ଏଇ ଭାରତରେ

ପିଲାଦିନରୁ ଚାଷ ପ୍ରତି ଆଗ୍ରହ ରଖିଥିବା କେରଳର ଜଣେ ଚାଷୀ ଏବେ ୧୭୦ କିସମର କଦଳୀ ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି। ଓ୍ବାଏନାଡ୍‌ର ଏହି କୃଷକ ଜଣକ ହେଉଛନ୍ତି ଏନ୍‌.କେ. ନିଶାନ୍ଥ। ୨ ଏକର ଜମିରେ ନିଶାନ୍ଥ ଏହି ଚାଷ କରୁଛନ୍ତି। ଓ୍ବାଏନାଡର ଦୁଇଟି ସ୍ଥାନ ମାନାଥାଉଡି ଓ ନିରଭିଲ୍‌ଫୁଝାରେ ତାଙ୍କ ଜମି ରହିଛି। ସାରା ଦେଶରେ ସେ ୧୫ ବର୍ଷ ଧରି ୧୭୦ କିସମର କଳଦୀ ସଂଗ୍ରହ କରିପାରିଛନ୍ତି ଓ ପ୍ରତ୍ୟେକଟି କିସମର ଚାଷ କରି ବେଶ୍‌ ଉତ୍ପାଦନ କରୁଛନ୍ତି। ବଡ଼ କଥା ହେଉଛି, ନିଶନ୍ଥ ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜରେ ଜଣେ କିରାଣୀ ଭାବେ କାର୍ଯ୍ୟକରିବା ସହ ସେଥିରୁ ସମୟ ବାହାର କରି ଏଭଳି ସଫଳତା ସାଉଁଟି ପାରିଛନ୍ତି। ସେ ଏହି ଚାଷ ପାଇଁ କଳଦୀ ଗଛ ସଂଗ୍ରହଠାରୁ ଆରମ୍ଭ କରି ଚାଷ, ଉତ୍ପାଦନ ଓ ମାର୍କେଟିଂ ସବୁ କରୁଛନ୍ତି ବୋଲି କହନ୍ତି ୪୭ ବର୍ଷୀୟ ନିଶାନ୍ଥ। ସେ କଦଳୀ ଚାଷ ସହ ଗୋଲମରିଚ, କଫି ଚାଷ ମଧ୍ୟ କରନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ କିସମର କଦଳୀ ଗଛ ସଂଗ୍ରହ କରିବା ଲାଗି ‘ଭାଝାଗ୍ରାମମ୍‌’ ଫେସ୍‌ବୁକ୍‌ ଗ୍ରୁପ୍‌ ଆରମ୍ଭ କରିଛନ୍ତି ଯାହା ମାଧ୍ୟମରେ ଅନେକ କିସମର କଦଳୀ ସିଡ୍‌ ସଂଗ୍ରହ କରୁଛନ୍ତି। ଭାରତୀୟ ଡାକ ଦ୍ୱାରା ଲୋକେ ସିଡ୍‌କୁ ତାଙ୍କ ପାଖକୁ ପଠାଉଛନ୍ତି। ତାଙ୍କ ଫାର୍ମର କଳା ରଙ୍ଗର କଦଳୀ ଗଛ ଅତି ଆକର୍ଷଣୀୟ। ଏହାବାଦ୍‌ ୧୪ ଫୁଟ ଉଚ୍ଚା ଗଛରେ ମାଟିକୁ ଛୁଇଁଲାଭଳି କଦଳୀ କାନ୍ଧି ଦେଖିବାଭଳି ହୋଇଛି। ସବୁଠୁ କମ୍‌ ଉଚ୍ଚତା ବିଶିଷ୍ଟ ୩.୫ ଫୁଟ କଦଳୀ ଗଛ ମଧ୍ୟ ତାଙ୍କ ଫାର୍ମରେ ଶୋଭା ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ବିକାଶ ନାୟକ ଇକୋଟୁରିଜମ୍‌କୁ ପ୍ରୋତ୍ସାହିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ କଥା ହେଉଛି ଏକ...

ତୁମ ଆଡ଼େ କେମିତ

ଡ. ଦ୍ୱିତୀ ଚନ୍ଦ୍ର ସାହୁ ସକାଳୁ ସକାଳୁ ମନେ ପଡ଼ିଗଲା କି କ’ଣ ଦୂର ବାଟ ବନ୍ଧୁ ଜଣେ ଫୋନ୍‌ କଲେ। ଚାଲି ଚାଲି ମୋବାଇଲର...

ଓଡ଼ିଶାରେ ଭାଷା

ଲୋକନାଥ ପଣ୍ଡା ଫେବୃଆରୀ ମାସରେ ତିନିଦିନ ଧରି ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ...

ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ,...

ଏଇ ଭାରତରେ

ଟେକ୍ସଟାଇଲ ଶିଳ୍ପରୁ ବର୍ଜ୍ୟ କପଡ଼ା ସଂଗ୍ରହ କରି ସେଥିରୁ ଷ୍ଟେସ୍‌ନେରି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ସୁରଟର ରାଶି ଅଗ୍ରଓ୍ବାଲା। ସେ ବର୍ଜ୍ୟରୁ ଡାଏରି, ଜର୍ନାଲ, ପ୍ଲାନର,...

ପ୍ଲାଷ୍ଟିକ୍‌ : ଏକ କ୍ଷୁଦ୍ର ପ୍ରବନ୍ଧ

ଶୈଳେନ୍ଦ୍ର ଦ୍ୱିବେଦୀ   ଆନ୍ତର୍ଜାତିକ ସ୍ତରରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବଂ ତଜ୍ଜନିତ ପ୍ରଦୂଷଣ ରୋକିବା ପାଇଁ ବିଶ୍ୱସ୍ତରରେ ରାଜିନାମା କଥା ଗୁରୁତ୍ୱର ସହ ଚିନ୍ତା କରାଯାଉଥିବାବେଳେ...

ମନ୍ତ୍ରଶକ୍ତିର ପ୍ରଭାବ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ବୈଦିକ ଋଷିମାନଙ୍କୁ ମନ୍ତ୍ରଦ୍ରଷ୍ଟା କୁହାଯାଏ। ଦାର୍ଶନାର୍ଥକ ଦୃଶ୍‌ ଧାତୁରୁ ଦ’ କାର ଲୋପ ହୋଇ ଋଷି ଶବ୍ଦ ଗଠିତ। ନିରୁକ୍ତାଚାର୍ଯ୍ୟ...

ଆଇନରୁ ଆଭାସ

ସଂସଦର ପ୍ରାଥମିକ କାର୍ଯ୍ୟ ହେଉଛି ଆଇନ ଗଢ଼ିବା। କିଏ ଆଇନ ଗଢ଼ିବେ ଏବଂ ପାସ୍‌ କରିବେ ତାହା ବିଚାରକରି ଆମେ ଲୋକ ସଭାକୁ ପ୍ରାର୍ଥୀଙ୍କୁ ଚୟନକରୁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri