ଫୁଟବଲ୍ ପଡିଆରେ ଚାଲିଥିଲା କଫ ସିରପ କାରବାର, ମାଡି ବସିଲା ବରଗଡ଼ ପୋଲିସ୍

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ ସଫଳତା । କଫ୍ ସିରପ କାରବାର ବେଳେ ମାଡିବସିଲା ପୋଲିସ । ବେହେରା ଫୁଟବଲ ପଡିଆରେ ଏହି କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢାଉ କରିଥିଲା।

ଚଢାଉ ସମୟରେ ୯୬୦ ବୋତଲ କଫ ସିରପ ଜବତ ହୋଇଛି । ଏହା ସହିତ ବ୍ୟବହୃତ ଏକାଧିକ କାର୍, ବାଇକ ଓ ବୋଲେରୋ ଗାଡି ଏବଂ ନଗଦ ୨ଲକ୍ଷ ୬୦ହଜାର ଟଙ୍କା ଜବତ ହୋଇଛି । ଏହି କାରବାରରେ ୭ଅଭିଯୁକ୍ତ ଧରାପଡି ଥିବାବେଳେ ସେମାନେ ବରଗଡ଼ ଜିଲାର ବୋଲି ସୂଚନା ମିଳିଛି । ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

 

Dharitri – Odisha’s No.1 Odia Daily