୯୧ ପ୍ରତିଶତ ଇଞ୍ଜେକ୍ସନ ବ୍ୟବହୃତ ହେଉଛି ଡ୍ରଗ୍ସ ପାଇଁ: ପ୍ରତି ୨ ଜଣରେ ଜଣେ ହେଉଛନ୍ତି ହେପାଟାଇଟିସ ସି ସଂକ୍ରମିତ,ଯୌନ ସମ୍ପର୍କ ମୁଖ୍ୟ ମାଧ୍ୟମ…

ନୂଆଦିଲ୍ଲୀ,୧୪।୧୨ : ଦେଶରେ ଡ୍ରଗ୍ସ ପାଇଁ ୯୧ ପ୍ରତିଶତ ଇଞ୍ଜେକ୍ସନ ବ୍ୟବହୃତ ହେଇଛି। ଯେଉଁ କାରଣରୁ ପ୍ରାୟ ପ୍ରତ୍ୟେକ ଦ୍ୱିତୀୟ ବ୍ୟକ୍ତି ହେପାଟାଇଟିସ ସି ଦ୍ୱାରା ସଂକ୍ରମିତ ହେଉଛନ୍ତି। ହେପାଟାଇଟିସ ସି ସଂକ୍ରମଣର ଘଟଣା ଏଚ.ଆଇ.ଭି ତୁଳନାରେ ଅନେକ ଗୁଣା ବୃଦ୍ଧି ପାଇବାରେ ଲାଗିଛି। ଡ୍ରଗ୍ସ ନେଉ ଥିବା ବ୍ୟକ୍ତି ପରୀକ୍ଷା କରନ୍ତି ନାହିଁ କିମ୍ବା ଠିକ ସମୟରେ ଚିକିତ୍ସା ପାଆନ୍ତି ନାହିଁ। ଫଳରେ ଡ୍ରଗ୍ସ ଯୋଗୁ ସମାଜ ବଡ଼ ବିପଦର ସମ୍ମୁଖୀନ ହୋଇଥାଏ।

ଦିଲ୍ଲୀ ଏମ୍ସ ଏବଂ ବାଙ୍ଗାଲୋର ସ୍ଥିତ ନିମହାନ୍ସ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଚିକିତ୍ସା ନ କରିବାରୁ ହେପାଟାଇଟିସ ସି ସଂକ୍ରମଣ ଦୀର୍ଘ ସମୟ ଧରି ରହିଥାଏ। ଏଭଳି ଲୋକମାନେ ଯୌନ ସମ୍ପର୍କ ମାଧ୍ୟମରେ ଏହାକୁ ଅନ୍ୟମାନଙ୍କୁ ସଂକ୍ରମିତ କରିଥାନ୍ତି କେବଳ ଏତିକି ନୁହେଁ, ହେପାଟାଇଟିସ ସି ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ଜାତୀୟ ସ୍ତରରେ ଏକ କାର୍ଯ୍ୟକ୍ରମ ଚାଲିଛି। ଏହି ସଂକ୍ରମଣ ବୃଦ୍ଧଙ୍କ ଠାରୁ ଆରମ୍ଭ କରି ଯୁବବର୍ଗମାନଙ୍କ ମଧ୍ୟରେ ବ୍ୟାପୁଛି।

ଇଣ୍ଡିଆନ ଜର୍ନାଲ ଅଫ ମେଡିକାଲ ରିସର୍ଚ୍ଚରେ ପ୍ରକାଶିତ ଏହି ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ ୧ ଜାନୁୟାରୀ ୨୦୧୬ ରୁ ୧ଜାନୁୟାରୀ ୨୦୨୧ ମଧ୍ୟରେ ୨୬୦୦ ରୁ ଅଧିକ ଲୋକଙ୍କୁ ପଞ୍ଜୀକୃତ କରିଥିଲେ, କିନ୍ତୁ ସମସ୍ତ ଡାକ୍ତରୀ ତଥ୍ୟ ଯାଞ୍ଚ କରିବା ପରେ ୩୯୧ ଜଣଙ୍କ ଉପରେ ଅଧ୍ୟୟନ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ବିଶ୍ଳେଷଣ ସମୟରେ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ହେପାଟାଇଟିସ ସି ଭୁତାଣୁରେ ଆଣ୍ଟିବଡି ୨୨୦ (୫୬.୨୬ପ୍ରତିଶତ) ଲୋକଙ୍କ ମଧ୍ୟରେ ଥିବାବେଳେ ୧୦୯ ଅର୍ଥାତ ୨୭.୮୭ ପ୍ରତିଶତ ହେପାଟାଇଟିସ ସି ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଥିଲା।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଇଞ୍ଜେକ୍ସନ ନିଶା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କିଛି ସମୟ ପୂର୍ବରୁ ଦେଶର ଉତ୍ତର ଏବଂ ଉତ୍ତର-ପୂର୍ବ ରାଜ୍ୟରେ ଏହି ନିଶା ଅଧିକ ବ୍ୟାପିଥିଲା, କିନ୍ତୁ ନିକଟରେ ଇଞ୍ଜେକ୍ସନର ଅସୁରକ୍ଷିତ ବ୍ୟବହାର ହେତୁ ବିଭିନ୍ନ ରୋଗର ଶିକାର ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ହେବ ଆହୁରି ଭୟଙ୍କର! ଶପଥ ନେଲାଣି ଇରାନ, କହିଲା ‘ଶହୀଦଙ୍କ ରକ୍ତ ବେକାର ଯିବନି’

ତେହରାନ୍‌,୧୭।୩: ଇରାନୀ ନୌସେନା କମାଣ୍ଡର ରିଅର ଆଡମିରାଲ ଶାହରାମ ଇରାନୀ ଆମେରିକା ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେ କହିଛନ୍ତି ଯେ ଇରାନୀ…

କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ: ‘ହୁଇପ୍‌’କୁ ନ ମାନି …

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ଏପ୍ରିଲରୁ ବଢ଼ିପାରେ କାର- ଟିଭି ଏବଂ ଏସିର ଦାମ୍! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୩: ଏପ୍ରିଲ୍ ମାସଠାରୁ ଅନେକ ଅତ୍ୟାବଶ୍ୟକୀୟ ଜିନିଷର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ତାଲିକାରେ କାର, ଦୁଇ ଚକିଆ ଯାନ, ଟେଲିଭିଜନ, ରେଫ୍ରିଜରେଟର…

୫ ପ୍ରତିଶତ ବଢିଲା DA: ମାଲାମାଲ ସରକାରୀ କର୍ମଚାରୀ

ଅଗରତାଲା,୧୭।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ଏବେ ଜୋରଦାର ଚାଲିଛି। ଏହି ମଧ୍ୟରେ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

ଦୁଃଖ ବଖାଣିଲେ ରଶିଦ ଖାନ: ପାକିସ୍ତାନ ଉପରେ ବର୍ଷିଲେ, ଜାଣିଶୁଣି…

କାବୁଲ,୧୭।୩: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣ କରିଛି। ଏହି ବିମାନ ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଆଫଗାନିସ୍ତାନର କାବୁଲରେ ଧ୍ୱଂସଲୀଳା ସୃଷ୍ଟି କରିଛି। ଏହି…

ମିଶାଇଲ ଆକ୍ରମଣ ପରେ କେମିତି ବଞ୍ଚିଗଲେ ଇରାନର ନୂଆ ସୁପ୍ରିମ ଲିଡର, ଲିକ ଅଡିଓ ଖୋଲିଲା ଗୁମର!

ତେହରାନ୍‌,୧୭।୩: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଫେବୃଆରୀ ୨୮ରେ ହୋଇଥିବା ଏକ ଆମେରିକୀୟ-ଇସ୍ରାଏଲୀୟ ଆକ୍ରମଣରୁ ଅଳ୍ପକେ ବଞ୍ଚି ଯାଇଥିଲେ। ଏକ ଲିକ ହୋଇଥିବା ଅଡିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri