Posted inଫୁରସତ

ଲେନ୍ସରେ ମଙ୍ଗଳାଯୋଡ଼ି

ଓଡ଼ିଶାର ଖୋର୍ଦ୍ଧା ଜିଲାର ଟାଙ୍ଗି ଚାନ୍ଦପୁର ନିକଟରେ ରହିଛି ପକ୍ଷୀ ସ୍ବର୍ଗ ମଙ୍ଗଳାଯୋଡ଼ି। ଏହା ଚିଲିକା ହ୍ରଦର ଉତ୍ତର ପୂର୍ବ ଭାଗରେ ଅବସ୍ଥିତ ୧୦ ବର୍ଗ କିଲୋମିଟର କ୍ଷେତ୍ରର ଏକ ପାଟ ଭୂମି। ପ୍ରତିବର୍ଷ ଶୀତଦିନରେ ତିନି ଲକ୍ଷରୁ ଅଧିକ ବିଦେଶାଗତ ପକ୍ଷୀ ଏଠାକୁ ଆସିଥାନ୍ତି। ପକ୍ଷୀଙ୍କ ଆଗମନକୁ ଦେଖି ୧୯୮୦ ମସିହାର ଶେଷ ଭାଗରେ ଆରମ୍ଭ ହୋଇଥିଲା ସଂରକ୍ଷଣର ପ୍ରୟାସ, ଯାହା ତିରିଶ ବର୍ଷରୁ ଅଧିକ ସମୟ ଧରି ଚାଲିଆସିଛି। ଜଣେ ବ୍ୟକ୍ତିଙ୍କ ଉଦ୍ୟମରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ଶେଷରେ ସରକାରୀ, ବେସରକାରୀ ସଂସ୍ଥା ସମେତ ସାଧାରଣ ବ୍ୟକ୍ତି ମଧ୍ୟ ଏହି ସଂରକ୍ଷଣର ସମର୍ଥନ ଦେଇଥିଲେ।
‘ସଙ୍ଗ ଅଫ୍‌ ଦ ୱାଇଲ୍ଡ’ ନାମକ ଏକ ସଂସ୍ଥା ଅବିନାଶ ଖେମ୍‌କା ଏବଂ ପଞ୍ଚମି ମନୁ ଉକିଲଙ୍କ ଦ୍ୱାରା ୨୦୧୮ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହା ପ୍ରାକୃତିକ ବାସସ୍ଥାନ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଉପରେ ଧ୍ୟାନ ଦେବା ସହ ପରବର୍ତ୍ତୀ ପିଢ଼ିଙ୍କୁ ବି ଏଦିଗରେ ସଚେତନ କରିଥାଏ। ଏହା ବ୍ୟତୀତ ମୂଲ୍ୟବାନ ଉଦ୍ଭିଦ, ଜୀବଜନ୍ତୁ, ପ୍ରାକୃତିକ ବାସସ୍ଥାନର ଅବକ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ସାରା ବିଶ୍ୱ ଯେଉଁ ବିପଦର ସମ୍ମୁଖୀନ ହେଉଛି ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିଥାଏ।

ମଙ୍ଗଳା ଯୋଡ଼ିର ସୌନ୍ଦର୍ଯ୍ୟ ଓ ସଂରକ୍ଷଣ ଉପରେ କାମ କରୁଛନ୍ତି ଅବିନାଶ ଖେମକା ଓ ପଞ୍ଚମି ମନୁ ଉକିଲ। ଅବିନାଶ ଜଣେ ଶିଳ୍ପପତି, ସାମାଜିକ କର୍ମୀ ଏବଂ ପ୍ରକୃତି ତଥା ବନ୍ୟପ୍ରାଣୀ ଫଟୋଗ୍ରାଫର ହୋଇଥିବାବେଳେ ପଞ୍ଚମି ମନୁ ଉକିଲ ଜଣେ ଶିକ୍ଷାବିତ, ଲେଖକ ଏବଂ ପକ୍ଷୀ-ପର୍ଯ୍ୟବେକ୍ଷକ। ଅବିନାଶ ୨୦୧୨ ମସିହାରୁ ଫଟୋଗ୍ରାଫି କରୁଛନ୍ତି ଏବଂ ସମଗ୍ର ଭାରତ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀ ପରିଦର୍ଶନ କରିଛନ୍ତି। ସେ ଫଟୋଗ୍ରାଫି ମାଧ୍ୟମରେ ମଙ୍ଗଳାଯୋଡ଼ିର ସଂରକ୍ଷଣ କାହାଣୀକୁ ସର୍ବସମ୍ମୁଖକୁ ଆଣିବାକୁ ଚେଷ୍ଟା କରନ୍ତି। ୨୦୧୮ମସିହା ୭-୧୩ ଡିସେମ୍ବରରେ, ଲଳିତ କଳା ଏକାଡେମୀ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱରଠାରେ ‘ସଙ୍ଗ ଅଫ୍‌ ଦ ୱାଇଲ୍ଡ’, ମଙ୍ଗଳାଯୋଡ଼ି ଉପରେ ଅବିନାଶ ଖେମକାଙ୍କ ଏକ ‘ଫଟୋ ପ୍ରଦର୍ଶନୀ’‘ଦ ମ୍ୟାଜିକ ଅଫ୍‌ ମଙ୍ଗଳାଯୋଡ଼ି’ ଆୟୋଜିତ ହୋଇଥିଲା; ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ଏହି ପ୍ରଦର୍ଶନୀ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ବିଶେଷକରି ବିଭିନ୍ନ ବିଦ୍ୟାଳୟ ଏବଂ ଅନାଥ ଆଶ୍ରମର ପିଲାମାନେ ଫଟୋଗ୍ରାଫି ମାଧ୍ୟମରେ ପ୍ରକୃତି, ପ୍ରାକୃତିକ ବାସସ୍ଥାନ, ପକ୍ଷୀ ସ୍ଥାନାନ୍ତର ଏବଂ ବନ୍ୟପ୍ରାରଈଙ୍କ ବିଷୟରେ ବିଶେଷ ଭାବରେ ଜାଣିବାକୁ ସକ୍ଷମ ହୋଇଥିଲେ।

ଫଟୋ ପ୍ରଦର୍ଶନୀର ସଫଳତା ପରେ, ଅବିନାଶ ଓ ପଞ୍ଚମି ମଙ୍ଗଳାଯୋଡ଼ି ଉପରେ ଏକ କଫି ଟେବୁଲ୍‌ ବୁକ୍‌ ଉପରେ କାମ କରୁଥିଲେ; ଯାହା ମଙ୍ଗଳାଯୋଡ଼ି କାହାଣୀର ପ୍ରଚାର ପ୍ରସାରକୁ ଆଉ ଏକ ପାଦ ଆଗକୁ ବଢ଼ାଇଛି। ‘ଦ ମ୍ୟାଜିକ ଅଫ ମଙ୍ଗଳାଯୋଡ଼ି’ ନାମକ ଏହି କଫି ଟେବୁଲ୍‌ ପୁସ୍ତକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୧ ଏପ୍ରିଲ ୨୦୨୨ମସିହାରେ ଭୁବନେଶ୍ୱରରେ ଉନ୍ମୋଚିତ ହୋଇଛି। ବିଭିନ୍ନ ଅତ୍ୟାଧୁନିକ ଫଟୋଗ୍ରାଫି ଉପକରଣ ସାହାଯ୍ୟରେ ଅବିନାଶ ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ ଋତୁରେ ନିଜ କ୍ୟାମେରା ମାଧ୍ୟମରେ ବିଭିନ୍ନ ପକ୍ଷୀ ବିବିଧିତା ଓ ଭୂମିର ଦୃଶ୍ୟକୁ କଏଦ କରିଛନ୍ତି। ତିନି ଶହରୁ ଅଧିକ ରାତି ବିତାଇ ଉଠାଇଥିବା ଦଶ ହଜାରରୁ ଊର୍ଦ୍ଧ୍ୱ ଫଟୋ ଏହି କଫି ଟେବୁଲ୍‌ ବୁକ୍‌ରେ ପ୍ରକାଶ ପାଇଛି। ଏଥିରେ ଅବିନାଶ ଓ ପଞ୍ଚମିଙ୍କର ଗଭୀର ଆବେଗ ଏବଂ ପ୍ରତିବଦ୍ଧତା ବେଶ୍‌ ବାରି ହୁଏ ।‘ଓଡ଼ିଶା ପର୍ଯ୍ୟଟନ’ ସହଯୋଗରେ ଏହାର ପ୍ରକାଶନ ସମ୍ଭବ ହୋଇପାରିଛି। ଏହି ବହିଟି ମଙ୍ଗଳାଯୋଡ଼ି ଏବଂ ଓଡିଶାକୁ ବିଶ୍ୱର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଦେବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri