ଆଜି ରାଜ୍ୟରୁ ସୁସ୍ଥ ହେଲେ ୯୪୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୨ା୧(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୯୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୦,୪୮,୭୩୨ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୬୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୬୧ ଏବଂ କଟକରୁ ୧୩୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ସମ୍ବଲପୁରରୁ ୯୯, ଅନୁଗୋଳ ୫୫, ମୟୂରଭଞ୍ଜ ୪୦, ଗଞ୍ଜାମ ୩୦, କେନ୍ଦୁଝର ୨୫, ଝାରସୁଗୁଡ଼ା ୨୨, ପୁରୀ ୧୩, ଜଗତସିଂହପୁର ୧୧, ନବରଙ୍ଗପୁର ୧୧, ବରଗଡ଼ ୧୦, ବାଲେଶ୍ୱର ୮, ଦେବଗଡ଼ ୮, ସୋନପୁର ୭, ଯାଜପୁର ୬, ବଲାଙ୍ଗୀର ୪, ଢେଙ୍କାନାଳ ୪, କଳାହାଣ୍ଡି ୨, କେନ୍ଦ୍ରାପଡ଼ା ୨, ଭଦ୍ରକ ଏବଂ ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୩୧।