Posted inଫୁରସତ

ଶିକ୍ଷା ପାଇଁ ତ୍ୟାଗ

ଗୁରୁଙ୍କୁ ସବୁବେଳେ ଉଚ୍ଚ ଆସନ ଦିଆଯାଇଛି। ଈଶ୍ୱର ଗୁରୁଙ୍କୁ ସୃଷ୍ଟି କରନ୍ତି। ମାତ୍ର ଗୁରୁ ହିଁ ଈଶ୍ୱରଙ୍କୁ ଈଶ୍ୱର ବୋଲି ଚିହ୍ନେଇଥାନ୍ତି। ଆମ ମହାଭାରତୀୟ ସଂସ୍କୃତିରେ ଗୁରୁଙ୍କୁ ଈଶ୍ୱର ନ ହେଲେ ଈଶ୍ୱରଙ୍କଠୁ ବଡ଼ ଆସନ ଦିଆଯାଇଛି। ସେଥିଲାଗି କୁହାଯାଇଛି- ଗୁରୁଙ୍କୁ ନମଣିବ ନର/ଗୁରୁ ହିଁ ସାକ୍ଷାତ ଈଶ୍ୱର! ଶିକ୍ଷକତା ହେଉଛି ଏକ ଅତି ସାଧୁକର୍ମ। ଏହା ସମାଜର ମେରୁଦଣ୍ଡ ତିଆରି କରେ। ସଂସ୍କୃତି ପରମ୍ପରାର ମୂଳଦୁଆ ପକାଏ। ଦେଶର ଭବିଷ୍ୟତ ତିଆରି କରେ। ଏକଦା ଭାରତର ପୂର୍ବତନ ରାଷ୍ଟ୍ରପ୍ରତି ଏପିଜେ ଅବଦୁଲ କଲାମ୍‌ କହିଥିଲେ ଯେ, ଯଦି ମତେ କେହି ଜଣେ ଶିକ୍ଷକ ଭାବରେ ମନେ ରଖିବ ତା’ହେଲେ ମୁଁ ନିଜକୁ ଗୌରବାନ୍ବିତ ମନେ କରିବି। ଶିକ୍ଷା, ଶିକ୍ଷାଦାନ ତଥା ସମାଜ ପରିବର୍ତ୍ତନରେ ବ୍ରତୀ କେତେଜଣ ଶିକ୍ଷାମନସ୍କ ମଣିଷ ବା ଗୁରୁଙ୍କ ସମ୍ପର୍କରେ…

ସାବିତ୍ରୀ ବାଈ ଫୁଲେ : ଗୁରୁଦିବସ କଥା ମନେପଡ଼ିଲେ ସାବିତ୍ରୀ ଫୁଲେ ଆଖି ଆଗକୁ ଚାଲିଆସନ୍ତି। ୧୮୩୧ରେ ମହାରାଷ୍ଟ୍ରର ସତାରା ଜିଲା ସ୍ଥିତ ନାଇଗଁା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସାବିତ୍ରୀବାଈ ଫୁଲେ। ତାଙ୍କ ମା’ବାପାଙ୍କର ସେ ଥିଲେ ପ୍ରଥମ ସନ୍ତାନ। ସେ ବିବାହ କରିଥିଲେ ଜ୍ୟୋତି ରାଓଙ୍କୁ। ବ୍ରିଟିଶ୍‌ ଉପନିବେଶ ଅନ୍ତର୍ଭୁକ୍ତ ଭାରତରେ ନାରୀ ଶିକ୍ଷାର ପ୍ରଚାର କଥା ଯେତେବେଳେ ଆଲୋଚିତ ହୁଏ ସେତେବେଳେ ସାବିତ୍ରୀବାଈ ଫୁଲେଙ୍କ ନାମ ସବୁଠୁ ଆଗରେ ଆସିଥାଏ। ଊନବିଂଶ ଶତାବ୍ଦୀ ଥିଲା ଭାରତ ପାଇଁ ଘଡ଼ିସନ୍ଧି ମୁହୂର୍ତ୍ତ। ସେତେବେଳେ ନାରୀଶିକ୍ଷା କଥା କହିଲେ ଲୋକମାନେ କାନରେ ହାତ ଦେଉଥିଲେ। ସେହି ସମୟରେ ବି ତାଙ୍କର ଆଗ୍ରହ ଥିବା ଜାଣି ସ୍ବାମୀ ଜ୍ୟୋତି ରାଓ ତାଙ୍କୁ ପାଠପଢ଼ିବାରେ ସାହାଯ୍ୟ କଲେ। ସେ ଖାଲି ପାଠ ପଢ଼ିଲେନି; ଅଧିକନ୍ତୁ ଶିକ୍ଷାଦାନକୁ ତାଙ୍କର ବୃତ୍ତି ଭାବରେ ମଧ୍ୟ ଗ୍ରହଣ କରିନେଲେ। ତାଙ୍କୁ ଭାରତର ପ୍ରଥମ ମହିଳା ଶିକ୍ଷକ ବୋଲି କୁହାଯାଇଥାଏ। ୧୮୪୮ରେ ସେ ମାତ୍ର ଆଠଜଣ ଝିଅଙ୍କୁ ନେଇ ଗୋଟିଏ ସ୍କୁଲ କରି ସେଠାରେ ଶିକ୍ଷାଦାନ ଆରମ୍ଭ କରିଥିଲେ। ଝିଅମାନଙ୍କୁ ପାଠ ପଢ଼ାଇ ସେ ସମାଜ ଓ ସଂସ୍କୃତିକୁ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ କରି ଲୋକମାନେ ତାଙ୍କୁ ଯିବାଆସିବା ବାଟରେ ପଚାଅଣ୍ଡା, ଟମାଟୋ, ଗୋବର, ଟେକାପଥର ମାଡ଼ କରୁଥିଲେ। ଏସବୁ ପ୍ରତି ତାଙ୍କର ଖାତିର ନଥିଲା। ସେ ନିଜ ଜିଦ୍‌ରେ ଅଟଳ ଥିଲେ। ସେତିକିନୁହେଁ, ସେ ସ୍ତ୍ରୀଲୋକମାନଙ୍କୁ ପାଠ ପଢ଼େଇବାକୁ ମଧ୍ୟ ଏକ ସ୍କୁଲ ଖୋଲିଥିଲେ। ତାଙ୍କର ଶିକ୍ଷାଦାନ କୌଶଳ ଏତେ ସରଳ ଥିଲା ଯେ, ପ୍ରତ୍ୟେକ ଦିନ ନୂଆ ନୂଆ ମହିଳା ଓ ଝିଅ ଆସି ସ୍କୁଲ୍‌ରେ ଯୋଗ ଦେଉଥିଲେ। ଆଜି ନାରୀଶିକ୍ଷାକୁ ନେଇ ଭାରତରେ ଯେଉଁ ନାରାବାଜି ଦିଆଯାଉଛି ସାବିତ୍ରୀବାଈ ଫୁଲେ ଯେ ତାହାର ଥିଲେ କର୍ଣ୍ଣଧାର ସେକଥାକୁ ଅସ୍ବୀକାର କରାଯାଇପାରିବ ନାହିଁ।

ଅନ୍ନପୂର୍ଣ୍ଣା ମୋହନ : ତାଙ୍କ ସାମ୍ନାରେ ଦୁଇଟି ରାସ୍ତା ଥିଲା। ସେ ଚାହିଁଥିଲେ କୌଣସି ନା କୌଣସି ଏକ କର୍ପୋରେଟ୍‌ କମ୍ପାନିରେ ଚାକିରି କରିପାରିଥାନ୍ତେ। ମୋଟାଅଙ୍କର ଦରମା, ବିଳାସବ୍ୟସନ କିଛି ବି ଅଭାବ ରହିନଥାନ୍ତା। ଏକ ସୁରକ୍ଷିତ ଭବିଷ୍ୟତ ବି ତାଙ୍କ ପାଖରେ ଛାଇଭଳି ଲାଗି ରହିଥାନ୍ତା। ଦ୍ୱିତୀୟଟି ଥିଲା ଶିକ୍ଷାଦାନ। ଏଥିରେ ନା ଥିଲା ଭବିଷ୍ୟତ, ନା ଥିଲା ମୋଟା ଦରମା, ନା ଥିଲା ଆରାମଦାୟକ ଜୀବନ, ନା ଥିଲା ବିଳାସବ୍ୟସନର ସଂକେତ। ବରଂ ଥିଲା ଏକ ଅନିଶ୍ଚିତ ଭବିଷ୍ୟତର ରାସ୍ତା। ମାତ୍ର ସେ ଶିକ୍ଷାଦାନକୁ ନିଜର ବୃତ୍ତି ଭାବରେ ଚୟନ କଲେ। ଏହା ତାଙ୍କ ପାଇଁ ବୃତ୍ତି ନଥିଲା; ଥିଲା ସେବା। ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ଦ୍ୱାରା ହିଁ ଆମ ସମାଜର ମାନରେ ବୃଦ୍ଧି ଘଟିବ। ଏହାଦ୍ୱାରା ସୁସ୍ଥ ତଥା ସଚେତନ ନାଗରିକ ତିଆରି କରାଯାଇପାରିବ। ବାସ୍‌, ଅନ୍ନପୂର୍ଣ୍ଣା ମୋହନ ଚାଲିଆସିଲେ ଶିକ୍ଷାକୁ ନେଇ ସେବା କରିବାକୁ। ତାମିଲନାଡୁର କନ୍ଧଡୁଠାରେ ପ୍ରତିଷ୍ଠା କଲେ ତାଙ୍କ ସ୍ବପ୍ନ ଶିକ୍ଷାନୁଷ୍ଠାନ। ଆଜି ସେହି ଶିକ୍ଷାନୁଷ୍ଠାନ ପଞ୍ଚାୟତ ୟୁନିୟନ୍‌ ପ୍ରାଇମେରି ସ୍କୁଲ୍‌ ଭାବରେ ପରିଚିତ। ଯେକୌଣସି ସରକାରୀ ବିଦ୍ୟାଳୟ ଏହା ତୁଳନାରେ କିଛି ନୁହେଁ। ତାଙ୍କର ଶିକ୍ଷାଦାନ ପଦ୍ଧତି ଏଭଳି ସରଳ ତଥା ଉଚ୍ଚକୋଟୀର ଯେ, ପିଲାଏ କେବଳ ତାଙ୍କରି ମୁହଁକୁ ଅନେଇ ବସିଥାନ୍ତି। ଅନ୍ନପୂର୍ଣ୍ଣା କହନ୍ତି, ଆଜି କର୍ପୋରେଟ କମ୍ପାନିରେ ଚାକିରି କରିଥିଲେ ସେ ଅବଶ୍ୟ ଅନେକ ଭଲରେ ଥାଆନ୍ତେ। ମାତ୍ର ତାଙ୍କୁ ଆତ୍ମସନ୍ତୁଷ୍ଟି ମିଳି ନ ଥାନ୍ତା, ଯାହା ଆଜି ତାଙ୍କୁ ଭରପୂର ମିଳିଯାଉଛି।

କେଶବ ସରଣ : ଯଦି ମନୋବଳ ଦୃଢ଼ ଓ ଉଦ୍ୟମ ବଡ଼ ହୁଏ ତା’ହେଲେ ଯେତେ ବାଧାବିଘ୍ନ ଆସିଲେ ସୁଦ୍ଧା ସଫଳତା ପଦ ଚୁମ୍ବନ ଦେଇଥାଏ। ଏହି କଥାର ଏକ ଉଦାହରଣ ହେଉଛନ୍ତି ଉତ୍ତର ପ୍ରଦେଶ ସ୍ଥିତ ରାମପୁରର କେଶବ ଶରଣ। ଏକଦା ମାତ୍ର ପାଞ୍ଚ ଛ’ଜଣ ପିଲାଙ୍କୁ େଇ ଗୋଟିଏ ଚାଟଶାଳୀ ଆରମ୍ଭ କରିଥିଲେ। ମାତ୍ର ତାହା ଆଜି ଏକ ବିଶାଳ ଶିକ୍ଷାନୁଷ୍ଠାନ। କେଶବ ଶରଣ ଏକଦା ଖୋଲିଥିବା ଚାଟଶାଳୀ ଆଜି ଏକ ଇଣ୍ଟରମିଡିଏଟ୍‌ କଲେଜରେ ପରିଣତ ହୋଇଛି। ଏହାର ଛାତ୍ରୀଛାତ୍ର ସଂଖ୍ୟା ହେଉଛନ୍ତି ୧,୩୨୦। କେଶବ ଶରଣ ଯେତେବେଳେ ତାଙ୍କର ଚାଟଶାଳୀ ଆରମ୍ଭକଲେ ସେତେବେଳେ ତାଙ୍କୁ ମିଳିଥିଲେ ମାତ୍ର ପାଞ୍ଚ ଛ’ଜଣ ପିଲା। ଏହା ଅବଶ୍ୟ ତାଙ୍କ ପାଇଁ ଖୁବ୍‌ ନୈରାଶ୍ୟଜନକ ଥିଲା। ମାତ୍ର ସେ ହତୋତ୍ସାହିତ ହୋଇ ନଥିଲେ। ସେଇ ପାଞ୍ଚ/ଛ’ ଜଣଙ୍କୁ ସେ ପାଠ ପଢ଼ାଇଲେ। ତାଙ୍କର କଥାଗୁଡ଼ିକ ଏତେ ମଧୁର ଆଉ ପାଠପଢ଼ାର ଶୈଳୀ ଏତେ ସୁନ୍ଦର ଥିଲା ଯେ ଧୀରେ ଧୀରେ ପିଲାଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା। ଦୁଇମାସ ଭିତରେ ତାଙ୍କ ଚାଟଶାଳୀରେ ପିଲାଙ୍କ ସଂଖ୍ୟା ଯାଇ ପହଞ୍ଚତ୍ଲା ୧୫୦ରେ। ଏଥିରେ ସେ ଏତେ ମାତ୍ରାରେ ଉତ୍ସାହିତ ହୋଇଥିଲେ ଯେ, ସଙ୍ଗେସଙ୍ଗେ ଗୋଟିଏ ଫର୍ମାଲ ସ୍କୁଲ ଆରମ୍ଭ କରିଦେଲେ। ତାଙ୍କର ଚାରିଏକର ପରିମିତର ଗୋଟିଏ ମାତ୍ର ଚାଷଜମି ରହିଥିଲା। ସେଇଥିରୁ ତାଙ୍କର ଗୁଜରାଣ ମେଣ୍ଟୁଥିଲା। ମାତ୍ର ସେଠାରେ ଏକ ଜୁନିଅର ହାଇସ୍କୁଲ ଆରମ୍ଭ କରିଦେଲେ। ପରେ ପରେ ଶିକ୍ଷା ବିଭାଗରେ ତାଲିମ ନେଇ ତାଙ୍କ ସହିତ ଆସି ଯୋଗଦେଲେ ତାଙ୍କର ପୁଅଝିଅ। ପରେ ଏହା ଇଣ୍ଟର କଲେଜରେ ପରିଣତ ହେଲା। ସମ୍ପ୍ରତି ଏହାର ନାମ କେଶବ ଇଣ୍ଟର କଲେଜ ରଖାଯାଇଛି। ଜଣେ ନିଜସ୍ବ ଉଦ୍ୟମରେ କ’ଣ କରିପାରେ ତାହାର ଏକ ନମୁନା ହେଉଛନ୍ତି କେଶବ ଶରଣ।

ଇମ୍ରାନ୍‌ ଖଁା : ରାଜସ୍ଥାନର ଅଲଓ୍ବାର ନିବାସୀ ହେଉଛନ୍ତି ଇମ୍ରାନ୍‌ ଖଁା। ବୃତ୍ତି ଶିକ୍ଷକତା। ସେ ଜଣେ ସଂସ୍କୃତ ଶିକ୍ଷକ। ନିଶା କିନ୍ତୁ ଆପ୍‌ ତିଆରି। ଗୋଟିଏ ନୁହେଁ କି ଦୁଇଟା ନୁହେଁ, ସେ ତିଆରି କରିଛନ୍ତି ୫୨ଟି ଏଜୁକେଶନାଲ୍‌ ଆପ୍‌। ଆଉ ଇ-ଲର୍ଣ୍ଣିଂ ତଥା ଡିଜିଟାଲ ଇଣ୍ଡିଆରେ ସହାୟକ ହେବ ବୋଲି ସେସବୁ ଆପ୍‌କୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ପ୍ରଦାନ କରିଛନ୍ତି। ତାଙ୍କର ଆପ୍‌ ସବୁ ୩୦ ଲକ୍ଷ ଡାଉନ୍‌ଲୋଡ଼ ହୋଇ ସାରିଛି। ପ୍ରତିଦିନ ଚାରିକୋଟିରୁ ଊର୍ଦ୍ଧ୍ୱ ସେସବୁକୁ ଦେଖିଥାନ୍ତି।
ଏହି ଉଚ୍ଚାକାଂକ୍ଷୀ ମହତ ମଣିଷମାନଙ୍କ ବିଷୟରେ ଶେଷରେ ଏତିକି କଥା କୁହାଯାଇପାରିବ ଯେ ଶିକ୍ଷାକୁ ଆଗେଇ ନେବା ପାଇଁ ଯେଉଁ ଗୁରୁ ପରମ୍ପରା ଆମର ଏଇ ମହାଭାରତୀୟ ସଂସ୍କୃତି ଆରମ୍ଭ କରିଦେଇଯାଇଛି ଏମାନେ ତାହାର ଜଣେ ଜଣେ ସାର୍ଥକ ସାରଥି। -ରାଜେନ୍ଦ୍ର ରାଉଳ


Enter your email to get our daily news in your inbox.

All Right Reserved By Dharitri.Com

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri