ଠିକ୍‌ ବାର୍ତ୍ତା ଯାଉ

ଆମେରିକା ପରରାଷ୍ଟ୍ର ବିଭାଗ ପକ୍ଷରୁ ନିକଟରେ ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା ସଂକ୍ରାନ୍ତ ବାର୍ଷିକ ରିପୋର୍ଟ ୨୦୧୮ ପ୍ରକାଶ ପାଇଛି। ଏଥିରେ ଭାରତ ସମ୍ପର୍କରେ କୁହାଯାଇଛି ଯେ, ହିନ୍ଦୁ କଠୋରପନ୍ଥୀଙ୍କ ଦ୍ୱାରା ସଂଖ୍ୟାଲଘୁ ବିଶେଷକରି ମୁସଲମାନ ଓ ଦଳିତଙ୍କ ଉପରେ ଗୋହତ୍ୟା ଓ ଗୋମାଂସ ବ୍ୟବସାୟ କରୁଥିବା ନେଇ ହୋଇଥିବା ୧୮ଟି ଆକ୍ରମଣରେ ୮ ଜଣଙ୍କ ପ୍ରାଣ ଯାଇଛି। ଏଥିସହିତ ଭାରତବ୍ୟାପୀ ଖ୍ରୀଷ୍ଟିଆନ ପାଦ୍ରୀ ଓ ଗୀର୍ଜା ଉପରେ ଆକ୍ରମଣ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଅନେକ କ୍ଷେତ୍ରରେ ଦୋଷୀଙ୍କୁ ସୁରକ୍ଷା ଦିଆଯାଉଥିବା ବିଷୟ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ଦେଶର ଧର୍ମୀୟ ସ୍ବାଧୀନତା ନେଇ ଆମେରିକା ପକ୍ଷରୁ ଏଭଳି ରିପୋର୍ଟ ଆସିବା ପରେ ଭାରତ ପ୍ରତିକ୍ରିୟା ପ୍ରକାଶ କରିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ଯେ, ଭାରତୀୟ ନାଗରିକଙ୍କ ସାମ୍ବିଧାନିକ ଅଧିକାର ସୁରକ୍ଷା ନେଇ ଏକ ବିଦେଶ ରାଷ୍ଟ୍ର ଏଭଳି ମତ ରଖିବା ଠିକ୍‌ ନୁହେଁ। ଭାରତ ସହିଷ୍ଣୁତା ପ୍ରତି ଅଙ୍ଗୀକାରବଦ୍ଧ ଏବଂ ଧର୍ମନିରପେକ୍ଷତା ବଜାୟ ରଖୁଥିବାରୁ ଗର୍ବିତ। ତେଣୁ ଭାରତର ଧର୍ମୀୟ ସ୍ବାଧୀନତାକୁ ନେଇ ଆମେରିକା ପରରାଷ୍ଟ୍ର ବିଭାଗ ସମାଲୋଚନା କରିବାର କୌଣସି ବୈଧତା ନାହିଁ। ଏପରିକି ଭାଜପା ପକ୍ଷରୁ କୁହାଯାଇଛି ଯେ, ଉକ୍ତ ରିପୋର୍ଟ ଦଳ ଓ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ପକ୍ଷପାତିତା ଆଣିଛି।
୨୮ ଜୁନ୍‌ରେ ଜାପାନର ଓସାକାଠାରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ୍‌ ହେବାର କାର୍ଯ୍ୟକ୍ରମ ରହିଛି। ଏଥିଲାଗି ୨୫ ଜୁନ୍‌ରେ ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ନୂଆଦିଲ୍ଲୀ ଆସି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଭଳିସ୍ଥଳେ ଧର୍ମୀୟ ସ୍ବାଧୀନତା ନେଇ ପ୍ରକାଶିତ ରିପୋର୍ଟ ଉପରେ ଭାରତର ପ୍ରତିକ୍ରିୟା ସେହି କଥାକୁ ଲମ୍ବାଇଲା ଭଳି ସ୍ଥିତି ସୃଷ୍ଟି କରୁଛି। ଏହି ପରିପ୍ରେକ୍ଷୀରେ ଭାରତ ଉକ୍ତ ରିପୋର୍ଟକୁ ଭଲ ଭାବେ ତର୍ଜମା କରିବା ଉଚିତ। ନିକଟ ଅତୀତରେ ଗୋରୁଙ୍କ ସୁରକ୍ଷା ନାମରେ ତଥାକଥିତ ଗୋରକ୍ଷକମାନେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି। ବିଶେଷକରି ମୁସଲମାନ ଓ ଦଳିତମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ସେହିସବୁ ଘଟଣାକୁ ଆଧାର କରି ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା ରିପୋର୍ଟ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ ଯେ, ପ୍ରତ୍ୟେକ ଦେଶର ନାଗରିକଙ୍କ ମୌଳିକ ଅଧିକାରକୁ କିଭଳି ସମ୍ମାନ ଦିଆଯାଇଥାଏ, ତାହାକୁ ବିଶ୍ଳେଷଣ କରାଯାଇ ଉକ୍ତ ରିପୋର୍ଟ ସାର୍ବଜନୀନ କରାଯାଏ।
ସାଧାରଣତଃ ଭାରତ ସପକ୍ଷରେ କୌଣସି ଅନ୍ତର୍ଜାତୀୟ ରିପୋର୍ଟ ପ୍ରକାଶ ପାଇଲେ ଆମେ ଖୁସିରେ ଗଦ୍‌ଗଦ୍‌ ହୋଇଯାଇଥାଉ। ଯେତେବେଳେ ବିପକ୍ଷରେ ତଥ୍ୟ ପ୍ରକାଶପାଏ, ସେତେବେଳେ ତାହାକୁ ଗ୍ରହଣ କରାଯାଇ ନ ଥାଏ। ନିକଟରେ ସପ୍ତଦଶ ଲୋକ ସଭାରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବିରୋଧୀ ଦଳ ସଦସ୍ୟମାନେ ଶପଥ ଗ୍ରହଣ କରିବାକୁ ଗଲାବେଳେ ଭାଜପା ସଭ୍ୟମାନେ ବଡ଼ ପାଟିରେ ‘ଜୟ ଶ୍ରୀରାମ’ ସ୍ଲୋଗାନ କରିଥିବା ଦେଖିବାକୁ ମିଳିଥିଲା। ଏଥିରେ କିଛି ବିରୋଧୀ ‘ରାଧେ ରାଧେ’ ଏବଂ ‘ଜୟ ମା’ କାଳୀ’ କହି ଆଗକୁ ବଢ଼ିଥିଲେ। ସବୁଠାରୁ ଚିନ୍ତାର ବିଷୟ ହେଲା, ଏଭଳି ସ୍ଲୋଗାନକୁ ଭାଜପାର କେହି ବରିଷ୍ଠ ନେତା ପାର୍ଲାମେଣ୍ଟ ଭିତରେ କିମ୍ବା ବାହାରେ ସମାଲୋଚନା କରି ନ ଥିଲେ। ହିନ୍ଦୁ ଧର୍ମରେ ‘ଜୟ ଶ୍ରୀରାମ’, ‘ରାଧେ ରାଧେ’ ବା ‘ନମସ୍କାର’, ଇସଲାମ୍‌ରେ ‘ଆଲ୍ଲାହୁ ଆକବର’, ‘ଅସ୍‌ଲା ମାଲେକୁମ୍‌’, ଖ୍ରୀଷ୍ଟିଆନ୍‌ଙ୍କ ‘ଗୁଡ୍‌ ମର୍ନିଂ’ ଭଳି ଉଚ୍ଚାରଣକୁ ଶୁଭେଚ୍ଛାର ପ୍ରତୀକ ଭାବେ ଧରାଯାଇଥାଏ। ବର୍ତ୍ତମାନ ଜୟ ଶ୍ରୀରାମ ଭଳି ଶୁଭେଚ୍ଛା ବାର୍ତ୍ତାକୁ ସ୍ଲୋଗାନରେ ପରିବର୍ତ୍ତନ କରିବା ଦ୍ୱାରା ଏକ ନକାରାତ୍ମକ ସନ୍ଦେଶ ଦେଶବାସୀଙ୍କ ନିକଟକୁ ଯାଉଛି। ଏଭଳି ଏକ ସ୍ଥିତିରେ କେନ୍ଦ୍ର ସରକାର ଓ ଭାଜପା ନେତୃବୃନ୍ଦ ଲୋକଙ୍କୁ ଆଶ୍ୱାସନା ବାର୍ତ୍ତା ଦେବା ଜରୁରୀ। କେବଳ ବାର୍ତ୍ତାରେ ନୁହେଁ, ସଂଖ୍ୟାଲଘୁଙ୍କୁ ସାନ୍ତ୍ୱନା ଦେବା ଲାଗି ସବୁ କାର୍ଯ୍ୟରେ ଏହା ପରିଲକ୍ଷିତ ହେବା ଉଚିତ। ଅନ୍ତର୍ଜାତୀୟ ରିପୋର୍ଟକୁ ଯେତେ ଖଣ୍ଡନ କଲେ ମଧ୍ୟ ତାହା ସଂଖ୍ୟାଲଘୁଙ୍କ ମନରୁ ଶଙ୍କା ଦୂର କରିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri