ଜନସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ଲୋଡ଼ା: ଡା. ଅରିଜିତ ମହାପାତ୍ର

ନବଜାତ ଶିଶୁରୋଗ ବିଶେଷଜ୍ଞ ଭାବେ ସେ ଜଣାଶୁଣା। ବହୁ ଜଟିଳ ଅସ୍ତ୍ରୋପଚାର କରି ପାଇଛନ୍ତି ଅନେକ ସଫଳତା। କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ବି ଅର୍ଜିଛନ୍ତି ସୁନାମ। ଦୂର ଦୂରାନ୍ତରୁ ଚିକିତ୍ସା ପାଇଁ ଲୋକେ ଧାଇଁଆସନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ଅରିଜିତ ମହାପାତ୍ରଙ୍କ ପାଖକୁ। କଟକ ଏସ୍‌ସିବି ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ସାରିବା ପରେ ୧୯୯୮ରେ ଶିଶୁରୋଗରେ ଏମ୍‌ଡି କରିଥିଲେ। ୨୦୦୩ରେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ନବଜାତ ଶିଶୁରୋଗ ଉପରେ ଡିଏମ୍‌ କରିଥିଲେ। ଏହି କ୍ଷେତ୍ରରେ ସେ ଓଡ଼ିଶାରେ ପ୍ରଥମ। ଚିକିତ୍ସା ସେବାରେ ୨୮ ବର୍ଷର ଅଭିଜ୍ଞତା ଥିବା ଡା. ମହାପାତ୍ର ଭୁବନେଶ୍ୱର ଶହୀଦନଗରସ୍ଥିତ ଜଗନ୍ନାଥ ହସ୍ପିଟାଲର ମ୍ୟାନେଜିଙ୍ଗ ଡାଇରେକ୍ଟର। ନିଜ ସଫଳ ଯାତ୍ରା ସମ୍ପର୍କରେ ଧରିତ୍ରୀ ସହ ଡା. ଅରଜିତ ମହାପାତ୍ରଙ୍କ ମନଖୋଲା କଥା।

ଜଗନ୍ନାଥ ହସ୍ପିଟାଲର ଯାତ୍ରା କିପରି ଥିଲା?
୨୦୧୨ ମସିହାରେ ଜଗନ୍ନାଥ ହସ୍ପିଟାଲ ଆରମ୍ଭ ହେଲା। ୧୦ବର୍ଷ ହୋଇଗଲାଣି। ନୂଆ ହସ୍ପିଟାଲ କରିବାରେ ଅନେକ ଚ୍ୟାଲେଞ୍ଜ ଥିଲା। ୨୪ ଘଣ୍ଟିଆ ରୋଗୀ ସେବା ଓ ରୋଗୀଙ୍କ ଯତ୍ନ କିପରି ନେଇପାରିବା ତାହା ଥିଲା ଆମ ଆଗରେ ବଡ଼ ଆହ୍ବାନ। ଏଥିପାଇଁ ଡାକ୍ତର, ନର୍ସଙ୍କଠାରୁ ଆରମ୍ଭ କରି ହସ୍ପିଟାଲ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟ୍ରେନିଂ ଦେବାକୁ ପଡ଼ିଥିଲା। ଏଥିରେ ସଫଳତା ମିଳିଥିବା ମନେକରୁଛି।
ହସ୍ପିଟାଲରେ କ’ଣ ସୁବିଧା ରହିଛି?
ଶିଶୁଙ୍କ ସବୁ ପ୍ରକାର ଚିକିତ୍ସା ପାଇଁ ବ୍ୟବସ୍ଥା ରହିଛି। ନବଜାତକଙ୍କ ପାଇଁ ଆଇସିୟୁ, ଜରୁରିକାଳୀନ ସେବା, ୬/୭ ମାସରେ ଜନ୍ମ ହେଉଥିବା ଶିଶୁଙ୍କ ଚିକିତ୍ସା ଲାଗି ସ୍ବତନ୍ତ୍ର ଉପକରଣ ରହିଛି। ଭେଣ୍ଟିଲେଟର ଏବଂ ଆଇସିୟୁ ମଧ୍ୟ ରହିଛି। ନବଜାତ ଓ ତଦୂର୍ଦ୍ଧ୍ୱ ଶିଶୁଙ୍କ ଜଟିଳ ଅସ୍ତ୍ରୋପଚାର କରାଯାଉଛି। କହିବାକୁ ଗଲେ ପିଲାଙ୍କ ଚିକିତ୍ସା ପାଇଁ ଆମ ପାଖରେ ସବୁ ପ୍ରକାର ବ୍ୟବସ୍ଥା ରହିଛି। ତେବେ ଏଠାରେ କେବଳ ପିଲାଙ୍କର ହୃଦ୍‌ ଅସ୍ତ୍ରୋପଚାର ହେଉନାହିଁ। ଖାଲି ଆମ ହସ୍ପିଟାଲରେ ନୁହେଁ, ଓଡ଼ିଶାରେ ମଧ୍ୟ ହେଉନାହିଁ। ସେହିଭଳି ପ୍ରସୂତିଙ୍କ ଚିକିତ୍ସା ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଛି। ସବୁଠାରୁ ବଡ଼ କଥା ହେଲା, ମା’ ଓ ପିଲାଙ୍କ ପାଇଁ ୨୪ଘଣ୍ଟିଆ ସେବା ଦେଉଛୁ, ଯାହାକି ଅନ୍ୟ ଘରୋଇ ହସ୍ପିଟାଲରେ କ୍ୱଚିତ ଦେଖିବାକୁ ମିଳେ।
ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଅଧିକ ଟଙ୍କା ଆବଶ୍ୟକ ପଡ଼େ। ଏନେଇ ଆପଣଙ୍କ ମତ?
ଦିନକୁ ଦିନ ସବୁ ଜିନିଷର ଦର ବଢ଼ୁଛି। ସେହି ମାତ୍ରାରେ ସ୍ବାସ୍ଥ୍ୟସେବା ଖର୍ଚ୍ଚ ବଢ଼ୁଛି। ଆମେ ତାକୁ ସାମ୍ନା କରିବା ପାଇଁ ଚେଷ୍ଟା କରିବା ଉଚିତ। ଏଥିପାଇଁ ସ୍ବାସ୍ଥ୍ୟ ବୀମା ହେଉଛି ଗୁରୁତ୍ୱପୂର୍ଣ୍ଣ। ଲୋକେ ଏବେ ସଚେତନ ହେଲେଣି ଓ ବୀମା କରୁଛନ୍ତି। ତଥାପି ବୀମା ହାର କମ୍‌ ରହିଛି। ଆଗକୁ ଆହୁରି ଅଧିକ ଲୋକ ବୀମା କରିବା ଆବଶ୍ୟକ। କାରଣ ଭବିଷ୍ୟତରେ ହସ୍ପିଟାଲରେ ଟଙ୍କା ଖର୍ଚ୍ଚ ହେବ ବୋଲି କେହି ଜାଣି ନ ଥାନ୍ତି କି ସେଥିଲାଗି ବଜେଟ ମଧ୍ୟ କରି ନ ଥାନ୍ତି। ତେଣୁ ପ୍ରତ୍ୟେକ ବ୍ୟକ୍ତି ବୀମା କରିନେବା ଜରୁରୀ ବୋଲି ମୁଁ କହିବି।
ଓଡ଼ିଶା ସରକାରଙ୍କ ପକ୍ଷରୁ କ’ଣ ସୁବିଧା ଯୋଗାଇ ଦିଆଯାଉଛି?
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବହୁତ ପରିବାର ଅନ୍ତର୍ଭୁକ୍ତ ଥିବାରୁ ରାଜ୍ୟ ସରକାର ଆମକୁ ସାହାଯ୍ୟ କରୁଥିବା ମନେକରେ। ଓଡ଼ିଶା ଷ୍ଟେଟ୍‌ ଟ୍ରିଟ୍‌ମେଣ୍ଟ ଫଣ୍ଡ (ଓଏସ୍‌ଟିଏଫ୍‌)ରେ ରୋଗୀଙ୍କୁ ଅନ୍ୟ ରାଜ୍ୟକୁ ଚିକିତ୍ସା ପାଇଁ ରେଫର୍‌ କରାଯାଇପାରୁଛି। ଯେଉଁ ସର୍ଜରି ଏଠାରେ ହୋଇପାରୁନି କିମ୍ବା ଅଧିକ ଜଟିଳ ରହୁଛି, ତା’ର ଚିକିତ୍ସା ପାଇଁ ବାହାର ରାଜ୍ୟକୁ ପଠାଯାଉଛି। ସେମାନେ ସରକାରଙ୍କ ଓଏସ୍‌ଟିଏଫ୍‌ ସହଯୋଗରେ ବାହାର ରାଜ୍ୟକୁ ଯାଇ ପ୍ରାୟତଃ ମାଗଣାରେ ଚିକିତ୍ସା କରିପାରୁଛନ୍ତି।
ମହାମାରୀ ସମୟରେ ହସ୍ପିଟାଲରେ କ’ଣ ସବୁ ପଦକ୍ଷେପ ନିଆଯାଇଥିଲା?
ମହାମାରୀ ଆମକୁ ବିସ୍ମିତ କରିଦେଇଥିଲା। ସରକାରଙ୍କ ଗାଇଡ୍‌ଲାଇନ୍‌ ପାଳନ କରି ଲକ୍‌ଡାଉନ୍‌ ସମୟରେ
ବହୁ ପଦକ୍ଷେପ ନିଆଯାଇଥିଲା। ଫିବର କ୍ଲିନିକ୍‌ ଖୋଲାଗଲା, ଆଇସୋଲେଶନ ରୁମ୍‌ ଓ ଆଇସୋଲେଶନ ଆଇସିୟୁ ମଧ୍ୟ କରାଯାଇଥିଲା। କରୋନା ବିରୋଧୀ ଲଢ଼େଇ ପାଇଁ ସମସ୍ତେ ଚେଷ୍ଟା କରି ସଫଳ ହୋଇପାରିଛୁ।
ଭବିଷ୍ୟତରେ କୋଭିଡ୍‌-୧୯ ଭଳି ଚ୍ୟାଲେଞ୍ଜ ଆସିଲେ ମୁକାବିଲା ପାଇଁ କ’ଣ କରାଯିବା ଉଚିତ?
ଏହି ମହାମାରୀ ଆମକୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବା ଶିଖାଇଛି। ଭବିଷ୍ୟତରେ ପୁଣି ଥରେ ମହାମାରୀ ଆସିବ ଓ ଆମେ ସାମ୍ନା କରିବା ତାହା ଭାବିପାରୁନି। କାରଣ ଅତୀତରେ ଦେଖାଯାଇଛି ମହାମାରୀ ୧୦୦ ବର୍ଷରେ ଆସୁଛି। ଆମେ ଗୋଟେ ମହାମାରୀକୁ ସାମ୍ନା କରିପାରିଲୁ ତାହା ଆମ ପାଇଁ ବଡ଼ କଥା। ଏହାର ପଜିଟିଭ୍‌ ସାଇଟ୍‌କୁ ଦେଖିଲେ ଆଗକୁ ଯାଇହେବ। କରୋନା ଯୋଗୁ ଲୋକଙ୍କ ବ୍ୟବହାର ବଦଳିଯାଇଛି। ନିଜ ସୁରକ୍ଷା ପାଇଁ ଲୋକେ ସଚେତନ ହୋଇଛନ୍ତି।
ଭିତ୍ତିଭୂମିର ବିକାଶ ହେବା ଜରୁରୀ ବୋଲି ଭାବୁନାହାନ୍ତି?
ଭିତ୍ତିଭୂମିର କୌଣସି ଶେଷ ନାହିଁ। ଗତ ୨୦ ବର୍ଷ ଭିତରେ ବହୁତ ଭିତ୍ତିଭୂମି ବିକାଶ କରାଯାଇଛି। ନୂଆ ନୂଆ ଚିକିତ୍ସା ପଦ୍ଧତିଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ କରିଛୁ। ତେବେ ପୂର୍ବରୁ ଲୋକେ ଜନସ୍ବାସ୍ଥ୍ୟ ସମ୍ପର୍କରେ ଜାଣୁ ନ ଥିଲେ। ଏବେ ଧୀରେ ଧୀରେ ସଚେତନ ହେଉଛନ୍ତି। ତେଣୁ ଜନସ୍ବାସ୍ଥ୍ୟ ସଚେତନତା ବା ଫାସିଲିଟି କ୍ଷେତ୍ରରେ ଭିତ୍ତିଭୂମି ବିକାଶ ଜରୁରୀ ବୋଲି ଭାବୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri