ଆଜି ରାଜ୍ୟରୁ ୯୮୬ କରୋନା ଆକ୍ରାନ୍ତ ଚିହ୍ନଟ, ମୁଣ୍ଡବ୍ୟଥାର କାରଣ ପାଲଟିଛି ଖୋର୍ଦ୍ଧା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୯୮୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୯୯,୯୧୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୭୪ ଜଣ ଚିହ୍ନଟ ହୋଇଥିବା ବେଳେ ୪୧୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୩୯ ଏବଂ ଯାଜପୁରରୁ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୨୪, ବାଲେଶ୍ୱର ୨୫, ବରଗଡ଼ ୧, ଭଦ୍ରକ ୧୪, ବଲାଙ୍ଗୀର ୧୭, ଦେବଗଡ଼ ୯, ଢେଙ୍କାନାଳ ୧୫, ଗଜପତି ୧, ଗଞ୍ଜାମ ୮, ଜଗତସିଂହପୁର ୪୫, କଳାହାଣ୍ଡି ୬, କନ୍ଧମାଳ ୧୨, କେନ୍ଦ୍ରାପଡ଼ା ୨୩, କେନ୍ଦୁଝର ୧୩, କୋରାପୁଟ ୩, ମାଲକାନଗିରି ୧, ମୟୂରଭଞ୍ଜ ୩୨, ନବରଙ୍ଗପୁର ୬, ନୟାଗଡ଼ ୨୦, ପୁରୀ ୩୨, ରାୟଗଡ଼ା ୪, ସମ୍ବଲପୁରରୁ ୧୫, ସୋନପୁରରୁ ୧ ଏବଂ ସୁନ୍ଦରଗଡ଼ରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୮୫।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୯,୯୯,୯୧୩ରେ ପହଞ୍ଚିଥିବା ବେଳେ ୯,୮୨,୩୧୯ଜଣ ସୁସ୍ଥ ହୋଇଛନ୍ତି। ୯୫୭୮ ଜଣ ଚିକିିତ୍ସିତ ହେଉଛନ୍ତି।