ଟିକେଟ ପାଇଁ ବ୍ୟାକୁଳ

ସାମ୍ପ୍ରତିକ ନିର୍ବାଚନ ସ୍ଥିତି ଦେଖିଲେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁରରେ ଆସନ୍ତା ମାସ ବିଧାନସଭା ଭୋଟ୍‌ ହେବାକୁ ଯାଉଛି। ଏବେ ଦଳଡିଆଁ, ଟିକେଟ ନ ମିଳିବାରୁ କାନ୍ଦିବା ଓ ଆତ୍ମହତ୍ୟା ଉଦ୍ୟମ ଭଳି ଆଶାୟୀ ନେତାଙ୍କ ବିଚିତ୍ର ଘଟଣାସବୁ କୌତୂହଳ ପାଲଟିଯାଇଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଫଳାଫଳ କ୍ୱାର୍ଟର ଫାଇନାଲ ହେବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି। ଏହି ରାଜ୍ୟ ନିର୍ବାଚନଗୁଡ଼ିକର ଗୁରୁତ୍ୱ କେବଳ ଉତ୍ତରପ୍ରଦେଶ ଯୋଗୁ ବୃଦ୍ଧି ପାଉଛି। କାରଣ ଉତ୍ତରପ୍ରଦେଶରୁ ସର୍ବାଧିକ ସାଂସଦ ପାର୍ଲାମେଣ୍ଟକୁ ଯାଇଥାଆନ୍ତି। ଏହି ରାଜ୍ୟରେ ଭାଜପା ପୁଣି କ୍ଷମତାକୁ ଯେଭଳି ଫେରିପାରିିବ ସେଥିପାଇଁ ଦଳ ଜୋରଦାର ପ୍ରୟାସ କରିଚାଲିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ଥର କିଏ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ, ତାହା ଆଜି ପର୍ଯ୍ୟନ୍ତ ଭାଜପା କେନ୍ଦ୍ରୀୟ ନେତୃତ୍ୱ ଦ୍ୱାରା ସ୍ପଷ୍ଟ କରାଯାଇ ନାହିଁ। କୁହାଯାଉଥିଲା ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରୁ ଲଢ଼ିବେ ବୋଲି ଇଚ୍ଛୁକ ଥିଲେ। କିନ୍ତୁ ତାଲିକାରେ ତାଙ୍କ ନାମ ଗୋରଖପୁରରୁ ଉଠିଛି। ଏହା ଏକ ଦଳୀୟ ନିଷ୍ପତ୍ତି ହେଲେ ମଧ୍ୟ ତାହା ରାଜନୈତିକ ଗୁରୁତ୍ୱ ଧାରଣ କରୁଛି। ଅନ୍ୟପଟେ ସମାଜବାଦୀ ପାର୍ଟି (ଏସ୍‌ପି), ବହୁଜନ ସମାଜପାର୍ଟି (ବିଏସ୍‌ପି) ଏବଂ କଂଗ୍ରେସ ପୃଥକ୍‌ ଭାବେ ଲଢ଼ୁଥିବାରୁ ଭାଜପା ବିରୋଧୀ ଭୋଟ୍‌ ବିଭାଜିତ ହେବାର ସମ୍ଭାବନା ରହିଛି। ଏହି ବିଭାଜନ ଭାଜପାକୁ କେତେଦୂର ସାହାଯ୍ୟ କରିବ, ତାହା କୌଣସି ଜାତୀୟ ଗଣମାଧ୍ୟମରୁ ସ୍ପଷ୍ଟ ଜଣାପଡ଼ୁ ନାହିଁ। କିନ୍ତୁ ନିର୍ବାଚନମଣ୍ଡଳୀଗୁଡ଼ିକରେ ଘଟୁଥିବା ବିଭିନ୍ନ ଘଟଣା ତୃଣମୂଳ ସ୍ତର ସ୍ଥିତି ସମ୍ପର୍କରେ କିଛିଟା ଆଲୋକପାତ କରୁଛି। ଗତ ଏକ ସପ୍ତାହ ମଧ୍ୟରେ ଯୋଗୀଙ୍କ ମନ୍ତ୍ରିମଣ୍ଡଳରୁ ୩ ଜଣ ମନ୍ତ୍ରୀ ଓ ଭାଜପାର ୫ ବିଧାୟକ ଦଳ ଛାଡ଼ି ଏସ୍‌ପିରେ ଯୋଗଦେଇଛନ୍ତି। ଓବିସିର ଟାଣୁଆ ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଇସ୍ତଫା ଭାଜପା ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିପାରେ ବୋଲି ଆଲୋଚନା ହେଉଛି। ୨୦୧୭ ନିର୍ବାଚନ ପୂର୍ବରୁ ସେ ବିଏସ୍‌ପିରେ ଥିଲେ ଓ ଦଳଡିଆଁ ଭାବେ ଭାଜପାରେ ଯୋଗଦେଇ ଯୋଗୀଙ୍କ ହାତମୁଠାକୁ ଟାଣ କରିପାରିଥିଲେ। ତାଙ୍କ ପଛରେ ଓବିସି ଭୋଟ ଥିବାରୁ ସେ ଏବେ ଏସ୍‌ପିରେ ଯୋଗଦେବା ଏକ ଭିନ୍ନ ଦିଗକୁ ଇଙ୍ଗିତ କରୁଛି। ସମ୍ଭବତଃ ସେ ଏସ୍‌ପିର ବିଜୟ ସମ୍ଭାବନାକୁ ମାପି ସାରିଲେଣି। ସେହିପରି ଅନ୍ୟ ଯେଉଁ ନେତା ଓ ମନ୍ତ୍ରୀ ଭାଜପା ପରିତ୍ୟାଗ କରି ଏସ୍‌ପିରେ ଯୋଗଦେଇଛନ୍ତି, ସେମାନେ ମଧ୍ୟ ଭାବିସାରିଲେଣି ଯେ ଏସ୍‌ପି ପ୍ରତି ଜନସାଧାରଣଙ୍କ ସମର୍ଥନ ବଢ଼ୁଥିବାରୁ ସେମାନଙ୍କ ନିଷ୍ପତ୍ତି ସକାରାତ୍ମକ ଫଳ ଦେବ। ଦେଖିବାକୁ ଗଲେ ଶାସକ ଦଳ ନିର୍ବାଚନ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ। ଯେତିକି କାର୍ଯ୍ୟ କରିବାର ଦକ୍ଷତା ବା ଇଚ୍ଛା ନ ଥାଏ, ତାହାଠାରୁ ବହୁ ଅଧିକ ପ୍ରତିଶ୍ରୁତି ଦିଆଯାଇଥାଏ। ସେଭଳି ଅପାରଗତାର ଉଦାହରଣ କୋଭିଡ୍‌ ପରିଚାଳନା ସମୟରେ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଥିଲା। ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସେଠାରେ ଅସମ୍ଭାଳ ହୋଇପଡ଼ିଥିବା ସମ୍ପର୍କରେ ବହୁବାର ଖବର ମିଳିଛି। ଏଭଳି ସ୍ଥଳେ ଉତ୍ତରପ୍ରଦେଶରେ ନିର୍ବାଚନ ଜିତିବ ବୋଲି ଭାଜପା କେନ୍ଦ୍ରୀୟ ନେତୃତ୍ୱ ସନ୍ଦେହରେ ଥିବା ସ୍ବାଭାବିକ। ପୂର୍ବରୁ ଯାହା କୁହାଯାଉଥିଲା, ଭାଜପାର ନିର୍ବାଚନ ରଥର ସାମ୍ନା କରିବା ପାଇଁ କୌଣସି ନେତୃତ୍ୱ ବା ସଙ୍ଗଠନ ଦେଶରେ ନାହିଁ; ପଶ୍ଚିମବଙ୍ଗରେ ସେହି ଭାବମୂର୍ତ୍ତି ଚୂରମାର ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବହୁଳ ମାତ୍ରାରେ ପ୍ରଚାର ସତ୍ତ୍ୱେ ଆଶାନୁରୂପ ଭୋଟ୍‌ ଆସିଲା ନାହିଁ କିମ୍ବା ସେଠାକାର ସରକାରରେ ପରିବର୍ତ୍ତନ ଘଟିଲା ନାହିଁ।
ଗତଥର ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଡିମନିଟାଇଜେଶନ ବା ବିମୁଦ୍ରୀକରଣ କରାଯିବା ଫଳରେ ବିରୋଧୀ ଦଳଗୁଡ଼ିକର ମନୋବଳ ଭାଙ୍ଗି ଦିଆଯାଇଥିଲା। ଅବଶ୍ୟ ସେତେବେଳେ ବିମୁଦ୍ରୀକରଣ କରାଯାଇ ନ ଥିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାବମୂର୍ତ୍ତିକୁ ନେଇ ଉତ୍ତରପ୍ରଦେଶରେ ଭାଜପା ସରକାର ଗଢ଼ିପାରି ନ ଥାଆନ୍ତା। ଏବେ ପୁନର୍ବାର ବିମୁଦ୍ରୀକରଣ ଭଳି ମାରାତ୍ମକ ଖେଳ ଖେଳିବାର ସମ୍ଭାବନା କ୍ଷୀଣ। ଅପରପକ୍ଷରେ ହିନ୍ଦୁତ୍ୱବାଦୀ ପ୍ରଚାରର ଭୋଟ୍‌ ଉପରେ କେତେ ପ୍ରଭାବ ପଡ଼ିବ ତାହାକୁ ମଧ୍ୟ ଅଣଦେଖା କରିହେବ ନାହିଁ।
ଏବର ସ୍ଥିତି ଦେଖିଲେ କେବଳ ଶାସକ ଦଳ ଭିତରେ ସମସ୍ୟା ରହିଛି ତାହା ନୁହେଁ, ବିରୋଧୀ ଶିବିରରେ ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ଦେଖାଦେଇଛି। ୧୪ ଜାନୁୟାରୀରେ ବିଏସ୍‌ପି ନେତା ଅର୍ସଦ ରାଣାଙ୍କୁ ଦଳ ଟିକେଟ ନ ଦେବାରୁ ସେ ପୋଲିସ ଆଗରେ କାନ୍ଦି କହିଥିଲେ ଯେ, ୬୭ ଲକ୍ଷ ଟଙ୍କା ଦେଇଥିବା ସତ୍ତ୍ୱେ ତାଙ୍କୁ ଗୁରୁତ୍ୱ ଦିଆଗଲା ନାହିଁ। ସେହିପରି ୧୬ ଜାନୁୟାରୀରେ ଅସନ୍ତୁଷ୍ଟ ନେତା ଆଦିତ୍ୟ ଠାକୁରଙ୍କୁ ଏସ୍‌ପି ଟିକେଟ ନ ଦେବାରୁ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଶୁଣିବାକୁ ମିଳିଛି। ‘ଭାତହାଣ୍ଡିରୁ ଗୋଟିଏ ଚିପିଲା’ ଭଳି ଇଚ୍ଛୁକ ପ୍ରାର୍ଥୀଙ୍କ ବ୍ୟାକୁଳତା ପ୍ରମାଣ କରୁଛି ଯେ, ଏସ୍‌ପି ଟିକେଟ ପାଇବା ମାତ୍ରେ ଜିତାପଟ ସୁନିଶ୍ଚିତ ବୋଲି ଏକ ଧରଣା ସୃଷ୍ଟି ହୋଇଛି।
୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଦେଖିଲେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଭାଜପା ସରକାର ଶାସନ କରୁଥିବା ବେଳେ ପଞ୍ଜାବରେ କଂଗ୍ରେସ ସରକାର ରହିଛି। ଉତ୍ତରପ୍ରଦେଶରେ ଯୋଗୀ ନିଜ ପାର୍ଟି ଭିତରୁ ବିରୋଧର ସମ୍ମୁଖୀନ ହୋଇଥିବା ବେଳେ ସାଧାରଣ ଲୋକେ ତାଙ୍କ ପ୍ରଶାସନକୁ ଭରସିପାରୁ ନାହାନ୍ତି। ଉତ୍ତରାଖଣ୍ଡରେ ଭାଜପା ଦୁଇଥର ନେତୃତ୍ୱ ପରିବର୍ତ୍ତନ କରିଥିବାରୁ ଦଳ ପ୍ରତି ଲୋକଙ୍କ ବିଶ୍ୱାସ କମିଥିବା ଆଲୋଚନା ହେଉଛି। ମଣିପୁରରେ ଭାଜପା ସାମାନ୍ୟ ଦୃଢ଼ ସ୍ଥିତିରେ ଥିଲେ ମଧ୍ୟ ଗୋଆରେ ଦଳୀୟ ନେତା ଓ ବିଧାୟକମାନେ ଦଳ ଛାଡ଼ୁଥିବାରୁ ତାହା ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି। ତେବେ ପଞ୍ଜାବରେ କଂଗ୍ରେସ ସର୍ବାଧିକ କ୍ଷତି ସହିବ ବୋଲି ଆକଳନ କରାଯାଉଛି। ଯେଉଁଭଳି ଢଙ୍ଗରେ ନିର୍ବାଚନ ପୂର୍ବରୁ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଦାୟିତ୍ୱରୁ ହଟାଇ ଦିଆଗଲା, ତାହା ଦଳ ପାଇଁ କ୍ଷତି ପହଞ୍ଚାଇବା ସିଧା ଦିିଶିଯାଉଛି। କେନ୍ଦ୍ରର ବିବାଦୀୟ କୃଷି ଆଇନ ନାଟକ ଯୋଗୁ ପଞ୍ଜାବରେ ଭାଜପା ବିପର୍ଯ୍ୟୟର ସମ୍ମୁଖୀନ ହେବା ଥୟ ବୋଲି ରାଜନୈତିକ ଚର୍ଚ୍ଚା ହେଉଛି। ତେଣୁ ପଞ୍ଜାବବାସୀ ଭାଜପା ପ୍ରତି ବିମୁଖ ହେବା ଓ କଂଗ୍ରେସକୁ ବିଶ୍ୱାସକୁ ନେଇପାରୁ ନ ଥିବାରୁ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆଡ଼କୁ ଲୋକଙ୍କ ସମର୍ଥନ ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଯଦି ଆଗାମୀ ଦିନରେ ଉତ୍ତର ଭାରତର ଅଧିକାଂଶ ରାଜ୍ୟ ଭାଜପାର ବିରୋଧୀ ଦଳଗୁଡ଼ିକ ହାତକୁ ଚାଲିଯିବ, ତେବେ ତାହାର ପ୍ରଭାବ ୨୦୨୪ ସାଧାରଣ ନିର୍ବାଚନ ଉପରେ ପଡ଼ିବା ସୁନିଶ୍ଚିତ। ଅନ୍ୟପଟେ ସେତେବେଳକୁ ରାଜ୍ୟଗୁଡ଼ିକର ଶାସକ ଦଳ ବିରୋଧରେ ଯଦି ମତ ସୃଷ୍ଟି ହୋଇଯାଇଥାଏ, ତେବେ ପାର୍ଲାମେଣ୍ଟରେ ଭାଜପାକୁ ତାହା ସହାୟକ ହୋଇପାରେ। ତେଣୁ ଆଗାମୀ ଦିନରେ କିଏ କେତେ ଲୋକାଭିମୁଖୀ ହେବେ ତାହା ଭାରତର ଭବିଷ୍ୟତକୁ ନିର୍ଣ୍ଣୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri