Posted inଫୁରସତ

ବିଶ୍ୱନାଥ ମୁଣ୍ଡିଆରୁ ଆସିଥିଲା ଅରୁଣସ୍ତମ୍ଭ ପାଇଁ ପଥର

ନୀଳଗିରିର ନିଧି ପଟ୍ଟନାୟକ ଦାୟିତ୍ୱ ନେଇଥିଲେ ନୀଳଗିରିରୁ ପଥର ଆଣିବା ପାଇଁ। ଚାପରେ ଲଦି ସେ ପଥର ପହଞ୍ଚେଇବା ପରେ ଖର୍ଚ୍ଚ ବାବଦକୁ ସେକାଳରେ ଦିଆଯାଇଥିଲା ୧୦୨ ମାଢ଼ ସୁନା। ତେଣୁ ପଥର ପରିମାଣ, ପଥରକଟାଳି ଓ ପଥରବୁହାଳି ଅଧିକ ସଂଖ୍ୟକ ଥିଲେ ନିଶ୍ଚୟ। ନିଧି ପଟ୍ଟନାୟକ ପୂର୍ବରୁ ଚୁକ୍ତି କରିଥିଲେ ପଥର ଆଣି ଗଣ୍ଡରେ ପହଞ୍ଚାଇବେ। ଗଣ୍ଡରୁ ବୁହା ହେବାକୁ ପୁଣି ଖର୍ଚ୍ଚ ହୋଇଥିବ। ପଥର ଯୋଗାଇବା ପାଇଁ ସେ ୩୦୭୭ ମାଢ଼ ସୁନା ଅଗ୍ରିମ ନେଇଥିଲେ। ଏହାକୁ ମିଶାଇଲେ ବାରଥର କୋଣାର୍କକୁ ପଥର ଆସିଥିଲା।
ଅନୁସନ୍ଧାନରୁ ଜଣାପଡୁଛି ଶ୍ରୀମନ୍ଦିରର ସିଂହଦ୍ୱାରରେ ଶୋଭା ପାଉଥିବା ଶ୍ରୀ ଅରୁଣସ୍ତମ୍ଭ ନିର୍ମାଣ ପାଇଁ ବିଶ୍ୱନାଥ ମୁଣ୍ଡିଆରୁ ପଥର ଆସିଥିଲା। ଏବେ ଅରୁଣସ୍ତମ୍ଭ ସିଂହଦ୍ୱାରରେ ଶୋଭାପାଉଛି। ପ୍ରଥମେ ଶ୍ରୀପଦ୍ମକେଶର ମନ୍ଦିର, କୋଣାର୍କଠାରେ ଶ୍ରୀ ଅରୁଣସ୍ତମ୍ଭ ଶୋଭା ପାଉଥିଲେ। ୩୦ ହାତ ଲମ୍ବ ମୁଗୁନି ପଥର ଚାପରେ ଲଦାହୋଇ ଦୟାନଦୀରୁ ମହାନଦୀକୁ ଆସିଥିଲା। ମାତ୍ର ମୁଖ୍ୟ ଚାପଦଳେଇ ସିଧିଆ ଦଳାଇ ଚାପକୁ ନଈସୁଅରେ ସଳଖିବାରେ ବିଫଳ ହୋଇଗଲେ। ଚାପକୁ ସମ୍ଭାଳି ହେଲାନି। ବୁଡ଼ିଗଲା। ନିଜର ଭୁଲ ପାଇଁ ତାଙ୍କୁ ଜରିମାନା ଦେବାକୁ ପଡ଼ିଥିଲା। ତିନି ମାଢ଼ ସୁନା ଜରିମାନା ଦେଲେ ଏହି ଘଟଣା ଘଟିବାର ୫ମାସ ପରେ। ପାଇକ ଚଣ୍ଡସିଂହ ଜରିମାନା ଆଦାୟ କରି ମଣତି ଦେଇଥିଲେ ଭଣ୍ଡାରରେ।
ବର୍ତ୍ତମାନ ବିଶ୍ୱନାଥ ମୁଣ୍ଡିଆର କେତେକ ଅଂଶ ଆମେ ଅନୁସନ୍ଧାନ କରିଥିଲୁ। ମୁଗୁନି ପଥର ଥିଲା ବୋଲି ମନ ମାନିଲାନି। ଜଗଦଳପୁର ଆସି ପଚରାପଚାରି କଲୁ। ବୁଢ଼ାମାନେ କହିଲେ, ଏବେ ତ ମୁଣ୍ଡିଆ ଦେଖୁଛନ୍ତି ଆପଣ, ଯେବେ ଜଗଦଳ ପାହାଡ଼ ଭାବରେ ପରିଚିତ ଥିଲା ସେବେ ପାହାଡ଼ ଶ୍ରେଣୀ ଲମ୍ବିଥିଲା। ଐତିହ୍ୟ ଅଛି, ବିଶ୍ୱନାଥ ମୁଣ୍ଡିଆର ପୂର୍ବ ଦିଗକୁ ଚାରୋଟି ପାହାଡ଼ ଶ୍ରେଣୀ ଥିଲା। ବିଶ୍ୱନାଥ ମୁଣ୍ଡିଆ ଉଚ୍ଚର। ଫିରିଙ୍ଗୀ ଶାସନ ବେଳେ ବୋମା ପକାଇ ପଥର ସବୁ ନିଲାମଧାରୀମାନେ ମନଇଚ୍ଛା ବୋହିନେଲେ। ହାଲି ଦେଢ଼ଶହରୁ ଦୁଇଶହ ବର୍ଷ ତଳେ ପଦା ହୋଇଗଲା ବୋଲି ଆମେ ଶୁଣିଛୁ। ଆମେ ତଥ୍ୟ ସଂଗ୍ରହ କରି ଜାଣିଲୁ ତାହା ଜଗଦଳ ପାହାଡ଼ ଶ୍ରେଣୀ ଥିଲା। ବିଶ୍ୱନାଥ ମୁଣ୍ଡିଆ ଜଗଦଳ ପାହାଡ଼ର ଅନ୍ୟତମ ମୁଣ୍ଡିଆ। ବାବା ବିଶ୍ୱନାଥ ବିଜେ କରିଥିବାରୁ ମୁଣ୍ଡିଆକୁ ଲୁଟିନେଇ ଜମିଦାର ବୋଲାଇବା ସମ୍ଭବ ହୋଇନାହିଁ। ଏଠାରୁ କୋଣାର୍କକୁ ପଥର ଆସିଥିଲା ୧୩ଥର। ପୋଥି ବର୍ଣ୍ଣନା ଅନୁଯାୟୀ କେବଳ ପଥର ବାଛିବାକୁ ଯାଇଥିଲେ ୩୪୨ ଜଣ। ସେମାନେ ୭ଟି ଦଳରେ ବିଭକ୍ତ ହୋଇ ୭ଟି ପାହାଡ଼କୁ ଯାଇଥିଲେ। ପ୍ରତି ଦଳରେ ଜଣେ ଦଳପତି ରହୁଥିଲେ। ସେମାନେ ଯାଇଥିଲେ- କେରାଣ୍ଡିମାଳ, ଅରାଗଡ଼, ବିଶ୍ୱନାଥ, ଜଗଦଳ, ତାପଙ୍ଗମାଳ, ବାଣେଶ୍ୱର ଓ ନୀଳଗିରି।
ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚତ୍ବା ପରେ ସେଠାକାର ଗଡ଼ନାୟକ, ଖଣ୍ଡପାଳ ବା ରାଜା ମହାରାଜାମାନେ ସେମାନଙ୍କ ପାଇଁ ଶିବିର ବ୍ୟବସ୍ଥା କରୁଥିଲେ। ରହିବା ଓ ଖାଇବା ବ୍ୟବସ୍ଥା ଆଗ ହେଉଥିଲା। ଖର୍ଚ୍ଚ ଭରଣା ହେଉଥିଲା କୋଣାଦିତ୍ୟ ଭଣ୍ଡାରରୁ। ଉଦାହରଣ ସ୍ବରୂପ କେବଳ କେରାଣ୍ଡିମାଳର ବ୍ୟବସ୍ଥା ଆମେ ଉପସ୍ଥାପନ କରୁଛୁ। ସେଠାରେ ଦାୟିତ୍ୱ ନେଇଥିଲେ ସେଠାକାର ଜମିଦାର ‘କେରାଣ୍ଡିମାଳ ସୁବୁଦ୍ଧି’।
ସୁବୁଦ୍ଧି ଆପଣେ ଶିବିର ପାଇଁ ନେଲେ- ୭୦ ମାଢ଼ ସୁନା
ସୁବୁଦ୍ଧି ଆପଣେ ଖାଦ୍ୟ ବାବଦ ନେଲେ- ୦୪ ଭରଣ ଧାନ ଓ ୧୭ ଗୌଣି
ସୁବୁଦ୍ଧି ଆପଣେ ଲୁଗାପଟା ଅନ୍ୟାନ୍ୟ ବସ୍ତ୍ର ପାଇଁ- ୧୩ ମାଢ଼ ସୁନା
ସୁବୁଦ୍ଧି ଆପଣେ ପଥର ଫଟେଇବା ପାଇଁ ବାରୁଦ ବାବଦ ନେଲେ- ୦୭ ମାଢ଼ ସୁନା
ସୁବୁଦ୍ଧି ଆପଣେ ପଥର ଫଟେଇବାବାଲାଙ୍କ ପାଇଁ ନେଲେ- ୦୭ ମାଢ଼ ସୁନା
ସୁବୁଦ୍ଧି ଆପଣେ ୩୦ ଜଣ ପଥର କଟାଳି ଯୋଗାଇଥିଲେ। ସେ ବାବଦ ନେଲେ- ୧୩ ମାଢ଼ ସୁନା।
ଗୋଟିଏ ପାହାଡ଼ରୁ ପଥର ଆଣିବା ପାଇଁ ଖର୍ଚ୍ଚ ହେଲା ୧୧୦ ମାଢ଼ ସୁନା। ଏ ସବୁ ଗଜପତି ଯୋଗାଇଥିବା ଭଣ୍ଡାରରୁ ଦିଆଯାଇଥିଲା। ଆମେ ଏବେ ଆକଳନ କରିପାରିବା ପ୍ରାୟ (କିଛି କମିଥିବ, ନଇଲେ ବଢ଼ିଥିବ) ହାରାହାରି ସାତୋଟି ପାହାଡ଼ରୁ ପଥର ଆଣିବା ପାଇଁ ସେଇ ଅନୁପାତରେ ଖର୍ଚ୍ଚ ହୋଇଥିବ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri