Posted inଫୁରସତ

୯୧ ବର୍ଷୀୟ ବୃଦ୍ଧାଙ୍କ ପ୍ରେମରେ ପଡ଼ି ବିବାହ କରିଥିଲେ ଏହି ଯୁବକ; ହନିମୁନ୍‌ରେ ଘଟିଲା ଏଭଳି ଯେ…

କଥାରେ ଅଛି ପ୍ରେମ ମାନେନା ବୟସ। ବିଗତ ଦିନରେ ଏପରି ଅନେକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଲୋକମାନେ ପ୍ରେମ ପାଇଁ ସବୁ ସୀମା ପାର୍‌ କରିଛନ୍ତି। ଆଜି ଆମେ ଏଭଳି ଏକ ପ୍ରେମକାହାଣୀ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ପ୍ରେମ ସହ ଭାବପ୍ରବଣତା ଓ ଦୁଃଖ ଭରି ରହିଛି। କାରଣ ଏହା ଜଣେ ୯୧ ବର୍ଷୀୟ ମହିଳା ଏବଂ ୨୩ ବର୍ଷୀୟ ଯୁବକଙ୍କ ପ୍ରେମକାହାଣୀ।

ଆର୍ଜେଣ୍ଟିନାରେ ରହୁଥିବା ଉକ୍ତ ୯୧ ବର୍ଷୀୟ ମହିଳା ନିଜ ବନ୍ଧୁଙ୍କ ପୁଅ(୨୩ ବର୍ଷ)ଙ୍କ ପ୍ରେମରେ ପଡ଼ିଥିଲେ। ଉଭୟ ବିବାହ ମଧ୍ୟ କରିଥିଲେ। ହେଲେ ହନିମୁନ୍‌ରେ ଏପରି ଘଟଣା ଘଟିଥିଲା ଯାହା ସବୁକିଛି ବଦଳାଇ ଦେଇଥିଲା।

ବୃଦ୍ଧା ମହିଳାଜଣଙ୍କ ନିଜ ବନ୍ଧୁଙ୍କ ଘରେ ରହୁଥିଲେ। ତାଙ୍କ ଘରେ ପୁଅ ମଧ୍ୟ ଥିଲେ। ବନ୍ଧୁଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିଲା। ଏଣୁ ମହିଳା ଯାହା ପେନସନ ପାଉଥିଲେ ସେଥିରେ ତାଙ୍କ ସହାୟତା କରିଆସୁଥିଲେ। ହେଲେ ଯଦି ତାଙ୍କ ମୃତ୍ୟୁ ହୁଏ ବନ୍ଧୁଙ୍କ ଅବସ୍ଥା କ’ଣ ହେବ ବୋଲି ମହିଳାଙ୍କ ମନରେ ପ୍ରଶ୍ନ ଉଠିଥିଲା। ଏଣୁ ମହିଳା ବଡ଼ ନିଷ୍ପତ୍ତି ନେଇଥିଲେ। ସେ ନିଜ ବନ୍ଧୁଙ୍କ ପୁଅଙ୍କୁ ବିବାହ କରିବାକୁ କହିଥିଲେ।

ମହିଳାଜଣଙ୍କ ବନ୍ଧୁଙ୍କ ପୁଅଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ। ସେ ହଁ ଭରିଥିଲେ। ଏବେ ତାଙ୍କ ମୃତ୍ୟୁ ବି ହୋଇଗଲେ ଉକ୍ତ ଯୁବକଙ୍କୁ ପେନସନ୍‌ ମିଳିବ ବୋଲି ମହିଳା ଭାବିଥିଲେ। ବିବାହ ପରେ ସେମାନେ ହନିମୁନରେ ଯାଇଥିଲେ। ସେଠାରେ ହଠାତ୍‌ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଯୁବକ ପେନସନ୍‌ ପାଇଁ ଆବେଦନ କରିଥିଲେ। ହେଲେ ସେଠାରେ ଥିବା ଅଧିକାରୀମାନେ ଯୁବକ ଠକ ବୋଲି ଅଭିଯୋଗ କରିଥିଲେ। ଟଙ୍କା ପାଇଁ ମହିଳାଙ୍କୁ ସେ ବିବାହ କରିଛନ୍ତି ବୋଲି କହି ଜେଲ ପଠାଇବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। କୌଣସି ପ୍ରକାରେ ସେମାନଙ୍କୁ ବୁଝାଇ ଯୁବକଙ୍କୁ ଜେଲ ଯିବାରୁ ରକ୍ଷା କରାଯାଇଛି। ହେଲେ ଏବେ ବି ସେ ଅସୁବିଧାରେ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri