ରାଜଧାନୀରୁ ଆଉ ୯୭୪ ସଂକ୍ରମିତ ଚିହ୍ନଟ: ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର,୧।୬(ବ୍ୟୁରୋ): ସଂକ୍ରମଣରେ ରୋକ୍‌ ଲାଗୁନି। ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ଆଉ ୯୭୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭୦ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୮୦୪ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ତେବେ ଏହାକୁ ମିଶାଇ ଭୁବନେଶ୍ୱର ମହାନଗର ନିଗମ ଅଧିନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୬୭୫୮କୁ ବୃଦ୍ଧି ପାଇଛି। ଏବେ ୧୧୧୭୪ ଆକ୍ଟିଭ୍‌ କରୋନା କେସ୍‌ ରହିଥିବା ନେଇ ଅପରାହ୍ନରେ ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।