ରାଜଧାନୀରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍‌: ଆଜି ଚିହ୍ନଟ ହେଲେ ୯୮୮, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାଜଧାନୀରେ ତଳମୁହାଁ କରୋନା। ଦୀର୍ଘଦିନ ପରେ ହଜାରରୁ କମ୍‌ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଭୁବାନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୯୮୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୬୬ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୮୨୨ ଲୋକାଲ କେସ୍‌ ରହିଛି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମଣ ୫୯,୧୬୩କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୪୭,୪୩୫ଜଣ ସୁସ୍ଥ ହୋଇଥିବା ବେଳେ ୨୮୯ଜଣଙ୍କ ମୃତ୍ୟୁ ଘଟିଛି। ଏବେ ୧୧୪୧୮ ଆକ୍ଟିଭ୍‌ କେସ୍‌ ରହିଛି। ଏନେଇ ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।