Posted inଫୁରସତ

୯୧ ବର୍ଷୀୟ ବୃଦ୍ଧାଙ୍କ ପ୍ରେମରେ ପଡ଼ି ବିବାହ କରିଥିଲେ ଏହି ଯୁବକ; ହନିମୁନ୍‌ରେ ଘଟିଲା ଏଭଳି ଯେ…

କଥାରେ ଅଛି ପ୍ରେମ ମାନେନା ବୟସ। ବିଗତ ଦିନରେ ଏପରି ଅନେକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଲୋକମାନେ ପ୍ରେମ ପାଇଁ ସବୁ ସୀମା ପାର୍‌ କରିଛନ୍ତି। ଆଜି ଆମେ ଏଭଳି ଏକ ପ୍ରେମକାହାଣୀ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ପ୍ରେମ ସହ ଭାବପ୍ରବଣତା ଓ ଦୁଃଖ ଭରି ରହିଛି। କାରଣ ଏହା ଜଣେ ୯୧ ବର୍ଷୀୟ ମହିଳା ଏବଂ ୨୩ ବର୍ଷୀୟ ଯୁବକଙ୍କ ପ୍ରେମକାହାଣୀ।

ଆର୍ଜେଣ୍ଟିନାରେ ରହୁଥିବା ଉକ୍ତ ୯୧ ବର୍ଷୀୟ ମହିଳା ନିଜ ବନ୍ଧୁଙ୍କ ପୁଅ(୨୩ ବର୍ଷ)ଙ୍କ ପ୍ରେମରେ ପଡ଼ିଥିଲେ। ଉଭୟ ବିବାହ ମଧ୍ୟ କରିଥିଲେ। ହେଲେ ହନିମୁନ୍‌ରେ ଏପରି ଘଟଣା ଘଟିଥିଲା ଯାହା ସବୁକିଛି ବଦଳାଇ ଦେଇଥିଲା।

ବୃଦ୍ଧା ମହିଳାଜଣଙ୍କ ନିଜ ବନ୍ଧୁଙ୍କ ଘରେ ରହୁଥିଲେ। ତାଙ୍କ ଘରେ ପୁଅ ମଧ୍ୟ ଥିଲେ। ବନ୍ଧୁଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିଲା। ଏଣୁ ମହିଳା ଯାହା ପେନସନ ପାଉଥିଲେ ସେଥିରେ ତାଙ୍କ ସହାୟତା କରିଆସୁଥିଲେ। ହେଲେ ଯଦି ତାଙ୍କ ମୃତ୍ୟୁ ହୁଏ ବନ୍ଧୁଙ୍କ ଅବସ୍ଥା କ’ଣ ହେବ ବୋଲି ମହିଳାଙ୍କ ମନରେ ପ୍ରଶ୍ନ ଉଠିଥିଲା। ଏଣୁ ମହିଳା ବଡ଼ ନିଷ୍ପତ୍ତି ନେଇଥିଲେ। ସେ ନିଜ ବନ୍ଧୁଙ୍କ ପୁଅଙ୍କୁ ବିବାହ କରିବାକୁ କହିଥିଲେ।

ମହିଳାଜଣଙ୍କ ବନ୍ଧୁଙ୍କ ପୁଅଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ। ସେ ହଁ ଭରିଥିଲେ। ଏବେ ତାଙ୍କ ମୃତ୍ୟୁ ବି ହୋଇଗଲେ ଉକ୍ତ ଯୁବକଙ୍କୁ ପେନସନ୍‌ ମିଳିବ ବୋଲି ମହିଳା ଭାବିଥିଲେ। ବିବାହ ପରେ ସେମାନେ ହନିମୁନରେ ଯାଇଥିଲେ। ସେଠାରେ ହଠାତ୍‌ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଯୁବକ ପେନସନ୍‌ ପାଇଁ ଆବେଦନ କରିଥିଲେ। ହେଲେ ସେଠାରେ ଥିବା ଅଧିକାରୀମାନେ ଯୁବକ ଠକ ବୋଲି ଅଭିଯୋଗ କରିଥିଲେ। ଟଙ୍କା ପାଇଁ ମହିଳାଙ୍କୁ ସେ ବିବାହ କରିଛନ୍ତି ବୋଲି କହି ଜେଲ ପଠାଇବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। କୌଣସି ପ୍ରକାରେ ସେମାନଙ୍କୁ ବୁଝାଇ ଯୁବକଙ୍କୁ ଜେଲ ଯିବାରୁ ରକ୍ଷା କରାଯାଇଛି। ହେଲେ ଏବେ ବି ସେ ଅସୁବିଧାରେ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ନୁହେଁ, ଏଥର ପାଣିରେ ଚାଲିବ ବାଇକ୍‌

ୟଶ୍‌ ନାମକ ଜଣେ ଯୁକ୍ତଦୁଇ ଛାତ୍ର ଏବଂ ତାଙ୍କର ୪ ସାଙ୍ଗ ମିଶି ଏକ କମାଲ ଦେଖାଇଛନ୍ତି। ଏହି କମାଲରେ ଏମିତି ଏକ କିଟ୍‌ ପ୍ରସ୍ତୁତ...

ମହାକାଶରୁ ଫେରିଥିବା ରେଡ୍‌ ଓ୍ବାଇନର ଦାମ କେତେ ଜାଣନ୍ତୁ

ଏକ ରକେଟ୍‌ରେ ୧୪ ମାସ ଧରି ମହାକାଶ ଭ୍ରମଣ କରିଥିବା ରେଡ୍‌ ଓ୍ବାଇନ ଏବେ ବିକ୍ରି ଅପେକ୍ଷାରେ। ‘ପେଟ୍ରସ ୨୦୦୦’ ନାମକ ରେଡ୍‌ ଓ୍ବାଇନର ୧୨ଟି...

୧୪ ହଜାର ଟଙ୍କା ଦେଇ ନିଜ ଦେଶରୁ ମାଟି କିଣିଲେ ଯବାନ, ଜାଣନ୍ତୁ କାହିଁକି

ସବୁ ମାତାପିତାଙ୍କ ଇଚ୍ଛା ଥାଏ ତାଙ୍କ ଶିଶୁଟି ନିଜ ମାଟିରେ ଜନ୍ମ ନେଉ, ଯେଉଁଠି ସେମାନେ ବଡ ହୋଇଛନ୍ତି। କିନ୍ତୁ କୌଣସି କାରଣବଶତଃ ଏହା ସମ୍ଭବ...

ତୁଷାରପାତରେ ଫସିଥିବା ମା’, ନବଜାତକଙ୍କ ପାଇଁ ଦେବଦୂତ ସାଜିଲେ ଯବାନ

ଭାରତୀୟ ସେନାର ଶକ୍ତି ସାମର୍ଥ ବିଷୟରେ ସମସ୍ତଙ୍କୁ ଜଣା। ମାତ୍ର ମାନବିକତା କ୍ଷେତ୍ରରେ ଭାରତୀୟ ସେନା ସହ କେହି ତୁଳନୀୟ ହୋଇପାରିବେ ନାହିଁ। ଜମ୍ମୁ କଶ୍ମୀରରୁ...

ଛାତ ଉପରେ ଉଡୁଥିବା ଏରୋପ୍ଲେନ୍‌କୁ ଧରିନେଲେ ପିଲା, ଭିଡିଓ ଶେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ…

ପିଲାଦିନରେ ନିଶ୍ଚିତ ଭାବରେ ଘରର ଛାତ ଉପରେ ତଥା ଆକାଶରେ ଉଡ଼ୁଥିବା ଏରୋପ୍ଲେନ୍‌କୁ ଦେଖିଥିବେ। ଏଥିରେ ବୁଲିବାକୁ ମଧ୍ୟ ଯାଇଥିବେ। ଏହା ମଧ୍ୟ ଜାଣିଥିବେ ଯେ,...

ଉଚ୍ଚଶିକ୍ଷା ପାଇଁ ବାଳିକା କରନ୍ତି ଏପରି…

ଯୁବବର୍ଗଙ୍କୁ ଗୁଣବତ୍ତାଯୁକ୍ତ ଶିକ୍ଷା ଯୋଗାଇ ଦେବା ପାଇଁ ପୃଥିବୀର ବିଭିନ୍ନ ଦେଶର ସରକାର ନାନା ଶିକ୍ଷାନୀତିର ପ୍ରଣୟନ କରିଥାନ୍ତି। ତେବେ କେତେକ ଗରିବ ଦେଶରେ ଅଭିଭାବକ...

ବିପିନ୍‌ ରାଓ୍ବତଙ୍କ ପରିବାରରେ କିଏ କିଏ ଅଛନ୍ତି ଜାଣନ୍ତୁ

କୁନ୍ନୁର,୮ା୧୨: ତାମିଲନାଡୁର କୁନ୍ନୁର ନିକଟରେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ବିପିନ୍‌ ରାଓ୍ବତ...

ଆଧାର କାର୍ଡ ନ ଥିଲେ ମନ୍ଦିର ଯିବା ମନା

ମହୀଶୂର:ଆଧାର କାର୍ଡ ନ ଥିଲେ କର୍ନାଟକ ବାନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟରେ ଥିବା ମା’ ହୁଲିୟମ୍ମା ବେଟାଙ୍କ ଦର୍ଶନ କରିବାକୁ ଅନୁମତି ମିଳେନାହିଁ। ଜଙ୍ଗଲ ଆଖପାଖରେ ରହୁଥିବା...

Advertisement
Archives

Model This Week