Posted inଜାତୀୟ

ଭାରତରୁ ଲୋପ ପାଇଲେଣି ୯୯% ଶାଗୁଣା

ମୁମ୍ବାଇ, ୨୬।୩: ଦେଶରେ ଶାଗୁଣା ସମ୍ପୂର୍ଣ୍ଣ ଲୋପ ପାଇବାକୁ ବସିଲେଣି। ୧୯୮୦ ଦଶକ ପରଠୁ କ୍ରମାଗତ ଶାଗୁଣାଙ୍କ ସଂଖ୍ୟା କମିବାରେ ଲାଗିଛି। ପୂର୍ବରୁ ଭାରତରେ କେବଳ ୪ କୋଟି ଶାଗୁଣା ଥିବାବେଳେ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ୪ ଲକ୍ଷରେ ପହଞ୍ଚତ୍ଛି। ବିଶେଷଜ୍ଞଙ୍କ ମତରେ ଦେଶରେ ଶାଗୁଣାଙ୍କ ସଂଖ୍ୟା ୯୯% କମିଛି। ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ଡାଇକ୍ଲୋଫେନା (ଏକ ରାସାୟନିକ ପଦାର୍ଥ)କୁ ଏଥିପାଇଁ ଦାୟୀ କରାଯାଉଛି।
କୌଣସି ପ୍ରାଣୀର ଚିକିତ୍ସାରେ ଡାଇକ୍ଲୋଫେନା ବ୍ୟବହାର କରାଯିବା ଦ୍ୱାରା ପଶୁଟି ମରିଯିବା ପରେ ତା’ ଯକୃତ ଏବଂ ବୃକ୍‌କରେ ଏହି ରାସାୟନିକ ପଦାର୍ଥ ଜମାହୋଇ ରହିଥାଏ। ଯେତେବେଳେ ଶାଗୁଣା ଏହି ପଶୁର ମଢ଼ ଖାଏ, ସେ ସମୟରେ ଡାଇକ୍ଲୋଫେନା ସିଧାସଳଖ ତା’ ଶରୀରକୁ ଯାଏ। ଫଳରେ ଶାଗୁଣାର ମୃତ୍ୟୁ ଘଟେ। ୨୦୦୬ ମାର୍ଚ୍ଚରେ ଭାରତ ସରକାର ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଡାଇକ୍ଲୋଫେନାର ବ୍ୟବହାର ନିଷିିଦ୍ଧ କରିଥିଲେ। ପରିବେଶ ସନ୍ତୁଳନ ରକ୍ଷାରେ ଶାଗୁଣା ସହାୟକ ହୋଇଥାଏ। ବିଜ୍ଞାନର ଅଗ୍ରଗତି ଫଳରେ ରାସାୟନିକ ପଦାର୍ଥର ବ୍ୟବହାର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାର ନକାରାତ୍ମକ ପ୍ରଭାବ ପରିବେଶ ଉପରେ ପଡ଼ୁଛି। ତେବେ ଶାଗୁଣାଙ୍କୁ ଲୋପ ହେବାକୁ ନ ଦେବା ଲାଗି ଜନସଚେତନତା କାର୍ଯ୍ୟକ୍ରମ କରିବାର ଆବଶ୍ୟକତା ରହିଥିବା ବମ୍ବେ ନ୍ୟାଶନାଲ ହିଷ୍ଟ୍ରି ସୋସାଇଟିର ସହ ନିର୍ଦ୍ଦେଶକ ସଚିନ ରାନାଡେ କହିଛନ୍ତି। ଭାରତ, ପାକିସ୍ତାନ ଏବଂ ନେପାଳରେ ଏକ ସ୍ବତନ୍ତ୍ର ପ୍ରଜାତିର ଶାଗୁଣା ଦେଖିବାକୁ ମିଳନ୍ତି। ୨୦୦୨ରେ ଅନ୍ତର୍ଜାତୀୟ ସଂରକ୍ଷଣ କେନ୍ଦ୍ର (ଆଇୟୁସିଏନ୍‌) ପକ୍ଷରୁ ଶାଗୁଣାକୁ ବିଲୁପ୍ତ ପକ୍ଷୀ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଗ୍ରାମାଞ୍ଚଳରେ ଅଧିକ ସଂଖ୍ୟାରେ ଶାଗୁଣାଙ୍କ ପ୍ରାଣହାନି ହେଉଥିବା ଦେଖିବାକୁ ମିଳୁଛି। ଫସଲରେ ସାର, କୀଟନାଶକର ବ୍ୟବହାର କରାଯାଉଛି। ଅନ୍ୟପକ୍ଷେ କୁକୁଡ଼ା ଫାର୍ମକୁ ବୁଲା କୁକୁର ଓ ବିଲୁଆଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ ସେମାନଙ୍କୁ ବିଷାକ୍ତ ପଦାର୍ଥ ଦେଇ ମରାଯାଉଛି। ଏମାନଙ୍କ ମୃତଦେହକୁ ଶାଗୁଣା ଖାଇବା ପରେ ମୃତ୍ୟୁ ମୁଖରେ ପଡ଼ୁଥିବା ପ୍ରାଣୀ ସୁରକ୍ଷା କର୍ମୀ ମୁବିନା ଅଖତର କହିଛନ୍ତି।
ଆସାମର କାମରୂପ ଜିଲାର ରାଣୀ ଅଞ୍ଚଳରେ ଶାଗୁଣା ସଂରକ୍ଷଣ ପ୍ରଜନନ କେନ୍ଦ୍ର ଖୋଲାଯାଇଛି, ଯେଉଁଠାରେ ୨ଟି ବିଶେଷ ପ୍ରଜାତିର ଶାଗୁଣା ପ୍ରଜନନ କରାଯାଉଛି। ଅନ୍ୟପକ୍ଷେ ବିଷକ୍ରିୟା ଯୋଗୁ ୮୮% ଶାଗୁଣା ପ୍ରଜାତିଙ୍କ ମୃତ୍ୟୁ ଘଟୁଥିବା ଜଣାପଡ଼ିଛି। ଗତ ଫେବୃୟାରୀ ୨୪ରେ ଆସାମର ଲଖିମପୁର ଜିଲାରେ ୬ ହିମାଳୟ ଗ୍ରିଫୋନ୍‌ ପ୍ରଜାତିର ମୃତ ଶାଗୁଣା ମିଳିଥିଲେ। ପଶୁମାନଙ୍କୁ ବିଷ ଦେଇ ମାରିବା ପରେ ସେମାନଙ୍କ ମୃତଦେହକୁ ଖାଇ ଉକ୍ତ ଶାଗୁଣାଙ୍କ ମୃତ୍ୟୁ ଘଟିଥିବା ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା। ପ୍ରାଣୀ ସୁରକ୍ଷା ଧାରା ୧୯୭୨ ଅନ୍ତର୍ଗତ ଗ୍ରିଫନ୍‌ ଶାଗୁଣାକୁ ବିଲୁପ୍ତ ପ୍ରଜାତି ତାଲିକାଭୁକ୍ତ କରାଯାଇଥିଲା। ସେହିପରି ବିଷକ୍ରିୟା ଯୋଗୁ ଆସାମରେ ୨୦୨୨ ମାର୍ଚ୍ଚରେ ପାଖାପାଖି ୧୦୦ ଶାଗୁଣା ମରିଥିବା ଜଣାପଡ଼ିଛି। ବାଘଙ୍କ ସୁରକ୍ଷା ପାଇଁ ସରକାର ଏବଂ ଅଣ ସରକାରୀ ସଙ୍ଗଠନ (ଏନ୍‌ଜିଓ) ଗୁଡ଼ିକ ଯେଉଁଭଳି ଭାବେ ‘ସେଭ୍‌ ଟାଇଗର’ କ୍ୟାମ୍ପେନ୍‌ ଆରମ୍ଭ କରିଛନ୍ତି ସେହିପରି ଶାଗୁଣାଙ୍କୁ ବିଲୁପ୍ତ ହେବାକୁ ନ ଦେବା ଲାଗି ଅଭିଯାନ କରାଯିବାର ଆବଶ୍ୟକତା ରହିଥିବା ମୁବିନା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri