କରୋନାକୁ ହରାଇଲେଣି ୯୫ ପୋଲିସ କର୍ମଚାରୀ: ହିରୋ କହି ପ୍ରଶଂସା କଲେ ଡିଜିପି ଅଭୟ

କଟକ ଅଫିସ,୨୦ା୭: କରୋନା ଦ୍ୱାରା ଆକ୍ରାନ୍ତ ହେବା ପରେ ୯୫ ଜଣ ପୋଲିସ କର୍ମଚାରୀ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେଣି। ଏହି କରୋନା ଯୋଦ୍ଧାଙ୍କ କର୍ତ୍ତବ୍ୟନିଷ୍ଠାକୁ ପ୍ରଶଂସା କରିଛନ୍ତି ଡିଜି ତଥା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ।
ଜନସେବା ପ୍ରତି ସେମାନଙ୍କର ନିଷ୍ଠା ଏବଂ ପ୍ରତିବଦ୍ଧତାକୁ ସ୍ବୀକୃତି ଦେଇ, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସେମାନଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶଂସା କରିଛନ୍ତି। ସେମାନେ ପ୍ରକୃତ ଜୀବନର ହିରୋ। ଓଡ଼ିଶାବାସୀଙ୍କୁ କରୋନାରୁ ସୁରକ୍ଷିତ ରଖିବା ପାଇଁ ଲଢ଼େଇ ଜାରି ରଖିବାକୁ ଡିଜିପି ଆହ୍ବାନ ଦେଇଛନ୍ତି।