ଆଗ୍ନେୟ ଉଦ୍‌ଗିରଣରୁ ନଷ୍ଟ ହୋଇପାରେ ଓଜୋନ ସ୍ତର

ଓ୍ବାଶିଂଟନ୍‌, ୪ା୫: ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବସତ୍ତାର ସନ୍ଧାନରେ ବୈଜ୍ଞାନିକମାନେ ଲାଗିଥିବାବେଳେ ଏବେ ଆମେରିକାର ମହାକାଶ ଏଜେନ୍ସି ନାସା ଚିନ୍ତା ବଢ଼ାଇବା ଭଳି ରିପୋର୍ଟ ପ୍ରକାଶ କରିଛି। ଅତ୍ୟଧିକ ଆଗ୍ନେୟଗିରି ଉଦ୍‌ଗିରଣ ପୃଥିବୀ ପାଇଁ ବିନାଶକାରୀ ପାଲଟିପାରେ ଏବଂ ନୀଳଗ୍ରହର ଅବସ୍ଥା ଶୁକ୍ର ଓ ମଙ୍ଗଳ ପରି ହୋଇପାରେ ବୋଲି ଜଳବାୟୁ ଅନୁକରଣ ସଂକ୍ରାନ୍ତୀୟ ଏକ ରିପୋର୍ଟରେ ନାସା କହିଛି। ଶୁକ୍ର ଓ ମଙ୍ଗଳ ଜୀବନଧାରଣ ପାଇଁ ଉପଯୁକ୍ତ ନ ହେବାର କାରଣ ମଧ୍ୟ ଆଗ୍ନେୟ ଉଦ୍‌ଗିରଣ ହୋଇଥାଇପାରେ ବୋଲି ଜିଓଫିଜିକାଲ ରିସର୍ଚ୍ଚ ଲେଟରରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଗବେଷକଙ୍କ ମତରେ, ଅତ୍ୟଧିକ ଆଗ୍ନେୟ ଉଦ୍‌ଗିରଣ ପୃଥିବୀ ବାୟୁମଣ୍ଡଳ ଏବଂ ସୂର୍ଯ୍ୟ ଭିତରେ ରହିଥିବା ଓଜୋନ ସ୍ତରକୁ ନଷ୍ଟ କରିଦେଇପାରେ। ଫଳରେ ସୂର୍ଯ୍ୟଙ୍କଠାରୁ ଆସୁଥିବା ଅତିବାଇଗଣୀ ରଶ୍ମୀ ସିଧାସଳଖ ପୃଥିବୀରେ ପଡ଼ିଲେ ତାହା ତାପମାତ୍ରା ବୃଦ୍ଧି ସହ ଜୀବଜଗତ ନଷ୍ଟର କାରଣ ପାଲଟିବ।
ବୁଧ ଓ ଶୁକ୍ର ଗ୍ରହରେ ମଧ୍ୟ କେବେ ପୃଥିବୀ ପରି ଜୀବନ ଅନୁକୂଳ ପରିବେଶ ଥାଇପାରେ। କିନ୍ତୁ ଫ୍ଲଡ୍‌ ବାସଲ୍ଟ ଇରପ୍ସନ ଯୋଗୁ ତାହା ସମ୍ପୂର୍ଣ୍ଣ ଧ୍ୱଂସ ପାଇ ଯାଇଥାଇପାରେ ବୋଲି ବୈଜ୍ଞାନିକମାନେ ଗବେଷଣାରୁ ଆକଳନ କରିଛନ୍ତି। ଫ୍ଲଡ୍‌ ବାସଲ୍ଟ ଇରପ୍ସନ ଏକ ପ୍ରକାଶ ଆଗ୍ନେୟଗିରି ଉଦ୍‌ଗିରଣ, ଯାହା ଦୀର୍ଘ ଶତାବ୍ଦୀ ଧରି ରହିବା ସହ ଲକ୍ଷ ଲକ୍ଷ ବର୍ଷ କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରେ। କେତେକ ସମୟରେ ଏକା ସଙ୍ଗରେ ଏଥିରେ ଥିବା ପ୍ରାୟ ସମସ୍ତ ଆଗ୍ନେୟ ଉଦ୍‌ଗିରଣ ଯୋଗୁ ବଡ଼ ସ୍ତରରେ ଜୀବନ ବିଲୁପ୍ତ ହୋଇପାରେ। ଉତ୍ତପ୍ତ ପୃଥିବୀ ଇତିହାସରେ ବହୁସଂଖ୍ୟାରେ ଆଗ୍ନେୟ ଉଦ୍‌ଗିରଣ ହୋଇଥିବାର ଯଥେଷ୍ଟ ସମ୍ଭାବନା ରହିଛି। ଉଦ୍‌ଗିରଣରୁ ବିପୁଳ ମାତ୍ରାରେ ସଲ୍‌ଫର ଡାଇଅକ୍ସସାଇଡ୍‌ ବାହାରିଥାଏ। ପରେ ତାହା ଏରୋସଲରେ ପରିଣତ ହୋଇଯାଏ। ପ୍ରଥମେ ଏରୋସଲଜନିତ କୁଲ୍‌ିଂ ଇଫେକ୍ଟ ଯୋଗୁ ଥଣ୍ଡା ଅନୁଭୂତ ହୋଇଥାଏ। ପରେ ତାହା ଇନ୍‌ଫ୍‌ରାରେଡ୍‌ ରେଡିଏଶନ୍‌କୁ ଶୋଷିବା ସହ ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି କରାଇଥାଏ। ସୌରମଣ୍ଡଳର ଅନ୍ୟ ଗ୍ରହ ଯଥା ମଙ୍ଗଳ, ଶୁକ୍ର ଆଦିରେ ଏଭଳି ଆଗ୍ନେୟ ଉଦ୍‌ଗିରଣ ବେଶ୍‌ ସାଧାରଣ। ୧୫ରୁ ୧୭ ନିୟୁତ ବର୍ଷ ପୂର୍ବେ ଆମେରିକାର ପ୍ରଶାନ୍ତ ଉତ୍ତର-ପଶ୍ଚିମରେ ଥିବା କଲମ୍ବିଆ ରିଭର ବାସଲ୍ଟ (ସିଆର୍‌ବି)ରେ ଦୀର୍ଘ ୪ ବର୍ଷ ଧରି ଆଗ୍ନେୟଗିରି ଉଦ୍‌ଗିରଣ ପର୍ଯ୍ୟାୟକୁ ଅନୁକରଣ କରିବା ନିମନ୍ତେ ଗବେଷକମାନେ ଗୋଡାର୍ଡ ଆର୍ଥ ଅବ୍‌ଜରଭିଂ ସିଷ୍ଟମ କେମିଷ୍ଟ୍ରି-କ୍ଲାଇମେଟ ମଡେଲର ବ୍ୟବହାର କରିଥିଲେ। ସିମୁଲେଶନରେ ଅତ୍ୟଧିକ ଥଣ୍ଡା ପିରିୟଡ ମିଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଅଳ୍ପ ସମୟ ଧରି ଥଣ୍ଡା ପିରିୟଡ ରହିବା ପରେ ଉତ୍ତାପର ପ୍ରଭାବ ଦେଖିବାକୁ ମିଳିଥିଲା ବୋଲି ନାସାର ଗୋଡାର୍ଡ ସ୍ପେସ୍‌ ଫ୍ଲାଇଟ୍‌ ସେଣ୍ଟରର ବୈଜ୍ଞାନିକ ସ୍କଟ୍‌ ଗୁଜଓ୍ବେିଚ୍‌ କହିଛନ୍ତି। ତେଣୁ ଜଳବାୟୁରେ ବିପଜ୍ଜନକ ପରିବର୍ତ୍ତନ ରୋକିବା ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବାକୁ ପଡ଼ିବ ବୋଲି ଏହି ରିପୋର୍ଟ ସୂଚାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri