସ୍କୁଲ ଜାଗାର ସୀମା ନିର୍ଦ୍ଧାରଣ କରାଯାଇ ସମସ୍ତ ଜାଗା ସ୍କୁଲକୁ ଫେରାଇ ଦିଆଯାଉ ବୋଲି କମିଟି ସଭାପତି ସଞ୍ଜୟ ସାହୁ କହିଛନ୍ତି ା ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି କିଛି ଲୋକଙ୍କ ଆବେଦନ ପରେ ଏହି ଜମି ମେଡିକାଲକୁ ଦିଆଯାଇଥିବା ନେଇ ତହସିଲଦାର ପ୍ରଶାନ୍ତ କୁମାର ମହାରଣା କହିଛନ୍ତି ା
ଚିଠଟି ଦେଖିବା ପରେ ତାଙ୍କର ଦସ୍ତଖତ କି ନୁହେଁ କହିପାରିବେ ବୋଲି ବିଇଓ ଗଦାଧର ଦାସ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri