ପୁଣି ପେଗାସସ୍‌

ଗୋଟିଏ ଗଣତାନ୍ତ୍ରିକ ଦେଶରେ କ୍ଷମତାସୀନ ବ୍ୟକ୍ତି ଯେତେବେଳେ ନିଜକୁ ଅସୁରକ୍ଷିତ ମନେକରନ୍ତି, ସେତେବେଳେ ନିଜ ଦେଶର ନାଗରିକଙ୍କ ଉପରେ କୋପଦୃଷ୍ଟି ରଖିବା ସହିତ ଦାଉ ସାଧିବା ହୋଇଥାଏ ସାଧାରଣ ଅଭ୍ୟାସ। ଇସ୍ରାଏଲ ସାଇବର ସୁରକ୍ଷା କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେରକୁ ଭାରତ କିଣିଥିବା ନେଇ ‘ନ୍ୟୁୟର୍କ ଟାଇମ୍ସ’ରେ ଏବେ ରିପୋର୍ଟ ପ୍ରକାଶ ପାଇବା ପରେ କେନ୍ଦ୍ରର ଭାଜପା ସରକାରର କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଛି। ୨୦୧୭ରେ ଇସ୍ରାଏଲ ସରକାରଙ୍କ ସହିତ ଭାରତ କରିଥିବା ୨ ବିଲିୟନ ଡଲାର ବା ୧୫ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କିଣା ଚୁକ୍ତିରେ ପେଗାସସ୍‌କୁ ସାମିଲ କରାଯାଇଥିଲା ବୋଲି ଉକ୍ତ ରିପୋର୍ଟରେ ତଥ୍ୟ ଦିଆଯାଇଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ୨୦୧୯ ଜୁନ୍‌ରେ ଭାରତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ପରିଷଦରେ ଇସ୍ରାଏଲ ସପକ୍ଷରେ ଭୋଟ ଦେଇଥିଲା। ଏଥିରେ ପାଲେଷ୍ଟାଇନ୍‌ ମାନବ ଅଧିକାର ସଙ୍ଗଠନକୁ ପର୍ଯ୍ୟବେକ୍ଷଣ ଷ୍ଟାଟସ୍‌ ଦେବାକୁ ଭାରତ ମଧ୍ୟ ମନା କରିଥିଲା। ତେବେ ଭାରତରେ ଅନେକ ରାଜନେତା ବିଶେଷକରି ବିରୋଧୀ ନେତା, ବିଚାରପତି, ସାମାଜିକ ଓ ମାନବ ଅଧିକାର କର୍ମୀ ଏବଂ ସାମ୍ବାଦିକଙ୍କ ଗତିବିଧି ଉପରେ ପେଗାସସ୍‌ ପକ୍ଷରୁ ନଜର ରଖାଯାଇଥିବା ନେଇ ଗତବର୍ଷ ଜୁଲାଇରେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ପୂର୍ବରୁ ଏକ ନ୍ୟୁଜ ଓ୍ବେବ୍‌ସାଇଟ୍‌ ରିପୋର୍ଟ ପ୍ରକାଶ କରିଥିଲା। ଭାରତର ୩ ଶହରୁ ଅଧିକ ବ୍ୟକ୍ତିଙ୍କ ମୋବାଇଲ ନମ୍ବରକୁ ଟ୍ରାକ୍‌ କରାଯାଇ ଫୋନ୍‌ କଲ୍‌ ରେକର୍ଡ କରାଯାଇଥିବା ଏଥିରେ ଦର୍ଶାଯାଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ନାମ ସାମ୍ନାକୁ ଆସିବା ପରେ ମୋଦି ସରକାରଙ୍କୁ ସମାଲୋଚନା କରାଯାଇଥିଲା। ଏବେ ବଜେଟ ଅଧିବେଶନ ପୂର୍ବରୁ ତଥ୍ୟଭିତ୍ତିକ ଯେଉଁ ରିପୋର୍ଟ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଛି, ତାହା ଅନେକାଂଶରେ ବିଶ୍ୱାସଯୋଗ୍ୟ ହେଉଛି।
ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ବିକଶିତ ପେଗାସସ୍‌ ସ୍ପାଏଓ୍ବେରକୁ କେବଳ ମାନ୍ୟତାପ୍ରାପ୍ତ ସରକାରୀ ସଂସ୍ଥାଗୁଡ଼ିକୁ ବିକ୍ରି କରାଯାଇଥାଏ ବୋଲି କମ୍ପାନୀ ପୂର୍ବରୁ କହିଥିଲା। ଅର୍ଥାତ୍‌ ଘରୋଇ ସଂସ୍ଥା ଏହି ଗୁପ୍ତଚରୀ ଆପ୍‌କୁ କିଣିପାରିବେ ନାହିଁ। ବିଭିନ୍ନ ଦେଶର ସରକାର ଆତଙ୍କବାଦ ଓ ଅପରାଧ ବିରୋଧୀ ଲଢ଼େଇ ଏବଂ ସୁରକ୍ଷା ଦୃଷ୍ଟିରୁ ବ୍ୟବହାର କରିବା ଉଦ୍ଦେଶ୍ୟ ରଖି ଏହାକୁ କିଣିଥାଆନ୍ତି। ହେଲେ ଦେଖାଯାଉଛି, ଇସ୍ରାଏଲ ପ୍ରଯୁକ୍ତି ଦ୍ୱାରା ବିକଶିତ ଏହି ଗୁପ୍ତଚରୀ ପ୍ରୋଗ୍ରାମ୍‌ ଅତି ତୀକ୍ଷ୍ମଣ ଭାବେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସ୍ମାର୍ଟଫୋନ୍‌ ଉପରେ ନଜର ରଖି ତଥ୍ୟ ହାସଲରେ ସଫଳ ହୋଇଥାଏ। ଏବେ ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ପାଲେଷ୍ଟାଇନ୍‌ ବିରୋଧରେ ଓ ଇସ୍ରାଏଲ୍‌ ସପକ୍ଷରେ ଭାରତ ମତ ଦେଇଥିଲା ବୋଲି ଯାହା କୁହାଯାଉଛି, ସେଥିରୁ ଅନୁମାନଯୋଗ୍ୟ ଯେ ମୋଦି ସରକାର ଉଦ୍ଦେଶ୍ୟ ରଖି ସବୁ କାରବାର କରିଛନ୍ତି।
ଆଜିର ସ୍ଥିତି ଦେଖିଲେ ଭାରତ ସମେତ କିଛି ଗଣତାନ୍ତ୍ରିକ ଦେଶର ନେତୃତ୍ୱ କ୍ରମଶଃ ଏକଚ୍ଛତ୍ରବାଦ ଚିନ୍ତାଧାରାକୁ ଆପଣାଉଛନ୍ତି। ସେମାନଙ୍କ ଇଚ୍ଛା ଅନୁଯାୟୀ ଫଳ ନ ମିଳିଲେ ନିଜ ନାଗରିକଙ୍କ ଉପରେ କ୍ରୋଧ ପ୍ରକଟ କରୁଛନ୍ତି। ବର୍ତ୍ତମାନ ପେଗାସସ୍‌ ଭଳି ଗୁପ୍ତଚରୀ ଆପ୍‌କୁ ମାଧ୍ୟମ କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଧୁନିକ ପୃଥିବୀରେ ପ୍ରାୟ ଦେଢ଼ ଦଶନ୍ଧି ମଧ୍ୟରେ ଅଧିକାଂଶ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି। ତେଣୁ ଉନ୍ନତ ପ୍ରଯୁକ୍ତିକୁ ଆଧାର କରି ପେଗାସସ୍‌ ଭଳି ଆପ୍‌ର ଆବିର୍ଭାବ ହୋଇଛି। ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ବ୍ୟବହାରକାରୀର ସମସ୍ତ କଥାବାର୍ତ୍ତା, ଲେଖା, ଗତିବିଧି ଭଳି ସବୁ ସୂଚନା ମିଳିପାରୁଛି। ତେଣୁ ବ୍ୟବସାୟ, ରାଜନୀତି, ସାମ୍ବାଦିକତା ଭଳି ଅନେକ କ୍ଷେତ୍ର ପ୍ରତି ଏହା ବିରାଟକାୟ ବିପଦ ଭାବେ ଉଭା ହୋଇଛି। ଯଦି ନିଜ ଦେଶର ସରକାର କୌଣସି ବ୍ୟକ୍ତିବିଶେଷ କିମ୍ବା ଚିନ୍ତାଧାରାକୁ ଦମନ କରିବାକୁ ଆଗଭର ହୋଇଥାଏ, ସେତେବେଳେ ସିଧାସଳଖ ବିରୋଧୀଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ତାହା ସର୍ବସମ୍ମୁଖରେ ଧରାପଡ଼ିଯିବାର ଭୟ ରହୁଥିବାରୁ ଶାସକ ବର୍ଗ ଗୁପ୍ତଚରଗିରିକୁ ଅସ୍ତ୍ର କରୁଛନ୍ତି। ଏହାଫଳରେ ବିରୋଧୀ ଯେଉଁ ରଣକୌଶଳ ଅନୁସରଣ କରୁଛନ୍ତି ସେସବୁକୁ ସହଜରେ କ୍ଷମତାସୀନ ବର୍ଗ ଜାଣିପାରୁଛନ୍ତି। ସୂଚନା ପ୍ରଯୁକ୍ତି ବା ଇନ୍‌ଫର୍ମେଶନ ଟେକ୍‌ନୋଲଜି ଏ ଦିଗରେ ବିଶେଷ ସହାୟକ ହେଉଥିବାରୁ ପେଗାସସ୍‌ ସ୍ପାଏଓ୍ବେର ଭଳି ଗୁପ୍ତଚରୀ ଆପ୍‌ କାମ ଦେଉଛି। ଯେତେବେଳେ ଏକ ରାଷ୍ଟ୍ର ତା’ର ନାଗରିକଙ୍କ ଉପରେ ନଜର ରଖିବା ଲାଗି ସେହି କରଦାତାଙ୍କ ଅର୍ଥକୁ ନଷ୍ଟ କରିବ, ଦେଶର ମର୍ଯ୍ୟାଦା ହ୍ରାସ ପାଇବା ସ୍ବାଭାବିକ। ଏହା ଆଜି କେତେକ ବ୍ୟକ୍ତିବିଶେଷଙ୍କ ବିରୋଧରେ ବ୍ୟବହାର ହେଉଥିବା ଭଳି ମନେହେଉଛି। କାଲିକୁ ଏହା ଦେଶବାସୀଙ୍କ ସ୍ବାର୍ଥ ବିରୋଧରେ କେଉଁଭଳି ବ୍ୟବହୃତ ହେବ, ତାହା ସାଧାରଣ ନାଗରିକ ବୁଝିବା ଏବେ ସମ୍ଭବପର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri