Posted inଜାତୀୟ

ଭାରତରୁ ଲୋପ ପାଇଲେଣି ୯୯% ଶାଗୁଣା

ମୁମ୍ବାଇ, ୨୬।୩: ଦେଶରେ ଶାଗୁଣା ସମ୍ପୂର୍ଣ୍ଣ ଲୋପ ପାଇବାକୁ ବସିଲେଣି। ୧୯୮୦ ଦଶକ ପରଠୁ କ୍ରମାଗତ ଶାଗୁଣାଙ୍କ ସଂଖ୍ୟା କମିବାରେ ଲାଗିଛି। ପୂର୍ବରୁ ଭାରତରେ କେବଳ ୪ କୋଟି ଶାଗୁଣା ଥିବାବେଳେ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ୪ ଲକ୍ଷରେ ପହଞ୍ଚତ୍ଛି। ବିଶେଷଜ୍ଞଙ୍କ ମତରେ ଦେଶରେ ଶାଗୁଣାଙ୍କ ସଂଖ୍ୟା ୯୯% କମିଛି। ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ଡାଇକ୍ଲୋଫେନା (ଏକ ରାସାୟନିକ ପଦାର୍ଥ)କୁ ଏଥିପାଇଁ ଦାୟୀ କରାଯାଉଛି।
କୌଣସି ପ୍ରାଣୀର ଚିକିତ୍ସାରେ ଡାଇକ୍ଲୋଫେନା ବ୍ୟବହାର କରାଯିବା ଦ୍ୱାରା ପଶୁଟି ମରିଯିବା ପରେ ତା’ ଯକୃତ ଏବଂ ବୃକ୍‌କରେ ଏହି ରାସାୟନିକ ପଦାର୍ଥ ଜମାହୋଇ ରହିଥାଏ। ଯେତେବେଳେ ଶାଗୁଣା ଏହି ପଶୁର ମଢ଼ ଖାଏ, ସେ ସମୟରେ ଡାଇକ୍ଲୋଫେନା ସିଧାସଳଖ ତା’ ଶରୀରକୁ ଯାଏ। ଫଳରେ ଶାଗୁଣାର ମୃତ୍ୟୁ ଘଟେ। ୨୦୦୬ ମାର୍ଚ୍ଚରେ ଭାରତ ସରକାର ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଡାଇକ୍ଲୋଫେନାର ବ୍ୟବହାର ନିଷିିଦ୍ଧ କରିଥିଲେ। ପରିବେଶ ସନ୍ତୁଳନ ରକ୍ଷାରେ ଶାଗୁଣା ସହାୟକ ହୋଇଥାଏ। ବିଜ୍ଞାନର ଅଗ୍ରଗତି ଫଳରେ ରାସାୟନିକ ପଦାର୍ଥର ବ୍ୟବହାର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାର ନକାରାତ୍ମକ ପ୍ରଭାବ ପରିବେଶ ଉପରେ ପଡ଼ୁଛି। ତେବେ ଶାଗୁଣାଙ୍କୁ ଲୋପ ହେବାକୁ ନ ଦେବା ଲାଗି ଜନସଚେତନତା କାର୍ଯ୍ୟକ୍ରମ କରିବାର ଆବଶ୍ୟକତା ରହିଥିବା ବମ୍ବେ ନ୍ୟାଶନାଲ ହିଷ୍ଟ୍ରି ସୋସାଇଟିର ସହ ନିର୍ଦ୍ଦେଶକ ସଚିନ ରାନାଡେ କହିଛନ୍ତି। ଭାରତ, ପାକିସ୍ତାନ ଏବଂ ନେପାଳରେ ଏକ ସ୍ବତନ୍ତ୍ର ପ୍ରଜାତିର ଶାଗୁଣା ଦେଖିବାକୁ ମିଳନ୍ତି। ୨୦୦୨ରେ ଅନ୍ତର୍ଜାତୀୟ ସଂରକ୍ଷଣ କେନ୍ଦ୍ର (ଆଇୟୁସିଏନ୍‌) ପକ୍ଷରୁ ଶାଗୁଣାକୁ ବିଲୁପ୍ତ ପକ୍ଷୀ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଗ୍ରାମାଞ୍ଚଳରେ ଅଧିକ ସଂଖ୍ୟାରେ ଶାଗୁଣାଙ୍କ ପ୍ରାଣହାନି ହେଉଥିବା ଦେଖିବାକୁ ମିଳୁଛି। ଫସଲରେ ସାର, କୀଟନାଶକର ବ୍ୟବହାର କରାଯାଉଛି। ଅନ୍ୟପକ୍ଷେ କୁକୁଡ଼ା ଫାର୍ମକୁ ବୁଲା କୁକୁର ଓ ବିଲୁଆଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ ସେମାନଙ୍କୁ ବିଷାକ୍ତ ପଦାର୍ଥ ଦେଇ ମରାଯାଉଛି। ଏମାନଙ୍କ ମୃତଦେହକୁ ଶାଗୁଣା ଖାଇବା ପରେ ମୃତ୍ୟୁ ମୁଖରେ ପଡ଼ୁଥିବା ପ୍ରାଣୀ ସୁରକ୍ଷା କର୍ମୀ ମୁବିନା ଅଖତର କହିଛନ୍ତି।
ଆସାମର କାମରୂପ ଜିଲାର ରାଣୀ ଅଞ୍ଚଳରେ ଶାଗୁଣା ସଂରକ୍ଷଣ ପ୍ରଜନନ କେନ୍ଦ୍ର ଖୋଲାଯାଇଛି, ଯେଉଁଠାରେ ୨ଟି ବିଶେଷ ପ୍ରଜାତିର ଶାଗୁଣା ପ୍ରଜନନ କରାଯାଉଛି। ଅନ୍ୟପକ୍ଷେ ବିଷକ୍ରିୟା ଯୋଗୁ ୮୮% ଶାଗୁଣା ପ୍ରଜାତିଙ୍କ ମୃତ୍ୟୁ ଘଟୁଥିବା ଜଣାପଡ଼ିଛି। ଗତ ଫେବୃୟାରୀ ୨୪ରେ ଆସାମର ଲଖିମପୁର ଜିଲାରେ ୬ ହିମାଳୟ ଗ୍ରିଫୋନ୍‌ ପ୍ରଜାତିର ମୃତ ଶାଗୁଣା ମିଳିଥିଲେ। ପଶୁମାନଙ୍କୁ ବିଷ ଦେଇ ମାରିବା ପରେ ସେମାନଙ୍କ ମୃତଦେହକୁ ଖାଇ ଉକ୍ତ ଶାଗୁଣାଙ୍କ ମୃତ୍ୟୁ ଘଟିଥିବା ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା। ପ୍ରାଣୀ ସୁରକ୍ଷା ଧାରା ୧୯୭୨ ଅନ୍ତର୍ଗତ ଗ୍ରିଫନ୍‌ ଶାଗୁଣାକୁ ବିଲୁପ୍ତ ପ୍ରଜାତି ତାଲିକାଭୁକ୍ତ କରାଯାଇଥିଲା। ସେହିପରି ବିଷକ୍ରିୟା ଯୋଗୁ ଆସାମରେ ୨୦୨୨ ମାର୍ଚ୍ଚରେ ପାଖାପାଖି ୧୦୦ ଶାଗୁଣା ମରିଥିବା ଜଣାପଡ଼ିଛି। ବାଘଙ୍କ ସୁରକ୍ଷା ପାଇଁ ସରକାର ଏବଂ ଅଣ ସରକାରୀ ସଙ୍ଗଠନ (ଏନ୍‌ଜିଓ) ଗୁଡ଼ିକ ଯେଉଁଭଳି ଭାବେ ‘ସେଭ୍‌ ଟାଇଗର’ କ୍ୟାମ୍ପେନ୍‌ ଆରମ୍ଭ କରିଛନ୍ତି ସେହିପରି ଶାଗୁଣାଙ୍କୁ ବିଲୁପ୍ତ ହେବାକୁ ନ ଦେବା ଲାଗି ଅଭିଯାନ କରାଯିବାର ଆବଶ୍ୟକତା ରହିଥିବା ମୁବିନା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। ବଙ୍ଗଳାଗୁଡ଼ା ନିକଟରେ ଚବେରୀ ନଦୀ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri