ପୀଡ଼ିତାଙ୍କ ବିଡ଼ମ୍ବିତ ଭାଗ୍ୟ

ଡ. ବାସନ୍ତୀ ମହାନ୍ତି

ଆମ ସାମାଜିକ ପୃଷ୍ଠଭୂମିରେ ନାରୀଟିଏ ଯଦି ପୀଡ଼ିତା ବିଶେଷତଃ ଯଦି ପୁରୁଷର ଅସୌଜନ୍ୟ ଆଚରଣର ଶିକାର ହୋଇଥାଏ ଅଦାଲତର ନ୍ୟାୟ ମିଳିଲେ ସୁଦ୍ଧା ସେ ସାମାଜିକ ନ୍ୟାୟ ପାଏ ନାହିଁ। ଅବିବାହିତା ହୋଇଥିଲେ ତା’ ବିବାହ ପାଇଁ ସମସ୍ୟା ସୃଷ୍ଟି ହୁଏ, ବିବାହିତା ହୋଇଥିଲେ ତାକୁ ଶାଶୁଘରେ କ୍ୱଚିତ୍‌ ସମ୍ମାନଜନକ ସ୍ଥାନ ମିଳେ। ବାପଘର ଲୋକେ ମଧ୍ୟ ତାକୁ ଗ୍ରହଣ କରିବାକୁ ପଶ୍ଚାତପଦ ହୁଅନ୍ତି। ନିଜେ ଯଦି ସ୍ବାବଲମ୍ବନଶୀଳ ନୁହେଁ ତା’ ପାଇଁ ଲୋଡ଼ାହୁଏ ସରକାରୀ କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକର ଆଶ୍ରୟସ୍ଥଳ। ଗଳ୍ପ ଉପନ୍ୟାସ ଚଳଚ୍ଚିତ୍ର ଆଦିରେ ମଧ୍ୟ ଲେଖକ କିମ୍ବା ନିର୍ଦ୍ଦେଶକ ଏମାନଙ୍କ ଶେଷ ପରିଣତି ଆତ୍ମହତ୍ୟା ବୋଲି ପ୍ରଦର୍ଶିତ କରିଥାନ୍ତି, ସତେଯେମିତି ପୀଡ଼ିତାମାନଙ୍କର ବଞ୍ଚତ୍ବାର ଅଧିକାର ନାହିଁ। ସମାଜର ଅନ୍ୟମାନେ ତା’ ପାଖରେ ସ୍ବଚ୍ଛନ୍ଦ ହୋଇପାରନ୍ତି ନାହିଁ କି ସେ ଅନ୍ୟମାନଙ୍କ ପାଖରେ ସ୍ବାଭାବିକ ହୋଇପାରେ ନାହିଁ। ଅନ୍ୟ ରାଷ୍ଟ୍ରଗୁଡ଼ିକରେ ଏ ପ୍ରକାର ସମସ୍ୟା ନାହିଁ। ଆମ ଦେଶ ପରି ସେମାନଙ୍କ ଦେଶରେ ମଧ୍ୟ ନାରୀ ପ୍ରତି ଅଶୋଭନୀୟ ଆଚରଣ ଅତ୍ୟନ୍ତ ଗର୍ହିତ ଅପରାଧ। ସହମତି ନ ଥିଲେ କେହି ଯଦି ନାରୀକୁ ଶାରୀରିକ ସମ୍ପର୍କ ପାଇଁ ନିବେଦନ କରେ ତେବେ ତାହା ଅପରାଧ ପର୍ଯ୍ୟାୟଭୁକ୍ତ ହୁଏ। ଅପରାଧୀକୁ କଠିନ ଦଣ୍ଡ ଦିଆଯାଇଥାଏ। କିନ୍ତୁ ପୀଡ଼ିତାର ସାମାଜିକ ସମ୍ମାନ କ୍ଷୁଣ୍ଣ ହୁଏ ନାହିଁ। ମାତ୍ର ଆମ ଦେଶରେ ସମ୍ପୂର୍ଣ୍ଣ ଓଲଟା। ଦୁଷ୍କର୍ମକାରୀ ଦଣ୍ଡ ଭୋଗିସାରିବା ପରେ ଘରସଂସାର କରି ସମ୍ମାନର ସହ ବଞ୍ଚତ୍ପାରେ କିନ୍ତୁ ପୀଡ଼ିତା ନିର୍ଦ୍ଦୋଷ ଥାଇ ବି ସର୍ବସ୍ବ ହରାଇଥାଏ। ଯେତେଦିନ ପର୍ଯ୍ୟନ୍ତ ଆମ ସମାଜରୁ ଏ ପ୍ରକାର ମାନସିକତାର ଅନ୍ତ ନ ହୋଇଛି, ନାରୀର ସୁରକ୍ଷା ବିପନ୍ନ ହୋଇ ରହିଥିବ। ସାମାଜିକ ସମ୍ମାନ ଭୟରେ ସେ ପୁରୁଷ ପାଖରେ ଭୟାର୍ତ୍ତ ହୋଇ କାଳ କାଟୁ ଥିବ। ଆମ ଦେଶରେ ନାରୀର ଶାରୀରିକ ପବିତ୍ରତା ଏକ ସମ୍ବେନଶୀଳ ପ୍ରସଙ୍ଗ ହୋଇଥିବାରୁ ନାରୀ କେବଳ କାମନା ପ୍ରପୀଡ଼ିତ ପୁରୁଷର ଅସୌଜନ୍ୟ ଆଚରଣର ଶିକାର ହୁଏନାହିଁ। କୌଣସି କାରଣରୁ ନାରୀର ଆତ୍ମପ୍ରତ୍ୟୟ କ୍ଷୁଣ୍ଣ କରିବାର ଥିଲେ ତା ଶରୀର ପ୍ରତି ଆକ୍ରମଣ ହୋଇଯାଏ। ଆଜିର ପ୍ରତିଯୋଗିତାପୂର୍ଣ୍ଣ ସମାଜରେ ନାରୀଟିଏ ନିଜ ଦକ୍ଷତାରେ ପୁରୁଷକୁ ଅତିକ୍ରମ କରିଯିବାର ଆଶଙ୍କା ଉପୁଜିଲେ ତା’ ଗତିରୋଧ କରିବା ପାଇଁ ତା’ ପ୍ରତି ଅସଦାଚରଣ କରିବାଠାରୁ ବଳି ବଡ଼ ଉପାୟ ପୁରୁଷ ପାଖରେ ଆଉ କିଛି ନାହିଁ।
ଏହିପରି ଜଣେ ମହିଳାଙ୍କୁ ଆମେ ଅତୀତରେ ଭେଟିଥିଲୁ ଗଣମାଧ୍ୟମଗୁଡ଼ିକରେ। ବିଶ୍ୱବିଦ୍ୟାଳୟର ସ୍ବର୍ଣ୍ଣପଦକ ହାସଲ କରିଥିବା ଉଚ୍ଚଶିକ୍ଷିତା ମହିଳା ଜଣକ ସେ ସମୟରେ ଥିଲେ ବହ୍ନିକନ୍ୟା। ଅନ୍ୟାୟ ଆତ୍ୟାଚାରକୁ ସାହସର ସହ ମୁକାବିଲା କରିବାର ସକଳ ସାମର୍ଥ୍ୟ ଥିଲା ତାଙ୍କର। ସ୍ବାମୀ ଓ ସ୍ବାମୀଗୃହର ଅନ୍ୟାନ୍ୟ ସଦସ୍ୟଙ୍କର ତାଙ୍କ ପ୍ରତି ହେଉଥିବା ନିର୍ଯାତନାକୁ ପ୍ରତିବାଦ କରିଥିଲେ। ନ୍ୟାୟ ପାଇଁ ଆଇନର ଆଶ୍ରୟ ନେବା ଲାଗି ଯେଉଁ ଆଇନଜୀବୀଙ୍କ ସହାୟତା ଲୋଡ଼ିଥିଲେ ତାଙ୍କର ଲୋଲୁପ ଦୃଷ୍ଟିର ଶିକାର ହେବାପରି ବିରଳ ଘଟଣା ଘଟିଥିଲା ତାଙ୍କ ଜୀବନରେ। ନ୍ୟାୟ ପାଇଁ ତାଙ୍କ ବିରୋଧରେ ମଧ୍ୟ ସେ ସ୍ବର ଉତ୍ତୋଳନ କରିଥିଲେ। ଜଣେ ନାରୀର ଏତେ ବଡ଼ ସ୍ପର୍ଦ୍ଧା! ଏତେ ବଡ଼ ବଡ଼ ଲୋକଙ୍କ ବିରୋଧରେ ସେ ସ୍ବର ଉତ୍ତୋଳନ କରିବ? ତାଙ୍କ ଉପରେ ହୋଇଯାଇଥିଲା ସଣ୍ଢୁଆଶୀ ଆକ୍ରମଣ। ତାଙ୍କୁ ଅନେକ ପ୍ରତିକୂଳ ପରିସ୍ଥିତିର ଶିକାର ହେବା ପାଇଁ ପଡିଥିଲା। କେସ୍‌ ଉଠେଇନେବା ପାଇଁ ନାନାବିଧ ଉପାୟ ପ୍ରଦର୍ଶନ କରାଯାଇଥିଲା। ଘରକୁ ଟେକାପଥର ପଡ଼ିବାଠାରୁ ଜୀବନରେ ମାରିଦେବାର ଧମକ ପର୍ଯ୍ୟନ୍ତ। ସେ କିନ୍ତୁ ହାର୍‌ ମାନି ନ ଥିଲେ। ଶେଷରେ ସର୍ବଶେଷ ଅସ୍ତ୍ର ପ୍ରୟୋଗ କରାଯାଇଥିଲା। ଏହାପରେ ନା ରହିବ ବାଉଁଶ ନା ବାଜିବ ବଂଶୀ। ତାଙ୍କ ସାମାଜିକ ସମ୍ମାନ କ୍ଷୁଣ୍ଣ କରାଯାଇଥିଲା। ଆତ୍ମପ୍ରତୀୟହୀନ ହୋଇ ମରିମରି ବଞ୍ଚତ୍ବାକୁ ସେ ବାଧ୍ୟ ହୋଇଥିଲେ। ଏହା ସେ ସର୍ବସମ୍ମୁଖରେ ପ୍ରେସ୍‌ମିଟ୍‌ ମାଧ୍ୟମରେ ସ୍ବୀକାର କରିଛନ୍ତି।
ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ। ଅପରାଧୀକୁ ଧରିବା ପାଇଁ ଯଦି ଏତେ ଦୀର୍ଘକାଳ ଲାଗିଯାଏ, ନ୍ୟାୟ ପାଇଁ ଆହୁରି କେତେ କାଳ ଲାଗିଯିବ କିଏ କହିବ? ଘଟଣାଟିର ପ୍ରେକ୍ଷାପଟରେ ଯେଉଁମାନେ ଥିଲେ ବୋଲି ଅଭିଯୋଗ ହେଉଥିଲା ସେମାନଙ୍କ ମଧ୍ୟରୁ ଅନେକ ମରିହଜି ଗଲେଣି। ଆଧାର କାର୍ଡ ବିନା ଯେଉଁଠି ଜୀବନ ବଞ୍ଚତ୍ବା କଷ୍ଟକର, ସମ୍ପୃକ୍ତ ଅପରାଧୀ କେଉଁ ଆଧାରରେ ଏତେ କାଳ ଧରି ଜୀବନ ନିର୍ବାହ କରୁଥିଲା, କେଉଁ ଅଦୃଶ୍ୟ ହାତ ତାକୁ ଅଭୟ ପ୍ରଦାନ କରୁଥଲା, ତାହା ମଧ୍ୟ ସନ୍ଦେହ ସୃଷ୍ଟିକାରୀ। ତେବେ କେଉଁ ରାଜନୈତିକ ଦଳର କୁଟ କୌଶଳର ଶିକାର ହୋଇ ଜଣେ ଉଦୀୟମାନ ମହିଳାଙ୍କ ଜୀବନ ଏପରି ବିପର୍ଯ୍ୟସ୍ତ ହୋଇପଡ଼ିଲା ତାହା ଆମ ଆଲୋଚନାର ପ୍ରସଙ୍ଗ ନୁହେଁ। ଆମର ବକ୍ତବ୍ୟ ହେଉଛି ପୀଡ଼ିତାଙ୍କ ପ୍ରତି ଆମର ସାମାଜିକ ଦୃଷ୍ଟି କୋଣ।
ଆମ ଦର୍ଶନ ଅନୁସାରେ ଆତ୍ମା କୌଣସି ପାର୍ଥିବ ପ୍ରସଙ୍ଗସହ ଜଡ଼ିତ ହୁଏ ନାହିଁ। ପାଞ୍ଚ ନାରୀଙ୍କୁ ଆମେ ଅତି ପବିତ୍ର ଓ ସତୀ ତାଲିକାଭୁକ୍ତ କରିଛୁ, ଯେଉଁମାନଙ୍କର ଶରୀର କଳୁଷିତ କିନ୍ତୁ ଆତ୍ମା ନୁହେଁ। ଏସବୁ ସତ୍ତ୍ୱେ ନାରୀମାନଙ୍କ ପାଇଁ ଆମେ ସ୍ବତନ୍ତ୍ର ନିୟମ କରିଛୁ, ଯାହା ପୁରୁଷ ପାଇଁ ପ୍ରଯୁଜ୍ୟ ନୁହେଁ। ସ୍ବାମୀ ବ୍ୟତିରେକେ ଅନ୍ୟ କେହି ସ୍ପର୍ଶ କଲେ (ଇଚ୍ଛାରେ ବା ଅନିଚ୍ଛାରେ) ସେ ଅସତୀ ହୋଇଯାଏ ଓ ରୌରବ ନର୍କ ଭୋଗକରେ ବୋଲି ନାରୀକୁ ଭୟଭୀତ କରି ରଖାଯାଇଛି। ସମାଜ ତାକୁ ପତିତା ବୋଲି ଆଖ୍ୟା ଦେଇ ନାନାବିଧ ଲାଞ୍ଛନା ଦେଇଥାଏ। ଶୁଭକାମରେ ତାକୁ ଦୂରେଇ ରଖାଯାଏ। ସେଥିପାଇଁ ସେ ତା’ ପ୍ରତି ହୋଇଥିବା ଅଶୋଭନୀୟ ଆଚରଣକୁ ଅନେକ ସମୟରେ ଗୋପନୀୟ କରି ରଖେ।
ନାରୀଟିଏ ଦୁର୍ଭାଗ୍ୟବଶତଃ ଏମିତି କିଛି ଅଘଟଣର ଶିକାର ହେଲେ ତାକୁ ଗୋପନ ନ ରଖି ନ୍ୟାୟ ପାଇଁ ଲଢୁ। ଏଥିପାଇଁ ପରିବାର ଓ ଆତ୍ମୀୟସ୍ବଜନ ତାକୁ ଉତ୍ସାହିତ କରନ୍ତୁ। ତା’କୁ ନୈତିକ ସାହସ ଦିଅନ୍ତୁ। ଚୋର ଡକାୟତମାନେ ସମ୍ପତ୍ତି ଲୁଣ୍ଠନ କଲେ ଯେପରି ଲୁଣ୍ଠିତ ବ୍ୟକ୍ତିର ମର୍ଯ୍ୟାଦା କ୍ଷୁଣ୍ଣହୁଏ ନାହିଁ। ଲୁଣ୍ଠନକାରୀ ଦଣ୍ଡିତ ହୁଅନ୍ତି, ନାରୀ କ୍ଷେତ୍ରରେ ମଧ୍ୟ ଠିକ୍‌ ସେହି ମାନସିକତା ପୋଷଣ କରିବା ଉଚିତ। ନାରୀ ଅଶୋଭନୀୟ ଆଚରଣର ଶିକାର ହେଲେ ପତିତା ହୋଇଯାଏ ନାହିଁ। ନାରୀମାନଙ୍କ ପାଇଁ ଏ ଶବ୍ଦ ଅତ୍ୟନ୍ତ ଅପମାନଜନକ। ଏ ଶବ୍ଦର ପ୍ରୟୋଗକୁ ଧର୍ତ୍ତବ୍ୟ ଅପରାଧ ବୋଲି ଗ୍ରହଣ କରାଯାଉ। ଅତୀତରେ ଯେଉଁ ଭୁଲ୍‌ ସମାଜ କରିଥିଲା ତା’ର ପୁନରାବୃତ୍ତି ନ ହେଉ। ଆମ ପାରମ୍ପରିକ ଚିନ୍ତାଧାରାରେ ପରିବର୍ତ୍ତନ ନ ଆସିଲେ ନାରୀମାନଙ୍କ ଦୁର୍ଦ୍ଦଶାର ଅନ୍ତ ହେବନାହିଁ। ପ୍ରତ୍ୟେକ ନାରୀ ହୃଦ୍‌ବୋଧ କରନ୍ତୁ ବ୍ୟକ୍ତିତ୍ୱ ସାବ୍ୟସ୍ତ କରିବା ପାଇଁ ଶରୀର ନୁହେଁ, ଆତ୍ମିକ ବିଭବର ଆବଶ୍ୟକତା ରହିଛି। ସମାଜ ଏଥିପାଇଁ ତାକୁ ପ୍ରୋତ୍ସାହନ ଦେଉ। ମରି ମରି ବଞ୍ଚତ୍ବା ପରିବର୍ତ୍ତେ ପୁରୁଷର ଅପକର୍ମକୁ ଦେହରୁ ଧୂଳିଝାଡ଼ିବା ପରି ଝାଡ଼ିଦେଇ ନ୍ୟାୟ ପାଇଁ ଲଢ଼ିବାକୁ ଆମେ ଆମ ଝିଅବୋହୂଙ୍କୁ ଉତ୍ସାହିତ କରିବା। ଦୁଷ୍କର୍ମକାରୀ ପୁରୁଷଟିଏ ଯଦି ସମାଜରେ ମଥାଟେକି ବଞ୍ଚତ୍ପାରୁଛି ନିର୍ଦ୍ଦୋଷ ଥାଇ ବି ପୀଡ଼ିତାଟିଏ କାହିଁକି ମଥାନତ କରି ବଞ୍ଚତ୍ବ? ଲାଞ୍ଛତ୍ତ ହେବ?
ପୀଡ଼ିତାମାନଙ୍କୁ ଦୟା, ଅନୁକମ୍ପା, ସହାନୁଭୂତି ପ୍ରଦର୍ଶନ କରିବାର ବେଳ ଆଉ ନାହିଁ। ପାରମ୍ପରିକ ଦୃଷ୍ଟିକୋଣର ମୂଳୋପତ୍ାଟନ କରି ତା’ର ଆତ୍ମପ୍ରତ୍ୟୟ ବୃଦ୍ଧି କରିବା ନିହାତି ଜରୁରୀ। କ୍ରମବର୍ଦ୍ଧିଷ୍ଣୁ ପୁରୁଷର ଅସୌଜନ୍ୟ ଆଚରଣକୁ ସମ୍ମୁଖୀନ ହେବା ପାଇଁ ଏହାହିଁ ବର୍ତ୍ତମାନ ଆମର ବଡ଼ ଅସ୍ତ୍ର।
୨୧୩ ସି-ବ୍ଲକ୍‌, ଏମେରାଲ୍ଡ ଆପାର୍ଟମେଣ୍ଟ,
ଲକ୍ଷ୍ମୀସାଗର, ଭୁବନେଶ୍ୱର
ମୋ- ୯୪୩୭୦୩୩୦୭୪


Enter your email to get our daily news in your inbox.

All Right Reserved By Dharitri.Com

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri