Categories: ରାଜ୍ୟ

ସୁସ୍ଥ ହେଲେ ୯୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୯।୨: ଓଡ଼ିଶାରେ ଶୁକ୍ରବାର ୯୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୯୮୦ରେ ପହଞ୍ଚିଛି। ବରଗଡ଼ରୁ ସର୍ବାଧିକ ୧୪, ଯାଜପୁରରୁ ୯, କଟକ ଓ ସମ୍ବୁଲପରରୁ ୮, ପୁରୀରୁ ୭, ଅନୁଗୁଳ ଓ ବାଲେଶ୍ୱରରୁ ୫, ବୌଦ୍ଧ, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ ୪, ଦେଓଗଡ଼, ଝାରୁସୁଗୁଡ଼ା, ଖୋର୍ଦ୍ଧା, ମୟୁରଭଞ୍ଜ, ନୂଆପଡ଼ା ଓ ସୋନପୁରରୁ ୩, ବଲାଙ୍ଗୀର ଓ ନବରଙ୍ଗପୁରରୁ ୨, ଗଞ୍ଜାବ ଓ କୋରାପୁଟରୁ ଜଣେ ଲେଖାଏ ଆରୋଗ୍ୟ ଲାଭ କରିଛନ୍ତି। ଏ ନେଇ ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଅଯାଇଛି।