Odisha Elections 2024

ବାସ୍ତବ ପ୍ରତିକ୍ରିୟା

ରାମ ମାଧବ ମୋର ଜଣେ ଭଲ ବନ୍ଧୁ। ସେ ଏକ ଲେଖାରେ ଦର୍ଶାଇଛନ୍ତି ଯେ, ଅଧିକାଂଶ ନେତା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌)ର ମୁଖ୍ୟ ମୋହନ ଭାଗବତଙ୍କ ସାକ୍ଷାତକାରକୁ ନ ପଢ଼ି ତାହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମୁଁ ଏବେ ବି ମାଧବଙ୍କ ଲେଖା ପଢ଼ିନାହିଁ। କିନ୍ତୁ ବିଷୟ ହେଉଛି ଆର୍‌ଏସ୍‌ଏସ୍‌କୁ ନା ବିଶେଷକରି ଆର୍‌ଏସ୍‌ଏସ୍‌ର ବିଚାରଧାରାକୁ ଭୁଲ୍‌ ବୁଝାଯାଇଛି ତାହା ଦେଖିବାକୁ ହେବ। ସେଥିପାଇଁ ଆରଏସ୍‌ଏସ୍‌ ସମର୍ଥକଙ୍କ ବିଷୟରେ ଜାଣିବା ଅପେକ୍ଷା ସିଧା ସେମାନଙ୍କ ବହିକୁ ଯିବା ଦରକାର। ମୁଁ ସେମାନଙ୍କ ବହି ପଢ଼ିଛି ଏବଂ ଯେଉଁମାନଙ୍କ ପାଖରେ ସେମାନଙ୍କ ଅଭିବ୍ୟକ୍ତି(ସ୍ପିଚ୍‌) ପଢିବା ପାଇଁ ସମୟ ନାହିଁ ସେମାନଙ୍କ ସକାଶେ ବହିର ସାରାଂଶ କହୁଛି। ଗୋଲ୍‌ଓ୍ବାଲକର ଓ ଦୀନଦୟାଲ ଉପାଧ୍ୟାୟ କୌଣସି ବହି ଲେଖି ନ ଥିବାରୁ ସେମାନଙ୍କ ଲେଖାକୁ ମୁଁ ସ୍ପିଚ୍‌ କହେ। ଆଶ୍ଚର୍ଯ୍ୟର କଥା,ଉପାଧ୍ୟାୟଙ୍କୁ ଜଣେ ବିଚାରକ ଭାବେ ବିବେଚନା କରାଯାଏ ଏବଂ ତାଙ୍କ ‘ଏକାମତ୍ତ୍ ମାନବବାଦ’କୁ ତାଙ୍କର ମୌଳିକ ସିଦ୍ଧାନ୍ତ ଭାବେ ଭାଜପା ସୂଚିତ କରେ। ଉକ୍ତ ଏକାମତ୍ ମାନବବାଦ ହେଉଛି ବାସ୍ତବରେ ଅଭିବ୍ୟକ୍ତିର ସମାହାର। ଏଣୁ ଗୋଲ୍‌ଓ୍ବାଲକରଙ୍କ ବହିର ନାମ ‘ବଞ୍ଚ ଅଫ୍‌ ଥଟ୍ସ’ ଦିଆଯାଇଛି ଯାହା ଅସ୍ପଷ୍ଟ ଅଭିବ୍ୟକ୍ତିର ସମ୍ମେଳନ। ବଞ୍ଚ ଅଫ୍‌ ଥଟ୍ସରେ ଗୋଲ୍‌ଓ୍ବାଲକର କହିଛନ୍ତି , ହିନ୍ଦୁମାନେ ହେଉଛନ୍ତି ତାଙ୍କର ଭଗବାନ୍‌ ଏବଂ ଭକ୍ତ ଭଗବାନ୍‌ ଜାତି ମାଧ୍ୟମରେ ନିଜକୁ ସୃଷ୍ଟି କରିଛନ୍ତି। ଅର୍ଥାତ୍‌ ହିନ୍ଦୁ ସମାଜର ବ୍ୟବସ୍ଥା ଯାହା ମନୁ ବର୍ଣ୍ଣନା କରିଛନ୍ତି (ବ୍ରାହ୍ମଣ ମୁଣ୍ଡ, କ୍ଷତ୍ରିୟ ବାହୁ, ବୈଶ୍ୟ ଜଂଘ ଏବଂ ଶୂଦ୍ର ପାଦ), ତାହାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ୧୯୬୦ରେ ଗୋଲ୍‌ଓ୍ବାଲକର କହିଥିଲେ, କ୍ରସ୍‌ ବ୍ରିଡିଂରେ ଅତି ଉନ୍ନତ ମାନବ ପାଇଁ ଜାତିକୁ ବ୍ୟବହାର କରାଯାଇପାରେ। ପ୍ରାରମ୍ଭରୁ ଏହା ହିନ୍ଦୁମାନଙ୍କ ଦ୍ୱାରା କରାଯାଇଥିଲା। ନମ୍ବୋଦିରି ବ୍ରାହ୍ମଣ ପୁରୁଷମାନେ ଅନ୍ୟ ଜାତିରେ ବିବାହ କରୁଥିଲେ। ସେ କହିଥିଲେ ଯେ, ଅନ୍ୟ ଜଣେ ମହିଳାଙ୍କୁ ବିବାହ କରି ନାମ୍ବୋଦିରି ପୁରୁଷମାନେ ପ୍ରଥମ ସନ୍ତାନର ଜନକ ହେଉଥିଲେ। ଏହି ବକ୍ତବ୍ୟଗୁଡ଼ିକୁ ପ୍ରତ୍ୟାହାର କରିନିଆଯାଇଥିବାରୁ ଆର୍‌ଏସ୍‌ଏସ୍‌ କିମ୍ବା ଭାଜପା କ୍ୟାଡରମାନେ ଏହିିସବୁ ବିଷୟ ସାମ୍ନାକୁ ଆଣୁନାହାନ୍ତି। କାରଣ ସମ୍ଭବତଃ ନିଶ୍ଚିତ ଯେ କିଛି ଲୋକ ମୂଳ ଲେଖାକୁ ପଢି ଲେଖକ ଯାହା କହିଛନ୍ତି ସେମାନେ ତାହା କରିବେ।
ଗମ୍ଭୀରତାର ସହ ପଢିଲେ (ସବିଶେଷ ଜାଣିବା ପାଇଁ ମୋ ପୁସ୍ତକ ‘ଆଓ୍ବାର ହିନ୍ଦୁ ରାଷ୍ଟ୍ର’ ଦେଖନ୍ତୁ) ଉପାଧ୍ୟାୟଙ୍କ କଥା ମଧ୍ୟ ହାସ୍ୟାସ୍ପଦ ଲାଗିବ, କିଛି ଭାଗ ବି ଭଲ ଲାଗିବ ନାହିଁ। ସେଥିରୁ ଗୋଟିଏ ପାରା ଏହିପରି। ”ମୁଁ ଆପଣଙ୍କୁ ଏକ ଉଦାହରଣ ଦେଉଛି। ଥରେ ଶ୍ରୀ ବିନୋବାଜୀ ଏବଂ ଆରଏସ୍‌ଏସ୍‌ର ସର୍‌ ସଂଘଚାଳକ ଶ୍ରୀ ଗୁରୁଜୀଙ୍କ ମଧ୍ୟରେ ଆଲୋଚନାରେ ହିନ୍ଦୁ ଓ ମୁସଲମାନଙ୍କ ବିଚାରଧାରାରେ କେଉଁଠି ପ୍ରଭେଦ ରହିଛି ତାହାକୁ ନେଇ ଏକ ପ୍ରଶ୍ନ ଉଠିଲା। ବିନୋବାଜୀଙ୍କୁ ଗୁରୁଜୀ କହିଲେ, ପ୍ରତ୍ୟେକ ସମାଜରେ ଭଲ ଓ ମନ୍ଦ ଲୋକ ଅଛନ୍ତି। ହିନ୍ଦୁମାନଙ୍କ ମଧ୍ୟରେ ସଚ୍ଚୋଟ ଓ ଭଲଲୋକ ଅଛନ୍ତି ଏବଂ ମୁସଲମାନଙ୍କ ମଧ୍ୟରେ ବି ସେଭଳି ଲୋକ ରହିଛନ୍ତି। ସେହିଭଳି ଖଳ ବ୍ୟକ୍ତି ମଧ୍ୟ ଉଭୟ ସମାଜରେ ଅଛନ୍ତି। ତେବେ ଅନୁଭବ କରାଯାଉଛି ଯେ, ହିନ୍ଦୁମାନେ ଯେତେବେଳେ ଗାଷ୍ଠୀବଦ୍ଧ ହୁଅନ୍ତି ସେତେବେଳେ ସେମାନେ ସର୍ବଦା ଭଲ ବିଷୟରେ ଚିନ୍ତା କରିଥାନ୍ତି। ଅନ୍ୟପକ୍ଷରେ ଦୁଇଜଣ ମୁସଲମାନ ଏକାଠି ହେଲେ ସେମାନେ ବିଭିନ୍ନ ବିଷୟରେ ପ୍ରସ୍ତାବ ରଖନ୍ତି ଓ ଅନୁମୋଦନ କରିଥାନ୍ତି, ଯାହା ସେମାନଙ୍କ ବ୍ୟକ୍ତିଗତ ଜୀବନର କ୍ଷମତା ଭିତରେ କେବେ ବି ଚିନ୍ତା କରି ନ ଥାନ୍ତି। ଏହା ଏକ ନିତିଦିନିଆ ଅନୁଭବ। ଏଭଳି ପର୍ଯ୍ୟବେକ୍ଷଣରେ ସତ୍ୟତା ଥିଲା ବୋଲି ବିନୋବାଜୀ ସ୍ବୀକାର କରିଥିଲେ, କିନ୍ତୁ ଏହାକୁ ଦର୍ଶାଇବା ଲାଗି କୌଣସି ଉଚିତ ତଥ୍ୟ ନ ଥିଲା।“
ଦେବାନୁର ମହାଦେବ ତାଙ୍କ ନୂତନ ପ୍ରକାଶିତ ପୁସ୍ତକ ‘ଆର୍‌ଏସ୍‌ଏସ’୍‌ ରେ କହିଛନ୍ତି ଯେ, ବିଚାର ଏବଂ ବିଶ୍ଳେଷଣ ଉପରେ ଆରଏସ୍‌ଏସ୍‌ ଶୃଙ୍ଖଳା ଓ ସର୍ବସମ୍ମତିକୁ ପ୍ରୋତ୍ସାହିତ କରେ। ବଞ୍ଚ ଅଫ୍‌ ଥଟ୍ସ ଶୀର୍ଷକକୁ ନେଇ ସେ କହନ୍ତି ଯେ, ଏଥିରେ କାର୍ଯ୍ୟକଳାପ ଉପରେ ଅଧିକ ଚିନ୍ତା କରା ନ ଯାଇ କେବଳ ବହୁ ପୁରାତନ ଯୁଗର ଅନେକ ଅବ୍ୟବସ୍ଥିତ, ବିପଜ୍ଜନକ ବିଶ୍ୱାସ ରହିଛି। ବିବିଧତାର ବ୍ୟବସ୍ଥା ବିଚାରକୁ ଆର୍‌ଏସ୍‌ଏସ୍‌ରେ ନିରୁତ୍ସାହିତ କରାଯାଇଛି। ‘ଯାହା ସ୍ବେଚ୍ଛାସେବୀମାନଙ୍କୁ କୁହାଯାଏ ତାହା ସେମାନେ କରନ୍ତି… ଯଦି ସେମାନଙ୍କୁ କବାଡ଼ି ଖେଳିବାକୁ କୁହାଯାଏ ସେମାନେ ତାହା ଖେଳନ୍ତି, ବୈଠକ କରିବାକୁ କୁହାଗଲେ ତାହା ସେମାନେ କରିଥାନ୍ତି। … ସେମାନଙ୍କର ନିର୍ଣ୍ଣୟ ନେବା ଦରକାର ପଡ଼େନାହିଁ’- ଗୋଲ୍‌ଓ୍ବାଲକରଙ୍କ ଉକ୍ତ ଉକ୍ତିକୁ ଉଦ୍ଧାର କରି ମହାଦେବ ଉଲ୍ଲେଖ କରିଛନ୍ତି ଯେ, ଆର୍‌ଏସ୍‌ଏସ୍‌ ଏହାର ସ୍ବେଚ୍ଛାସେବୀଙ୍କୁ କାବୁରେ ରଖିଛି।
ଏସବୁ ମଧ୍ୟରେ ଆର୍‌ଏସ୍‌ଏସ୍‌ କ୍ୟାଡର୍‌ମାନଙ୍କୁ ଏହା ମଧ୍ୟ ଶିକ୍ଷା ଦିଆଯାଉଛି ଯେ ସମ୍ବିଧାନ ତ୍ରୁଟିପୂର୍ଣ୍ଣ। ଉଦାହରଣ ସ୍ବରୂପ, ଆର୍‌ଏସ୍‌ଏସ୍‌ ସବୁବେଳେ ସଂଘୀୟ ବ୍ୟବସ୍ଥାକୁ ଆକ୍ରମଣ କରି ଆସିଛି। ଏବେ ଦକ୍ଷିଣରେ ଭାଜପା ଦ୍ୱାରା ନିଯୁକ୍ତ ଜଣେ ରାଜ୍ୟପାଳଙ୍କଠାରେ ଏହାର ପୁନରାବୃତ୍ତି ହେବା ଦେଖିବାକୁ ପାଉଛୁ। ମହାଦେବ ସଂଘୀୟବାଦ ପ୍ରତି ଥିବା ଏଭଳି ଘୃଣା ମନୋଭାବକୁ ସାମଗ୍ରୀ ଓ ସେବା ଟିକସ ସହ ବି ସଂଯୋଜିତ କରିଛନ୍ତି, ଯେଉଁଥିରେ ରାଜ୍ୟଗୁଡ଼ିକର ନିଜସ୍ବ ଟିକସ ବୃଦ୍ଧି କରିବାର ଅଧିକାରକୁ ଅତ୍ୟଧିକ ସୀମିତ କରାଯାଇଛିି। ମହାଦେବ ହିନ୍ଦୁତ୍ୱକୁ ଏକ ‘ଗାଈମୁହଁା ବାଘ’ ବୋଲି କହିଛନ୍ତି, ଯାହା ଭାରତୀୟ ସମାଜ ଭିତରୁ ହିଁ ଖାଉଛି। ମହାଦେବ ଅନେକ ବାସ୍ତବବାଦୀ ଅନୁଧ୍ୟାନ କରିଛନ୍ତି। ଯଥା ଭାରତରେ ସୃଷ୍ଟି ହୋଇ ଚାତୁବର୍ଣ୍ଣ୍ୟ ବ୍ୟବସ୍ଥାକୁ ଅଗ୍ରାହ୍ୟ କରିଥିବା ଜୈନ, ବୌଦ୍ଧ, ଶିଖ, ଲିଙ୍ଗାୟତ ଏବଂ ଅନ୍ୟ ଧର୍ମଗୁଡ଼ିିକୁ ହିନ୍ଦୁ ବିଶ୍ୱାସ ଆଧାରିତ କହି ସେମାନଙ୍କ ବାର୍ତ୍ତାକୁ ଦବାଇଦେବାକୁ ଚାହଁୁଛି। ମହାଦେବ ଯେଉଁ ନକାରାମତ୍କ ପ୍ରତିକ୍ରିୟା ସୂଚିତ କରିଛନ୍ତି ସେଭଳି ପ୍ରତିକ୍ରିୟା ବାରମ୍ବାର ପ୍ରକାଶ ପାଇଲେ ବି ଆମେ ଆଶ୍ଚର୍ଯ୍ୟ ହେବା ଉଚିତ ନୁହେଁ। କାରଣ ଏହିସବୁ ପ୍ରତିକ୍ରିୟା କେବଳ ବାସ୍ତବତାକୁ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

‘ଏମ୍‌ବିଏ ସରପଞ୍ଚ’ ଭାବେ ରାଜସ୍ଥାନର ଛବି ରାଜଓ୍ବାତ ବେଶ୍‌ ଜଣାଶୁଣା। ଏମ୍‌ବିଏରେ ଡିଗ୍ରୀ ହାସଲ ପରେ ସେ ରାଜନୀତିକୁ ଆସିଥିଲେ ଓ ୨୦୧୦ରେ ପ୍ରଥମେ ସରପଞ୍ଚ...

ନୂତନ ଭିନ୍ନକ୍ଷମ ଅଧିକାର ଆଇନ

ଡ. ବିରଜା ରାଉତରାୟ ୨୦୧୧ ମସିହା ଜନଗଣନା ଅନୁସାରେ ଭାରତବର୍ଷରେ ବାସ କରୁଥିବା ସମୁଦାୟ ଜନସଂଖ୍ୟାର ୨.୧ ପ୍ରତିଶତ ଭିନ୍ନକ୍ଷମ। ଏମାନେ କୌଣସି ନା କୌଣସି...

ଓଡ଼ିଶାରେ ଆଞ୍ଚଳିକ ଦଳ ପ୍ରଭାବ

ସୌଭାଗ୍ୟ ସୁନ୍ଦରରାୟ ଓଡ଼ିଶାରେ ଆଞ୍ଚଳିକ ଦଳ ରାଜନୀତି ବିଜୁ ଜନତା ଦଳ(ବିଜେଡି)ରୁ ଆରମ୍ଭ ହୋଇନାହିଁ କି ଏହା ଏଇଠି ମଧ୍ୟ ଶେଷ ହୋଇ ନାହିଁ। ରାଜ୍ୟରେ...

ସଂଘୀୟ ବ୍ୟବସ୍ଥାରେ ପୋଲିସ

ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବା ବେଆଇନ ଥିଲା ବୋଲି ନିକଟରେ ସୁପ୍ରିମକୋର୍ଟ କହିବା ପରେ ଦେଶରେ...

ଏଇ ଭାରତରେ

ସୁନାଗହଣା ପ୍ରତି ସମସ୍ତଙ୍କର ରହିଥାଏ ଭିନ୍ନ ଏକ ଆକର୍ଷଣ। ବର୍ତ୍ତମାନ ପରିସ୍ଥିତିରେ ସୁନାର ମୂଲ୍ୟ ଯେଉଁଭଳି ବୃଦ୍ଧି ପାଉଛି ସେତେବେଳେ ସୁନା ଟିକିଏ ପାଇଁ ଲୋକଙ୍କ...

ଆଦିବାସୀ ମହିଳା ସଶକ୍ତୀକରଣ ଓ ଏଆଇ

ଡ. ଅନ୍ତର୍ଜିତା ନାୟକ   ଆମେ ସମସ୍ତେ ଜାଣୁ ଯେ ଆଦିବାସୀ ସମ୍ପ୍ରଦାୟ ନିଜର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଲାଗି ସଦାସର୍ବଦା ଆଗରେ ଓ...

ଭୋଟଦେବା ଓ ନିର୍ବାଚନ ଅଲଗା କଥା

ସହଦେବ ସାହୁ   ଆମ ଦେଶର ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କୁ ବୋକା ବନେଇ ଦେଲେଣି, ଗୋଡ଼ତଳେ ଚୋରାବାଲି ଆମକୁ ପାଣିରେ ବୁଡ଼େଇଦେଲାଣି, ତଥାପି ଆମେ (ଭୋଟରମାନେ)...

ସଙ୍କୁଚିତ ସ୍ୱାଧୀନତା

ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ଦିଲ୍ଲୀ ପୋଲିସ ୭ ମାସ ତଳେ ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri