୭ ମାସ ପରେ ରାଜ୍ୟରେ ୧୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୨୬।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳକୁ ଖସିଛି। ୭ ମାସ (୬ ଜୁନ୍‌ ୨୦୨୦) ପରେ ପ୍ରଥମ ଥର ରାଜ୍ୟରେ ୧୦୦ ତଳକୁ ଖସିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା। ମଙ୍ଗଳବାର ୯୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫୮ ଜଣ କ୍ୱାରାଣ୍ଟାଇନ୍‌ରୁ ରହିଥିବା ବେଳେ ୪୧ ଲୋକାଲ କେସ୍‌ ରହିଛ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୨୦ ଜଣ ରହିଥିବା ବେଳେ ଅନୁଗୋଳରୁ ୬, ବାଲେଶ୍ୱର ୭, ବରଗଡ଼ ୩, ବଲାଙ୍ଗୀର ୧, ବୌଦ୍ଧ ୧, କଟକ ୮, ଢେଙ୍କାନାଳ ୧, ଗଞ୍ଜାମ ୧, ଯାଜପୁର ୪, ଝାରସୁଗୁଗୁଡ଼ା ୧, କନ୍ଧମାଳ ୧, ଖୋର୍ଦ୍ଧା ୧୪, କୋରାପୁଟ ୧, ମୟୂରଭଞ୍ଜ ୩, ନୂଆପଡ଼ା ୮. ପୁରୀ ୪, ରାୟଗଡ଼ା ୩ ଓ ସମ୍ବଲପୁରରୁ ୯ ଜଣ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩, ୩୪,୫୨୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୮୬ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୩,୩୧,୨୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।