Posted inଫୁରସତ

ମାଟି କଣ୍ଢେଇ କାରିଗରି

ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପ ଓ କଳାକାରିଗରି ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏପରି ବିଭିନ୍ନ ହସ୍ତଶିଳ୍ପ କଳାରେ ନିୟୋଜିତ କାରିଗରମାନଙ୍କୁ ରୋଜଗାର ପନ୍ଥା ମିଳିପାରୁଛି। ବିଭିନ୍ନ ସ୍ଥାନରେ ଆୟୋଜିତ ମେଳା, ମହୋତ୍ସବରେ କାରିଗରମାନଙ୍କ କଳାକୃତି ଦେଖିବାକୁ ମିଳିଥାଏ। ଏମିତିରେ ଏହି କଳାକାରିଗରିରେ ଓଡ଼ିଆଘରର ସାମାଜିକ ଚଳଣି ପ୍ରତିଫଳିତ ହୋଇଥାଏ। ଏହା ଦେଖିବାକୁ ଯେତିକି ସୁନ୍ଦର, ସେତିକି ମନଛୁଅଁା ହୋଇଥାଏ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନାନାପ୍ରକାରର ହସ୍ତକଳା କାରିଗରି ରହିଛି। ଯେମିତିକି କେନ୍ଦୁଝର ଜିଲା ଘଟଗାଁ ବ୍ଲକର ବାଟହରିଚନ୍ଦନପୁର କୁମ୍ଭାରସାହିର ଟେରାକୋଟା କଳାକୃତି ଏବଂ ଏହି ଜିଲାର ହଳଧରପୁର ଗାଁର କାରିଗରମାନେ ମାଟିରେ ବିଭିନ୍ନ କଳାକୃତି ଗଢି ନିଜର ଜୀବିକା ନିର୍ବାହ କରିଥାନ୍ତି। ଏହି କାରିଗରମାନଙ୍କ ହାତର ସ୍ପର୍ଶରେ ସୃଷ୍ଟି ହୁଏ ସୁନ୍ଦର ସୁନ୍ଦର ମାଟିର କଣ୍ଢେଇ। ଏହି ମାଟିକଣ୍ଢେଇ ତିଆରି ସମ୍ପର୍କରେ ହଳଧର ଗାଁର ଗୁନୁ ସାହୁ କୁହନ୍ତି, ଘରେ ବାପାଙ୍କଠାରୁ ମାଟିରେ ବିଭିନ୍ନ କଣ୍ଢେଇ ତିଆରି କରିବା ଶିଖିଥିଲୁ। ତେବେ ରାଜ୍ୟ ସରକାରଙ୍କ ଓରମାସ ଜରିଆରେ ଭୁବନେଶ୍ୱରରୁ ଟ୍ରେନିଂ ନେଇଛି। ଆଜକୁ ପ୍ରାୟ ୧୨ବର୍ଷ ହେଲା ଏମିତି ମାଟିର ବିଭିନ୍ନ କଳାକୃତି ତିଆରି କରିଥାଉ। ଏଥିପାଇଁ ଆମ ଅଞ୍ଚଳର କୁକୁରକଟା ନଦୀ ନିକଟରୁ ମାଟିକୁ ସଂଗ୍ରହକରି ଆଣିଥାଉ। ପ୍ରଥମେ କଞ୍ଚାମାଟିକୁ ଚକଟି ଥାଉ । ବିଭିନ୍ନ କଳାକୃତିର ଛାଞ୍ଚରେ ଓଦାମାଟିକୁ ପକାଇ ନମୁନା ତିଆରି କରାଯାଇଥାଏ। ଏହାପରେ ଅଳ୍ପ ଖରାରେ ସେହି କଳାକୃତି ନମୁନାକୁ ଶୁଖାଯାଇଥାଏ । ତା ପରେ ତାକୁ ମସୃଣ କରାଯାଏ।

ଏମିତିରେ ହାତୀ, ଘୋଡ଼ା, ଫୁଲଦାନୀ, ଚଉଁରା, କଣ୍ଢେଇ ଆଦି ବିଭିନ୍ନ କଳାକୃତି ତିଆରି କରିଥାଉ। ଆମ ପରିବାରର ପ୍ରାୟ ୫ଜଣ ଏହି ମାଟି ତିଆରି ବିଭିନ୍ନ କଳାକୃତି ତିଆରି କରିଥାଉ। ଗୋଟିଏ ଗୋଟିଏ ମାଟିର କଳାକୃତିକୁ ପ୍ରାୟ ୨୦ଟଙ୍କାଠାରୁ ଆରମ୍ଭକରି ୨୫୦୦ ଟଙ୍କା ପର୍ଯ୍ୟନ୍ତ ଦାମରେ ବିକ୍ରି କରାଯାଇଥାଏ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା କେତେକ ମେଳା ମହୋତ୍ସବରେ ମାଟିର କଣ୍ଢେଇକୁ ବିକ୍ରି ପାଇଁ ନେଇଥାଉ। ସେହିପରି ଏହି ଗାଁର ସକୁନ୍ତଳା ସାହୁ କୁହନ୍ତି, ‘ଆଜକୁ ପ୍ରାୟ ୨୦ବର୍ଷ ହେଲା ମାଟିର ବିଭିନ୍ନ କଣ୍ଢେଇ, ଘୋଡ଼ା, ହାତୀ ଭଳି ବିଭିନ୍ନ କଳାକୃତି ତିଆରି କରି ଆସୁଛି। ପ୍ରଥମେ ମାଟିକୁ ଚକଟି ଚକରେ ଘୂରାଇ ବିଭିନ୍ନ ପ୍ରକାରର ଦୀପ, ହରିଣ, ପାଣିପୋଟ, ବୁଦ୍ଧମୂର୍ତ୍ତି, ମାଟିର କଣ୍ଢେଇ ଆଦି କଳାକୃତି ଗଢ଼ିଥାଉ। ତା’ପରେ ଓଦାମାଟିର କଳାକୃତିକୁ ଶାଳରେ ପୋଡ଼ିଥାଉ। ଏହା ପରେ ସେଥିରେ ବିଭିନ୍ନ ରଙ୍ଗ ଦେଇଥାଉ। ବିଭିନ୍ନ ଅଞ୍ଚଳରେ ଆୟୋଜିତ ମେଳାରେ ଏପରିକି ତୋଷାଳି, ଶରସ ଶିଶିର ଆଦି ହସ୍ତଶିଳ୍ପ ମେଳାରେ କଳାକୃତିକୁ ବିକ୍ରି କରିବାକୁ ନେଇଥାଉ। ଉକ୍ତ କଳା କାରିଗରି କାମ କରି ଗାଁର ପ୍ରାୟ ୩ଶହରୁ ଅଧିକ କାରିଗର ଜୀବିକା ନିର୍ବାହ କରିଥାନ୍ତି। ବାର୍ଷିକ ପ୍ରାୟ ୭୦/୮୦ହଜାର ଟଙ୍କା ରୋଜଗାର ହୋଇଥାଏ।’ ଭୁବନେଶ୍ୱର ହସ୍ତଶିଳ୍ପ ମେଳାରେ ନିଜର କଳାକୃତି ପସରା ପକାଇଥିବା ଜଗତସିଂହପୁର ଜିଲା କୁଜଙ୍ଗ ବ୍ଲକ ଅଧୀନ ନତଙ୍ଗ ଗାଁର କାରିଗର ନିତ୍ୟାନନ୍ଦ ବେହେରା କୁହନ୍ତି, ‘ଆମ ପରିବାରରେ ପ୍ରାୟ ୬ଜଣ ସଦସ୍ୟ ଆଜକୁ ୧୨ବର୍ଷ ତଳୁ ଏମିତି ମାଟିରେ ବିଭିନ୍ନ କଣ୍ଢେଇ ତିଆରି କରିଆସୁଛନ୍ତି। ତେବେ ଏଥିରେ ବାର୍ଷିକ ସବୁ ଖର୍ଚ୍ଚ ଯାଇ ପ୍ରାୟ ୮୦ହଜାର ଟଙ୍କା ଆୟ ହୋଇପାରୁଛି। ଏମିତି କି ପ୍ରାୟ ୫ଟଙ୍କା ଠାରୁ ଆରମ୍ଭକରି ୧୫ଶହ ଟଙ୍କା ପର୍ଯ୍ୟନ୍ତ ମାଟିର ବିଭିନ୍ନ କଳାକୃତି ରହିଛି। ’ ଓଡ଼ିଶାର ବିଭିନ୍ନ ପୁରପଲ୍ଲୀରେ ଏମିତି ମାଟିର କଣ୍ଢେଇ ଗଢୁଥିବା କାରିଗରଙ୍କ କଳାକୃତି ଦେଖିବାକୁ ମିଳେ। ଏହା ଆମ ଓଡ଼ିଶାର କଳାକ୍ଷେତ୍ରକୁ ସମୃଦ୍ଧ କରିଥାଏ।
– ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri